ETV Bharat / city

ରାଜଧାନୀରେ ମାଲିକାଣିକୁ ବ୍ଲାକମେଲ କରି ଡ୍ରାଇଭର ଗିରଫ

author img

By

Published : Dec 1, 2020, 10:19 PM IST

Updated : Dec 1, 2020, 10:46 PM IST

ରାଜଧାନୀରେ ମାଲିକାଣିକୁ ବ୍ଲାକମେଲ କରି ଡ୍ରାଇଭର ଗିରଫ
ରାଜଧାନୀରେ ମାଲିକାଣିକୁ ବ୍ଲାକମେଲ କରି ଡ୍ରାଇଭର ଗିରଫ

ମାଲିକାଣିକୁ ବ୍ଲାକମେଲ କରି ଗିରଫ ହେଲା ଯୁବକ। ମହିଳାଙ୍କ ଅଶ୍ଲୀଳ ଫୋଟ ଉଠାଇ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ କରୁଥିଲା ଜଣେ ଯୁବକ। ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ମାଲିକାଣିକୁ ବ୍ଲାକମେଲ କରି ଗିରଫ ହେଲା ଯୁବକ। ମହିଳାଙ୍କ ଅଶ୍ଲୀଳ ଫୋଟ ଉଠାଇ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ କରୁଥିଲା ଜଣେ ଯୁବକ। ଘଟଣାକୁ ନେଇ ମହିଳା ଜଣକ ଏୟାରପୋର୍ଟ ଥାନା ଦ୍ବାରସ୍ଥ ହେବାପରେ ପୋଲିସ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁ୍କ୍ତ ଲିଙ୍ଗରାଜ ଥାନା ଅଞ୍ଚଳ ମହତାବ ରୋଡ ନିକଟସ୍ଥ ଅତନୁ ପ୍ରିୟଦର୍ଶୀ ସେନାପତି ବୋଲି ଜଣା ପଡ଼ିଛି।

ଅଭିଯୁକ୍ତ ଜଣକ ଏୟାରପୋର୍ଟ ଅଞ୍ଚଳରେ ଜଣେ ଟ୍ୟାକ୍ସି ମାଲିକଙ୍କ ପାଖରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଟ୍ୟାକ୍ସି ମାଲିକଙ୍କ ପତ୍ନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଯୁବକ ଜଣକ କୌଶଳ କ୍ରମେ ମହିଳାଙ୍କ ସହ ଭିଡିଓ ଚାଟ କରିବା ଜାରି ରଖିବା ସହ ତାଙ୍କ ଅଶ୍ଳୀଳ ଫୋଟ ଉଠାଇ ନେଇଥିଲେ। ଏହାପରେ ନିଜ ମାଲିକାଣିଙ୍କୁ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ।

ମୋଟା ଅଙ୍କର ଟଙ୍କା ନଦେଲେ ଫୋଟ ସମ୍ପର୍କରେ ମାଲିକ ସହ ମାଲିକର ବନ୍ଧୁଙ୍କୁ ଜଣାଇଦେବ ବୋଲି ଧମକ ଦେଉଥିଲା ଯୁବକ। ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ କମିଶନରେଟ ପୋଲିସର ଦ୍ବାରସ୍ଥ ହୋଇଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଏୟାରପୋର୍ଟ ପୋଲିସ ଅଭିଯୁକ୍ତ ଅତନୁ ପ୍ରିୟଦର୍ଶୀ ସେନାପତିକୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ ଆପିସିର ଧାରା 292/292A/354C/385/506 ସହ 66E/67/67A IT ନିୟମ ଅନୁଯାୟୀରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated :Dec 1, 2020, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.