ETV Bharat / city

State corona: 24 ଘଣ୍ଟାରେ 593 ନୂଆ ସଂକ୍ରମିତ

author img

By

Published : Oct 6, 2021, 11:22 AM IST

State corona: 24 ଘଣ୍ଟାରେ 593 ନୂଆ ସଂକ୍ରମିତ
State corona: 24 ଘଣ୍ଟାରେ 593 ନୂଆ ସଂକ୍ରମିତ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯୩ ଜଣ ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରେ ରହିଛନ୍ତି ସର୍ବାଧିକ ୨୯୦ ଜଣ ଆକ୍ରାନ୍ତ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆସିଲା ରାଜ୍ୟର ଦୈନିକ କୋରୋନା ପଜିଟିଭି ରିପୋର୍ଟ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯୩ ଜଣ ସଂକ୍ରମିତ ଚିହ୍ନଟ । ନୂତନ ସଂକ୍ରମିତଙ୍କ ମଧ୍ୟରେ ୮୦ ଜଣ ୧୮ ବର୍ଷରୁ କମ୍ ବୟସ୍କ ରହିଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୩୪୬ ଜଣ ଏବଂ ୧୮୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୪, ବାଲେଶ୍ବରରୁ ୧୧, ବରଗଡରୁ ୧, ଭଦ୍ରକରୁ ୪, ବଲାଙ୍ଗୀରରୁ ୧, କଟକରୁ ୮୪, ଦେବଗଡରୁ ୨, ଢେଙ୍କାନାଳରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୪, କଳାହାଣ୍ଡିରୁ ୫, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୯, କୋରାପୁଟରୁ ୧, ମୟୂରଭଞ୍ଜରୁ ୨୭, ନୟାଗଡରୁ ୪, ପୁରୀରୁ ୨୩, ସମ୍ବଲପୁରରୁ ୯, ସୋନପୁରରୁ ୧ ଏବଂ ସୁନ୍ଦରଗଡରୁ ୮ ଜଣ ରହିଛନ୍ତି । ଷ୍ଟେଟପୁଲ ସଂକ୍ରମଣ ୬୬ଟି ରହିଛି ।

ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ଓଡିଶାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,29,412କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ମୋଟ ସୁସ୍ଥସଂଖ୍ୟା 10,16,165ରେ ପହଞ୍ଚିଛି । ବର୍ତ୍ତମାନ ମାତ୍ର 4967ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ରାଜ୍ୟରେ 2,03,66,917 ଜଣ ନିଜର କୋଭିଡ ଟେଷ୍ଟ କରଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.