ETV Bharat / city

ପରିବହନ ନିୟମ କଡ଼ାକଡ଼ି, ବାଇକରେ ବସିଲେ ହେଲମେଟ ପିନ୍ଧିବେ ୫ ବର୍ଷର ପିଲା

author img

By

Published : Feb 17, 2022, 9:32 PM IST

ପୁଣି କଡ଼ାକଡ଼ି ହେଲା ଟ୍ରାଫିକ ନିୟମ । ୯ ମାସରୁ ୫ ବର୍ଷର ପିଲାଙ୍କ ପାଇଁ ଆସିଛି କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ନିୟମ । ଅଧିକ ପଢ଼ନ୍ତୁ

ପରିବହନ ନିୟମ କଡ଼ାକଡ଼ି, ବାଇକରେ ବସିଲେ ହେଲମେଟ ପିନ୍ଧିବେ ୫ ବର୍ଷର ପିଲା
ପରିବହନ ନିୟମ କଡ଼ାକଡ଼ି, ବାଇକରେ ବସିଲେ ହେଲମେଟ ପିନ୍ଧିବେ ୫ ବର୍ଷର ପିଲା

ଭୁବନେଶ୍ବର: ପୁଣି କଡ଼ାକଡ଼ି ହେଲା ଟ୍ରାଫିକ ନିୟମ । ୯ ମାସରୁ ୫ ବର୍ଷର ପିଲାଙ୍କ ପାଇଁ ଆସିଛି କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ନିୟମ । ଏହି ବର୍ଗର ପିଲାଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଆସିଛି ଏହି ନିୟମ । ଏହି ବର୍ଗର ପିଲାଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରାଯାଇଛି ।

ପରିବହନ ନିୟମ କଡ଼ାକଡ଼ି, ବାଇକରେ ବସିଲେ ହେଲମେଟ ପିନ୍ଧିବେ ୫ ବର୍ଷର ପିଲା
ପରିବହନ ନିୟମ କଡ଼ାକଡ଼ି, ବାଇକରେ ବସିଲେ ହେଲମେଟ ପିନ୍ଧିବେ ୫ ବର୍ଷର ପିଲା

ଖାଲି ସେତିକି ନୁହେଁ ଏହି ବର୍ଗର ପିଲା ଗାଡ଼ିରେ ବସିଲେ ସେଫ୍ଟି ହାର୍ଣ୍ଣେସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ୯ ମାସରୁ ୫ ବର୍ଷର ପିଲା ବସିଥିବା ଦୁଇ ଚକିଆ ଯାନର ବେଗ ୪୦ କିମିର ଅଧିକ ହେଲେ ତଣ୍ଡ ଗଣିବା ଗାଡ଼ି ମାଲିକ । ୨୦୨୩ ଫେବ୍ରୁଆରୀ ୧୫ ତାରିଖରୁ ଏହି ନୂଆ ନିୟମ ଲାଗୁ କରାଯିବ । ଏନେଇ ଗତବର୍ଷ ଅକ୍ଟୋବରରେ ମନ୍ତ୍ରାଳୟ ପକ୍ଷରୁ ଏକ ଡ୍ରାଫ୍ଟ ନୋଟିଫିକିସେନ ଜାରି କରାଯାଇ ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ପରିବହନ ନିୟମ କଡ଼ାକଡ଼ି, ବାଇକରେ ବସିଲେ ହେଲମେଟ ପିନ୍ଧିବେ ୫ ବର୍ଷର ପିଲା
ପରିବହନ ନିୟମ କଡ଼ାକଡ଼ି, ବାଇକରେ ବସିଲେ ହେଲମେଟ ପିନ୍ଧିବେ ୫ ବର୍ଷର ପିଲା
ପରିବହନ ନିୟମ କଡ଼ାକଡ଼ି, ବାଇକରେ ବସିଲେ ହେଲମେଟ ପିନ୍ଧିବେ ୫ ବର୍ଷର ପିଲା

ଏହାକୁ ନେଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, 'ସଡ଼କ ସୁରକ୍ଷା ବିଭାଗ ଯେଉଁ ଗ୍ୟାଜେଟ ନୋଟିସ ଦେଇଛନ୍ତି ତାହା ପାଳନ କରିବା ଆବଶ୍ୟକ । ପିଲାଙ୍କ ଜୀବନ ସୁରକ୍ଷା ଦିଗରେ ଧ୍ୟାନ ଦେବା ଆବଶ୍ୟକ ।' ଅନ୍ୟ ବୟସ ବର୍ଗଙ୍କ ପାଇଁ ଫାଇନ ରହିଛି ସେହିଭଳି ଭାବରେ ଫାଇନ ଆଦାୟ ସହ ନିୟମ କଡ଼ାକଡ଼ି କରିବା ଆବଶ୍ୟକ । ଯାହାଦ୍ୱାରା ପିଲାଙ୍କ ଜୀବନ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.