ETV Bharat / city

କିଡନୀ ଦେବା ନାଁରେ ଠକି ନେଲେ 5 ଲକ୍ଷ, କାବୁ କଲା ପୋଲିସ

author img

By

Published : Jan 13, 2021, 10:31 AM IST

ରଜାଧାନୀରେ ମାତିଛନ୍ତି ଠକ । କିଡନୀ ଦେବା ନାଁରେ 5 ଲକ୍ଷ ଟଙ୍କା ଠକି ନେଲେ ଦୁର୍ବୃତ୍ତ । କାବୁ କଲା ପୋଲିସ । ଅଧିକ ପଢନ୍ତୁ...

କିଡନୀ ଦେବା ନାଁରେ ଠକି ନେଲେ 5 ଲକ୍ଷ, କାବୁ କଲା ପୋଲିସ
କିଡନୀ ଦେବା ନାଁରେ ଠକି ନେଲେ 5ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଠକ । କିଡନୀ ଦେବାକୁ କହି ଜଣଙ୍କ ଠାରୁ 5 ଲକ୍ଷ ଟଙ୍କା ଠକି ନେଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କାବୁୁ କରିଛି ।

କିଡନୀ ରୋପଣର ପ୍ରକୃତ ମୂଲ୍ୟ 10ଲକ୍ଷରୁ ଅଧିକ ହେବ । ହେଲେ ଏହାକୁ 5 ଲକ୍ଷ ଟଙ୍କାରେ କରେଇ ଦେବାକୁ କହି ଜଣଙ୍କ ଠାରୁ 5ଲକ୍ଷ ଟଙ୍କା ଠକି ନେଇଛି ଦୁର୍ବୃତ୍ତ । ଏ ନେଇ ବାଲେଶ୍ବର ଜିଲ୍ଲା ରୁପଶାର ପ୍ରତାପଚନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିିଥିଲେ ।

ମଙ୍ଗଳବାର ପୋଲିସ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ପଟ୍ଟାମୁଣ୍ଡାଇର କଦଳିବମା ନୂଆପଟଣାର ହିମାଶୁଂ ଭୂଷଣ ନନ୍ଦ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.