ETV Bharat / city

Odisha Corona Cases, ଦିନକରେ 482 ସଂକ୍ରମିତ

author img

By

Published : Aug 18, 2022, 10:53 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 482 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଓଡିଶା କୋରୋନା, ଦିନକରେ 482 ସଂକ୍ରମିତ
ଓଡିଶା କୋରୋନା, ଦିନକରେ 482 ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ବୁଧବାର 2ଶହ ତଳେ ସଂକ୍ରମଣ ଥିବା ବେଳେ ଆଜି 4ଶହ ପାର କରିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 482 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 283 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 199 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 108 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବର 9, ବରଗଡ 9, ଭଦ୍ରକରୁ 2, ବଲାଙ୍ଗୀରରୁ 24, ବୌଦ୍ଧରୁ 37, କଟକରୁ 16, ଦେଓଗଡରୁ 4, ଗଜପତିରୁ 6, ଜଗତସିଂହପୁର 2, ଯାଜପୁରରୁ 10, ଝାରସୁଗୁଡାରୁ 8, କଳାହାଣ୍ଡିରୁ 16, କନ୍ଧମାଳରୁ 7, କେନ୍ଦ୍ରାପଡାରୁ 6, କେନ୍ଦୁଝରରୁ 10, ଖୋର୍ଦ୍ଧାରୁ 71 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 5, ମୟୂରଭଞ୍ଜରୁ 17, ନବରଙ୍ଗପୁରରୁ 27, ନୟାଗଡରୁ 11, ନୂଆପଡାରୁ 17, ପୁରୀରୁ 5, ରାୟଗଡାରୁ 5, ସମ୍ବଲପୁରରୁ 26, ସୋନପୁରରୁ 7, ସୁନ୍ଦରଗଡରୁ 107 ଓ ଷ୍ଟେଟପୋଲରୁ 17 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 24 ହଜାର 69ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 2909 ସକ୍ରିୟ ମାମଲା ରହିଛି । ନୂଆ 553 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.