ETV Bharat / city

କାମ ଦେଉଛି ଲକଡାଉନ, ରାଜ୍ୟରେ 4469 ନୂଆ ସଂକ୍ରମିତ

author img

By

Published : Jun 13, 2021, 9:04 AM IST

ରାଜ୍ୟରେ ତଳମୁହାଁ ସଂକ୍ରମଣ । ଗତ 24 ଘଣ୍ଟାରେ 4 ହଜାର 469 ନୂଆ ପଜିଟିଭି ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ । ଅଧିକ ପଢନ୍ତୁ...

ବଢୁଛି ଆଶ୍ବସ୍ତି, ରାଜ୍ୟରେ 4,469 ନୂଆ ସଂକ୍ରମିତ
ବଢୁଛି ଆଶ୍ବସ୍ତି, ରାଜ୍ୟରେ 4,469 ନୂଆ ସଂକ୍ରମିତ

ଭୁବନେଶ୍ବର: ବଢୁଛି ଆଶ୍ବସ୍ତି । ତଳମୁହାଁ ହେଉଛି ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ 4 ହଜାର 469 ପଜିଟିଭି ଚିହ୍ନଟ । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରୁ 2 ହଜାର 546ଟି ମାମଲା ରହିଥିବାବେଳେ ଲୋକାଲ ସଂକ୍ରମଣ 1 ହଜାର 923 ରହିଛି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 51 ହଜାର 782ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 612 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବଢୁଛି ଆଶ୍ବସ୍ତି, ରାଜ୍ୟରେ 4,469 ନୂଆ ସଂକ୍ରମିତ
ବଢୁଛି ଆଶ୍ବସ୍ତି, ରାଜ୍ୟରେ 4,469 ନୂଆ ସଂକ୍ରମିତ

ସେହିପରି ଅନୁଗୋଳରୁ 226, ବାଲେଶ୍ବରରୁ 318, ବରଗଡରୁ 85, ଭଦ୍ରକରୁ 165, ବଲାଙ୍ଗୀରରୁ 56, ବୌଦ୍ଧରୁ 90, କଟକରୁ 413, ଦେବଗଡରୁ 23, ଢେଙ୍କାନାଳରୁ 252, ଗଜପତିରୁ 26, ଗଞ୍ଜାମରୁ 43, ଜଗତସିଂହପୁରରୁ 140, ଯାଜପୁରରୁ 370, ଝାରସୁଗୁଡାରୁ 27, କଳାହାଣ୍ଡିରୁ 92, କନ୍ଧମାଳରୁ 28, କେନ୍ଦ୍ରାପଡାରୁ 59, କେନ୍ଦୁଝରରୁ 96, କୋରାପୁଟରୁ 87, ମାଲକାନଗିରିରୁ 75, ମୟୂରଭଞ୍ଜରୁ 216, ନବରଙ୍ଗପୁରରୁ 118, ନୟାଗଡରୁ 128, ନୂଆପଡାରୁ 14, ପୁରୀରୁ 243, ରାୟଗଡାରୁ 137, ସମ୍ବଲପୁରରୁ 61, ସୋନପୁରରୁ 60, ସୁନ୍ଦରଗଡରୁ 103 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭ ସଂଖ୍ୟା 106 ରହିଛି ।

ଅନ୍ୟପକ୍ଷେ ଗତ 24 ଘଣ୍ଟାରେ 7 ହଜାର 578 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାପରେ ବର୍ତ୍ତମାନ ରାଜ୍ୟରେ 59 ହଜାର 361ଟି ସକ୍ରିୟ ମାମଲା ରହିଥିବାବେଳେ ମୋଟ ସୁସ୍ଥସଂଖ୍ୟା 7 ଲକ୍ଷ 89 ହଜାର 66କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଏବେ ସଂକ୍ରମଣ ଅପେକ୍ଷା ସୁସ୍ଥସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି । ଏଯାବତ୍ 1 କୋଟି 26 ଲକ୍ଷ 52 ହଜାର 397ଟି ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.