ETV Bharat / city

ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ: ଚିତ୍ରଗୁପ୍ତ ସହ ରାଜରାସ୍ତାରେ ଯମରାଜ

author img

By

Published : Jan 11, 2020, 12:48 PM IST

_traffic awareness
'ସୁରକ୍ଷିତ ରୁହନ୍ତୁ ଓ ସୁଖୀ ରୁହନ୍ତୁ'l; 31 ତମ ସଡକ ସୁରକ୍ଷା ଅଭିଯାନ

ସାରା ଦେଶରେ 31ତମ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ବରର କିଟ ପରିସରରେ ମଧ୍ୟ୍ୟ ସଡକ ସୁରକ୍ଷା ସଚେତନତା ଅଭିଯାନ ଉଦ୍ଘାଟିତ ହୋଇଯାଇଛି। ଅଧିକ ଖବର ପଢନ୍ତୁ...

ଭୁବନେଶ୍ବର: ସଡକ ଦୁର୍ଘଟଣା ଦେଶରେ ଏକ ବଡ଼ ଚିନ୍ତାର କାରଣ ହୋଇଛି। ଏଥିରୁ ଲୋକମାନଙ୍କୁ ରକ୍ଷା କରିବା ଲାଗି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବାବେଳେ ସାରା ଦେଶରେ ଭାରତ ସରକାରଙ୍କ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ସାରା ଦେଶରେ 31ତମ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ ଚାଲୁଥିବାବେଳେ ଆମ ରାଜ୍ୟରେ ଏହି ଅଭିଯାନର ଶୁଭାରମ୍ଭ ସଚେତନତା ପଦଯାତ୍ରା ମାଧ୍ୟମରେ ଆରମ୍ଭ କରାଯାଇଛି। କିଟ ପରିସରରେ ଏହି ପଦଯାତ୍ରାରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇଛନ୍ତି ।

'ସୁରକ୍ଷିତ ରୁହନ୍ତୁ ଓ ସୁଖୀ ରୁହନ୍ତୁ'l; 31 ତମ ସଡକ ସୁରକ୍ଷା ଅଭିଯାନ

ସେହିପରି ରାଜ୍ୟ ପରିବହନ କମିଶନର,ଟ୍ରାଫିକ ଡିସିପି,ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଦାଶ ଲୋକଙ୍କୁ ଟ୍ରାଫିକ ନିୟମ ମାନିବା ସହ ଏହା ନିଜର ଓ ସମାଜର ବହୁତ ହିତ ସାଧନ କରିଥାଏ ବୋଲି କହିଛନ୍ତି ।

ଏଥରର ଥିମ ସୁରକ୍ଷିତ ରୁହନ୍ତୁ ଓ ସୁଖି ରୁହନ୍ତୁକୁ ସମସ୍ତେ ଭଲ ଭାବେ ପାଳନ କରିବାକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସାରା ବିଶ୍ବରେ ବର୍ଷକୁ ଯେତିକି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି, ସେଥିମଧ୍ୟରୁ ଭାରତୀୟଙ୍କ ସଂଖ୍ୟା 13 ପ୍ରତିଶତ ରହିଛି । ତେଣୁ ଏହାକୁ ହ୍ରାସ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି। ସବୁଠୁ ମଜ୍ଜାଦାର କଥା ହେଲା ରାଜଧାନୀର ରାଜରାସ୍ତାରେ ଯମରାଜ ଜନତାଙ୍କୁ ବାଣ୍ଟୁଛନ୍ତି ମୃତ୍ୟୁର ଖବର ଏହାସହ ସଡକ ସୁରକ୍ଷା ସଚେତନତା ପାଇଁ ଚିତ୍ରଗୁପ୍ତଙ୍କ ସହ ନଗର ଭ୍ରମଣ କରୁଛନ୍ତି।


ସେହିଭଳି ଚନ୍ଦ୍ରଶେଖରପୁର ପରିବହନ କାର୍ଯ୍ୟାଳୟର ଆରଟିଓ ସଞ୍ଜୟ କୁମାର ବେହେରା ବିଗତ 3 ମାସ ମଧ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଅନେକ ପରିମାଣରେ ଦୁର୍ଘଟଣା ହ୍ରାସ ପାଇଛି। ତେଣୁ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନତା କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଥିବା ସେ କହିଛନ୍ତି ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସଡକ ଦୁର୍ଘଟଣା ଦେଶରେ ଏକ ବଡ଼ ଚିନ୍ତାର କାରଣ ହୋଇଛି।ଏଥିରୁ ଲୋକମାନଙ୍କୁ ରକ୍ଷା କରବା ଲାଗି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସାରା ଦେଶରେ ଭାରତ ସରକାରଙ୍କ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ସାରା ଦେଶରେ 31ତମ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଜାନ ଚାଲୁ ଥିବାବେଳେ ଆମ ରାଜ୍ୟରେ ଏହି ଅଭିଯାନ ର ଶୁଭାରମ୍ଭ ସଚେତନତା ପଦଯାତ୍ରା ମାଧ୍ୟମରେ ଆରମ୍ଭ କରାଯାଇଛି।


Body:କିଟ ପରିସରରେ ଏହି ପଦଯାତ୍ରା କୁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶଙ୍କ ସହିତ ରାଜ୍ୟ ପରବହନ କମିଶନର,ଟ୍ରାଫିକ ଡିସିପି,ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ ଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ ଦାଶ ଲୋକମାନଙ୍କୁ ଟ୍ରାଫିକ ନିୟମ ମାନିବା ସହ ଏହା ନିଜର ଓ ସମାଜର ବହୁତ ହିତ ସାଧନ କରିଥାଏ ବୋଲି କହିଛନ୍ତି।ତେଣୁ ଏଥର ର ଥିମ ସୁରକ୍ଷିତ ରୁହନ୍ତୁ ଓ ସୁଖୀ ରୁହନ୍ତୁ କୁ ସମସ୍ତେ ଭଲଭାବେ ପାଳନ କରିବାକୁ କହିଛନ୍ତି।ସେ ଆହୁରି କହିଛନ୍ତି ସାରା ବିଶ୍ୱରେ ବର୍ଷକୁ ଯେତିକି ସଡ଼କ ଦୁର୍ଘଟଣାରେ ମୃତ୍ୟବରଣ କରୁଛନ୍ତି ସେଥିମଧ୍ୟରୁ ଭାରତୀୟଙ୍କ ସଂଖ୍ୟା 13 ଶତକଡା ଅଟେ।ତେଣୁ ଏହାକୁ ହ୍ରାସ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି।
ସେହିଭଳି ଚନ୍ଦ୍ରଶେଖର ପୁର ପରିବହନ କାର୍ଯ୍ୟାଳୟର ଆର ଟି ଓ ସଞ୍ଜୟ କୁମାର ବେହେରା ବିଗତ 3 ମାସ ମଧ୍ୟରେ ବିଭିନ୍ନ ନିଆ ଯାଇଥିବା ପଦକ୍ଷେପ ଯୋଗୁ ଅନେକ ପରିମାଣର ଦୁର୍ଘଟଣା ହ୍ରାସ ପାଇଥିବା ପ୍ରକାଶ କରିଛନ୍ତି।ତେଣୁ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନତା କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଥିବ ସେ କହିଛନ୍ତି।
ବାଇଟ-ମନ୍ତ୍ରୀ-ସମୀର ଦାସ,
ବାଇଟ-2-ଆର ଟି ଓ 2-ସଞ୍ଜୟ କୁମାର ବେହେରା
ବାଇଟ-ଟ୍ରାଫିକ ଡିସିପି,
ବାଇଟ-ପରବହନ କମିଶନର-ସଂଜୀବ ପଣ୍ଡା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।



Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.