ETV Bharat / city

ଇ-ଚେକ ଗେଟ ବ୍ୟବସ୍ଥାର ଶୁଭାରମ୍ଭ

author img

By

Published : Jan 19, 2020, 5:41 PM IST

31st Road sefty
31st Road sefty

ଉଦଯାପିତ ହୋଇଛି 31 ତମ ସଡକ ସୁରକ୍ଷା ସପ୍ତାହ ପାଳନ। ଏହି ଅବସରରେ ସଡକ ଦୁର୍ଘଟଣା କମାଇବାକୁ ଆରମ୍ଭ ହେଲା ନୂତନ ବ୍ୟବସ୍ଥା। ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ସଡକ ଦୁର୍ଘଟଣାରେ ବର୍ଷକୁ ପାଖାପାଖି 5ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଏହାକୁ ଆଗାମୀ ବର୍ଷକ ମଧ୍ୟରେ 50 ପ୍ରତିଶତ କମାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆଉ ଏଥିପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଟ୍ରାଫିକ ନିୟମକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ସେ କହିଛନ୍ତି ।

ରବିବାର ଚନ୍ଦ୍ରଶେଖରପୁରସ୍ଥିତ ଟ୍ରାଫିକ ଟ୍ରେନିଂ ସେଣ୍ଟର ଠାରେ ଆୟୋଜିତ 31ତମ ସଡକ ସୁରକ୍ଷା ସପ୍ତାହ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ। ଏହି ଅବସରରର ମନ୍ତ୍ରୀ ଇ-ଚେକ ଗେଟ ବ୍ୟବସ୍ଥାର ଶୁଭାରମ୍ଭ କରିବା ସହିତ ବାହାର ରାଜ୍ୟରୁ ଓଡିଶାକୁ ଆସୁଥିବା ଗାଡି ପାଇଁ ଏହା ଅନେକ ପ୍ରକାର ସୁବିଧା ପ୍ରଦାନ କରିବ ବୋଲି କହିଛନ୍ତି।

ଇ-ଚେକ ଗେଟ ବ୍ୟବସ୍ଥାର ଶୁଭାରମ୍ଭ କଲେ ବିଭାଗୀୟ ମନ୍ତ୍ରୀ


ଆଜିର ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ପରିବହନ କମିଶନର ସଞ୍ଜୀବ ପଣ୍ଡା ରାଜ୍ୟରେ ଖୁବ ଶୀଘ୍ର ‘ଇଣ୍ଟିଲିଜେନ୍ସ ଟ୍ରାଫିକ ମ୍ୟାଞ୍ଜେମେଣ୍ଟ ସିଷ୍ଟମ’ ସହିତ ସିଟିଜେନସିପ ରିପୋର୍ଟିଂ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି ବୋଲି କହିଛନ୍ତି। ଯାହା ଫଳରେ ସଡକ ସୁରକ୍ଷା ଦିଗରେ ଅନେକ ସୁଧାର ଆସିପାରିବ ବୋଲି ସେ କହିଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ସିଆଇଡି ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଭୁବନେଶ୍ବର ମଧ୍ୟ ଓ ଉତ୍ତର ବିଧାୟକ ପ୍ରମୁଖ ଯୋଗ ଦେଇ ସଡକ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ସଡକ ଦୁର୍ଘଟଣାରେ ବର୍ଷକୁ ପାଖାପାଖି 5ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।ତେଣୁ ଏହାକୁ ଆଗାମୀ ବର୍ଷକ ମଧ୍ୟରେ 50 ଶତକଡା କମାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା କହିଛନ୍ତି ରାଜ୍ୟ ବାଣୀଜ୍ୟ ଓ ସଡକ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା।ଆଉ ଏଥିପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଟ୍ରାଫିକ ନିୟମକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Body:ଆଜି ସ୍ଥାନୀୟ ଚନ୍ଦ୍ରଶେଖର ପୁର ସ୍ଥିତ ଟ୍ରାଫିକ ଟ୍ରେନିଂ ସେଣ୍ଟର ଠାରେ ଆୟୋଜିତ ସଡକ ସୁରକ୍ଷା ସପ୍ତାହ ର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି।ଏହି ଅବସରରର ମନ୍ତ୍ରୀ ଇ ଚେକ ଗେଟ ବ୍ୟବସ୍ଥାର ଶୁଭାରମ୍ଭ କରିବା ସହିତ ବାହାର ରାଜ୍ୟରୁ ଆମ ରାଜ୍ୟକୁ ଆସୁଥିବା ଗାଡି ଗୁଡିକ ପାଇଁ ଏହା ଅନେକ ସୁବିଧା ପ୍ରଦାନ କରିବ ବୋଲି କହିଛନ୍ତି।
ଆଜିର ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ପରିବହନ କମିଶନର ଶ୍ରୀଯୁକ୍ତ ସଂଜୀବ ପଣ୍ଡା ରାଜ୍ୟରେ ଖୁବ ଶୀଘ୍ର ଇଣ୍ଟିଲିଯେନ୍ସ ଟ୍ରାଫିକ ମ୍ୟାଞ୍ଜେମେଣ୍ଟ ସିଷ୍ଟମ ସହିତ ସିଟିଜେନସିପ ରିପୋର୍ଟିଂ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି ବୋଲି ପ୍ରକାଶ କରିଛନ୍ତି।ଯାହା ଫଳରେ ସଡକ ସୁରକ୍ଷା ଦିଗରେ ଅନେକ ସୁଧାର ଆସିପାରିବ ବୋଲି ସେ କହିଛନ୍ତି।ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ,ପୋଲିସ ସି ଆଇ ଡି ବିଭାଗ ଆଇଜି ଅମିଟରେନ୍ଦ୍ରନାଥ ସିନ୍ହା ,ଭୁବନେଶ୍ୱର ମଧ୍ୟ ଓ ଉତ୍ତର ବିଧାୟକ ପ୍ରମୁଖ ଯୋଗ ଦେଇ ସଡକ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।ତେଣୁ ସମସ୍ତେ ଟ୍ରାଫିକ ନିୟମ ମାନି ଚାଲିଲେ ଆଗାମୀ ଦିନରେ ଓଡିଶା ଅନ୍ୟମାନଙ୍କ ନିକଟରେ ଏକ ଆଦର୍ଶ ରାଜ୍ୟଭାବେ ପରିଗଣିତ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି।ଏହି ଅବସରରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଲାଭ କରିଥିବା ବ୍ୟକ୍ତିବିଶେଷ ଓ ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ବାଇଟ-ମନ୍ତ୍ରୀ-ପଦ୍ମନାଭ ବେହେରା
ବାଇଟ-ସଂଜୀବ ପଣ୍ଡା-ପରବହନ କମିଶନର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ।



Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.