ETV Bharat / city

ରାଜଧାନୀରେ ଏଟିଏମରୁ ଲୁଟ, ଗ୍ୟାସ କଟରରେ କାଟି ନେଇଗଲେ ୨୭ ଲକ୍ଷ

author img

By

Published : Oct 11, 2020, 3:56 PM IST

ରାଜଧାନୀରେ ଏଟିଏମ ଲୁଟ, ଗ୍ୟାସ କଟର କାଟି ନେଇଗଲେ ୨୭ ଲକ୍ଷ
ରାଜଧାନୀରେ ଏଟିଏମ ଲୁଟ, ଗ୍ୟାସ କଟର କାଟି ନେଇଗଲେ ୨୭ ଲକ୍ଷ

ରାଜଧାନୀରେ ହାଇପ୍ରୋଫାଇଲ ଏଟିଏମ ଲୁଟ । ଇନଫୋସିଟ ଥାନା ପଟିଆ ଷ୍ଟୋସନ ରୋଡ଼ରୁ ହାଇଟେକନିକ ଲୁଟ କରିଛନ୍ତି ଦୁର୍ବୁତ୍ତ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ନେଇଗଲେ ୨୭ ଲକ୍ଷ ୮୪ ହଜାର ୪୦୦ ଟଙ୍କା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ ଏଟିଏମ ଲୁଟ । ଇନଫୋସିଟ ଥାନା ପଟିଆ ଷ୍ଟୋସନ ରୋଡ଼ରୁ ହାଇଟେକନିକ ଲୁଟ କରିଛନ୍ତି ଦୁର୍ବୁତ୍ତ । ଗ୍ୟାସ କଟରରେ କାଟି ପଞ୍ଜାବ ନାସନାଲ ବ୍ୟାଙ୍କ ଏଟିଏମରୁ ନେଇଗଲେ ୨୭ ଲକ୍ଷ ୮୪ ହଜାର ୪୦୦ ବୋଲି ସୂଚନା ଦେଇଛନ୍ତି ମେଣ୍ଟନାନସ କର୍ତୃପକ୍ଷ । ତେବେ ଏଟିଏମର ସିସିଟିଭ କାମ କରୁଛି କି ନାହି ତାହା ଜଣାପଡିନଥିବା ବେଳେ, ଶନିବାର ରାତିରୁ ଏଟିଏମ ଲିଙ୍କ ଫେଲ୍ ଜାଣିବା ପରେ ରବିବାର ମେଣ୍ଟନାନସ ଟିମ ପହଁଚି ଜାଣିବାକୁ ପାଇଥିଲେ ଏହି ଲୁଟ ସମ୍ପର୍କରେ ।

ରାଜଧାନୀରେ ଏଟିଏମ ଲୁଟ
ରାଜଧାନୀରେ ଏଟିଏମ ଲୁଟ

ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଆରମ୍ଭ କରିଛି ତନାଘନା । ତେବେ ଗ୍ୟାସ କଟରରେ କାଟି ଜନଗହଳି ସ୍ଥାନରୁ ଏପରି ଲୁଟପାଟ ପୋଲିସକୁ ଏକ ଚ୍ୟାଲେଞ୍ଜ ହୋଇଛି । କିଛିଦିନ ପୁର୍ବରୁ ଅନୁରୁପ ଢ଼ଙ୍ଗରେ ନନ୍ଦନକାନନ ଥାନା ଅଞ୍ଚଳରୁ ମଧ୍ୟ ଏଟିଏମ ତାଡ଼ିଥିଲେ ହେଲେ ଲୁଟପାଟ କରିନଥିଲେ । ଏଭଳି ଘଟଣା ଏବେ ସେହି ଅଞ୍ଚଳର ଏଟିଏମ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।

ରାଜଧାନୀରେ ଏଟିଏମ ଲୁଟ, ଗ୍ୟାସ କଟର କାଟି ନେଇଗଲେ ୨୭ ଲକ୍ଷ

ତେବେ ଏହି ଏଟିଏମ ନିକଟରେ କୌଣସି ସିକ୍ୟୁରିଟ ଗାର୍ଡ଼ ନଥିବା ବେଳେ ଗ୍ୟାସ କଟର ଓ ଗ୍ୟାସ ଟାଙ୍କିରେ ଥିବା ଫିଙ୍ଗର ପ୍ରିଣ୍ଟକୁ ନେଇ ୟୁଭି ସ୍କାନର ଜରିଆରେ ଅପରାଧିକୁ ଧରିବା ପାଇଁ ଯୋଜନା ଚଳାଇଛନ୍ତି ପୋଲିସ କର୍ମଚାରୀ । ଛକରେ ଜଗୁଥିବା ପୋଲିସ କେବେ ସହରବାସୀଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେବେ ତାହା ଉପରେ ନଜର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.