ETV Bharat / city

Odisha Corona: ୨୪ ଘଣ୍ଟାରେ ୨୪ ସଂକ୍ରମିତ

author img

By

Published : Jun 11, 2022, 10:01 AM IST

Odisha Corona Report:୨୪ ଘଣ୍ଚାରେ ୨୪ ସଂକ୍ରମିତ ଚିହ୍ନଟ
Odisha Corona Report:୨୪ ଘଣ୍ଚାରେ ୨୪ ସଂକ୍ରମିତ ଚିହ୍ନଟ

ପୁଣି ମାଡିଲାଣି ମହାମାରୀ । ଗତ 24 ଘଣ୍ଟାରେ ରାଜ୍ୟରେ 24 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଶୁକ୍ରବାର ଚିହ୍ନଟ ସଂକ୍ରମିତ ଅପେକ୍ଷା ଆଜି (ଶନିବାର) ମାମଲା ଅଧିକ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ 24 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 15 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 9 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏଥିମଧ୍ୟରୁ ୩ ଶିଶୁ ସଂକ୍ରମିତ ମଧ୍ୟ ରହିଛନ୍ତି ।

  • Covid-19 Report For 10th June

    New Positive Cases: 24
    Of which 0-18 years: 3
    In quarantine: 15
    Local contacts: 9

    (Details of local contacts will be shared by concerned District)

    1. Cuttack: 2
    2. Jharsuguda: 5
    3. Khurda: 12
    4. Sundargarh: 3
    5. State Pool: 2

    — I & PR Department, Odisha (@IPR_Odisha) June 11, 2022 " class="align-text-top noRightClick twitterSection" data=" ">
  • New recoveries: 11
    Cumulative tested: 31864297
    Positive: 1288620
    Recovered: 1279292
    Active cases: 149

    — I & PR Department, Odisha (@IPR_Odisha) June 11, 2022 " class="align-text-top noRightClick twitterSection" data=" ">

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ 2, ଝାରସୁଗୁଡାରୁ 5, ଖୋର୍ଦ୍ଧାରୁ 12,ସୁନ୍ଦରଗଡରୁ 3 ଓ ଷ୍ଟେଟପୁଲରୁ 2 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 620ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 149 ସକ୍ରିୟ ମାମଲା ରହିଛି । ନୂଆ 11 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 292 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ ପୁଣି 8 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.