ETV Bharat / city

Omicron Scare: ଆସିଲା 5 ନୂଆ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରୀ

author img

By

Published : Dec 30, 2021, 5:37 PM IST

Omicron Scare: ୫ ନୂଆ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରୀ ପ୍ରକାଶ
Omicron Scare: ୫ ନୂଆ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରୀ ପ୍ରକାଶ

ଓମିକ୍ରନ ଆକ୍ରାନ୍ତ ଙ୍କ ବାବଦରେ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । 5 ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ବିଦେଶ ଫେରନ୍ତା । ଅଧିକ ପଢନ୍ତୁ

ଭୁବନେଶ୍ବର: ନୂଆ 5 ଓମିକ୍ରନ ଆକ୍ରାନ୍ତ (Odisha Omicron Patient)ଙ୍କ ବାବଦରେ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର (Odisha Health Director Bijay Mohapatra) । 5 ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ବିଦେଶ ଫେରନ୍ତା । କତାର, କଙ୍ଗୋ, ୟୁଏଇ ଆଦି ଦେଶରୁ ଫେରିଛନ୍ତି ସମ୍ପୃକ୍ତ ବ୍ୟକ୍ତି । ସଂକ୍ରମିତ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।

Omicron Scare: ୫ ନୂଆ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରୀ ପ୍ରକାଶ

ତେବେ ପଞ୍ଚମ ଆକ୍ରାନ୍ତ ରାୟପୁର ଓ ହାଇଦ୍ରାବାଦ ଗସ୍ତ କରିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେହିପରି 4 ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ 22 ରୁ 44 ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରୁ କତାରରୁ ଜଣେ UAE ରୁ 2 ଜଣ, କଙ୍ଗୋରୁ ଜଣେ ଏବଂ ଅନ୍ୟ ଜଣେ ରାୟପୁର ଓ ହାଇଦ୍ରାବାଦ ଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- Omicron Scare In Odisha: 5 ନୂଆ ପଜିଟିଭ୍‌ ଚିହ୍ନଟ, 14କୁ ସଂଖ୍ୟା ବୃଦ୍ଧି

ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ସରିଛି । ଦୁଇ ଜଣଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ପଜିଟିଭ ରହି ଥିବାବେଳେ ବାକି ବ୍ୟକ୍ତିଙ୍କର ରିପୋର୍ଟ ଆସିନାହିଁ । ସମସ୍ତ ପଜିଟିଭ ଚି଼ହ୍ନଟଙ୍କ ଜିନମ ସିକ୍ବେନ୍ସିଂ ପାଇଁ ILS ପଠାଯାଇଛି । ସମସ୍ତ ଆକ୍ରାନ୍ତଙ୍କର ସ୍ୱାସ୍ଥ୍ୟବସ୍ତା ସ୍ଥିର ରହିଛି । ଏହି 5 ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ 14 ଜଣ ଓମିକ୍ରାନ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.