ETV Bharat / city

ନଦୀରେ ଫସିଥିଲେ OSAP କନେଷ୍ଟବଳ, ଉଦ୍ଧାର କଲା ଅଗ୍ନିଶମ ଟିମ

author img

By

Published : Jul 22, 2021, 9:59 PM IST

ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନଦୀ ଭିତରେ ଫସି ଯାଇଥିବା OSAP କନେଷ୍ଟବଳଙ୍କୁ ଉଦ୍ଧାର କଲା ଅଗ୍ନିଶମ ଟିମ । ଅଧିକ ପଢନ୍ତୁ....

ଟନେଲରେ ଫସିଥିଲେ OSAP କନେଷ୍ଟବଳ, ଉଦ୍ଧାର କଲା ଅଗ୍ନିଶମ ଟିମ
ଟନେଲରେ ଫସିଥିଲେ OSAP କନେଷ୍ଟବଳ, ଉଦ୍ଧାର କଲା ଅଗ୍ନିଶମ ଟିମ

ଭଦ୍ରକ: ନଦୀ ଭିତରେ ଫସିଯାଇଥିବା OSAP କନେଷ୍ଟବଳଙ୍କୁ ଉଦ୍ଧାର କରିଲା ଭଦ୍ରକ ଅଗ୍ନିଶମ ବାହିନୀ । ଭଦ୍ରକ ରାନ୍ଧିଆ କଲେଜ ଛକସ୍ଥିତ ସାଳନ୍ଦୀ ନଦୀର OSAP କନେଷ୍ଟବଳ ଭକ୍ତରାମ ସାହୁ ଗାଧୋଉଥିବା ସମୟରେ ନଦୀର ପାଣି ଭିତରେ ଥିବା ଟନେଲ ମଧ୍ୟରେ ତାଙ୍କ ଗୋଡ ଲାଖିଯାଇଥିଲା । ଫଳରେ ସେ ଦୀର୍ଘ ସମୟ ଧରି ପାଣି ଭିତରେ ଫସି ରହିଥିଲେ ।

ଟନେଲରେ ଫସିଥିଲେ OSAP କନେଷ୍ଟବଳ, ଉଦ୍ଧାର କଲା ଅଗ୍ନିଶମ ଟିମ

ତେବେ ବାରମ୍ବାର ବାହାରିବା ପାଇଁ ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇଥିବାବେଳେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ଟିମ । ଦୀର୍ଘ ସମୟ ଧରି ଅଗ୍ନିଶମ କର୍ମଚାରୀଙ୍କ ପରିଶ୍ରମ ଓ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଟନେଲ ମଧ୍ୟରୁ କନେଷ୍ଟବଳଙ୍କୁ ଉଦ୍ଧାର କରାଯାଇ ପାରିଥିଲା ।ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.