ETV Bharat / city

ଶ୍ରାବଣ ସୋମବାର: ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ, ନିରାଶ ଶୈବ ପ୍ରେମୀ

author img

By

Published : Jul 26, 2021, 7:14 PM IST

ଶ୍ରାବଣ ସୋମବାରରେ ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ
ଶ୍ରାବଣ ସୋମବାରରେ ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ

ରାଜ୍ୟରେ କୋରୋନା କଟକଣା ଯୋଗୁଁ ବନ୍ଦ ରହିଛି ସମସ୍ତ ଶୈବ ପୀଠ । ଆଉ ଏନେଇ ଶ୍ରାବଣ ମାସରେ କାଉଡିଆ ଭକ୍ତଙ୍କ ଜଳ ଢାଳିବାକୁ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଭଦ୍ରକ: କୋଭିଡ କଟକଣା ଯୋଗୁଁ ଖାଁ ଖାଁ ଶୈବ ପୀଠ । ଭଦ୍ରକ ଜିଲ୍ଲାରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପାଞ୍ଜି ଅନୁଯାୟୀ ଶ୍ରାବଣ ପ୍ରଥମ ସୋମବାର ନୀତି ସମାପନ ହୋଇଥିବା ବେଳେ ଆଜି ଦ୍ବିତୀୟ ସୋମବାର ନୀତି ଅନୁଷ୍ଠିତ ହୋଇଛି । ହେଲେ ମହାମାରୀ କୋରୋନା ପାଇଁ କୋଭିଡ ନିୟମ ଜାରି ରହିଥିବାରୁ ଚଳିତବର୍ଷ କାଉଡିଆ ଭକ୍ତଙ୍କର ଶୁଭିବ ନାହିଁ, ବୋଲବମ୍ ହରହର ବମ୍ ଧ୍ବନି । ଏଥିପାଇଁ ଏସଓପି(SOP) ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ନିର୍ଦ୍ଦେଶ ପାଇବା ପରେ ବାବାଙ୍କ ମନ୍ଦିରରେ କାଉଡି ଭକ୍ତଙ୍କ ଜଳଲାଗି ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ ।

ଶ୍ରାବଣ ସୋମବାରରେ ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ

କେବଳ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଏପରିକି ପୀଠରେ କଡା ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଯେପରି ବାବାଙ୍କର ଶ୍ରାବଣ ମାସ ସୋମବାର ସମସ୍ତ ନୀତିକାନ୍ତି ସୁଚାର ରୂପେ ସମାପନ ହେବ ସେଥିପାଇଁ ସେବାୟତଙ୍କ ସହଯୋଗ ଲୋଡିଥିବା ନେଇ ଜଣାପଡିଛି । ତାହାସହ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଭକ୍ତ ଜଳ ନ ଉଠାଇବେ ସେଥିପ୍ରତି କଡା ନଜର ପ୍ରଶାସନ ପକ୍ଷରୁ ରଖାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.