ETV Bharat / city

କୋଭିଡ କଟକଣା ଭାଙ୍ଗି ବାହାହେଲେ ବିଧାୟକ: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

author img

By

Published : Jul 5, 2021, 6:07 PM IST

କୋଭିଡ କଟକଣା ଭାଙ୍ଗି ବାହାହେଲେ ବିଧାୟକ: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
କୋଭିଡ କଟକଣା ଭାଙ୍ଗି ବାହାହେଲେ ବିଧାୟକ: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କୋରୋନା କଟକଣା ସାରା ରାଜ୍ୟରେ ଜାରି ରହିଥିବାବେଳେ ଲୋକେ ବିବାହ ସମେତ ଭୋଜି କାର୍ଯ୍ୟକ୍ରମରେ ହାତଗଣତି ଲୋକଙ୍କୁ ନେଇ ପାଳନ କରାଯାଉଛି । କୋଭିଡ କଟକଣା ଭାଙ୍ଗି ବିବାହ କରିଥିବା ଅଭିଯୋଗରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ଭଦ୍ରକ: କୋରୋନା କଟକଣା ଭାଙ୍ଗିଲେ ବିଧାୟକ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଗିରଫ ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସମେତ ଦାବିପତ୍ର ପ୍ରଦାନ କରାଯାଇଛି ।

କୋଭିଡ କଟକଣା ଭାଙ୍ଗି ବାହାହେଲେ ବିଧାୟକ: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୂଚନାନୁଯାୟୀ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିବାହ କିଛିଦିନ ତଳେ ସମାପ୍ତ ହୋଇଛି । ଆଉ ଏହି ଅବସରରେ କୋଭିଡ କଟକଣାକୁ ସେ ସମ୍ପୂର୍ଣ୍ଣ ଭାବେ ଉଲଙ୍ଘନ କରିଥିବା ନେଇ ସୂଚନା ମିଳିଛି । ଯାହାର ଭିଡ଼ିଓ ସମ୍ପ୍ରତି ଭାଇରାଲ ହେବା ଘଟଣାରେ, ବିଧାୟକଙ୍କୁ ଗିରଫ ଦାବି କରି ଆଜି (ସୋମବାର) ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଜଣାଇଛନ୍ତି ।

ଏନେଇ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଯଦି ସରକାର ଆସନ୍ତା ଦୁଇଦିନ ମଧ୍ୟରେ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ବିଜେପି ଯୁବ ମୋର୍ଚ୍ଚା ଚାନ୍ଦବାଲିରେ କୋରୋନା କଟକଣା ଭାଙ୍ଗି ବିବାହ ଭୋଜି କ୍ଷେତ୍ରରେ DJ ବଜାଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.