Etv Bharat Impact: ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ନାମଲେଖା ପ୍ରସଙ୍ଗ, ତନାଘନା ଆରମ୍ଭ

author img

By

Published : Jan 12, 2022, 5:02 PM IST

bhadrak collector directs to investigate in college admission with duplicate certificate after news air in etv bharat

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଛନ୍ତି କିଛି ଛାତ୍ର । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଏହି କେଳେଙ୍କାରୀକୁ ନେଇ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇଛି । ଅଧିକ ପଢ଼ନ୍ତୁ

ଭଦ୍ରକ: ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ଜଣା ପଡ଼ିଥିଲା । ଏହାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଏହି କେଳେଙ୍କାରୀକୁ ନେଇ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇଛି । ଏଭଳି ଦୁର୍ନୀତି ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି ।

Etv Bharat Impact: ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ରର ଯାଞ୍ଚ ନିର୍ଦ୍ଦେଶ

ଏହା ବି ପଢ଼ନ୍ତୁ ଭବିଷ୍ୟତ ସହ ଖେଳ ! ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଡମିଶନ, କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ଖବର

ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଖାଇ ଶିକ୍ଷାନୁଷ୍ଠାନ ପ୍ରବେଶ କରୁଛନ୍ତି ଛାତ୍ରଛାତ୍ରୀ । ଫଳର ଯୋଗ୍ୟଙ୍କୁ କଲେଜରେ ସ୍ଥାନ ମିଳି ପାରୁନାହିଁ । ଶକ୍ଷାର ମନ୍ଦିରକୁ ଏଭଳି କଳଙ୍କିତ କରୁଥିବା ଦଲାଲ ମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ସଂଗଠନ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ । 2004 ମସିହାରେ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିଲା । କଲେଜରେ ବିଭିନ୍ନ ଶ୍ରେଣୀ ଏବଂ ବିଭାଗରେ ୭ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଆଡମିଶନ ପାଇଁ ଆବେଦନ ସମୟରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ବିଭିନ୍ନ ବର୍ଗରେ ସଂରକ୍ଷଣ ପାଇବା ପାଇଁ ଆବେଦନ କରିବାକୁ ପଡିଥାଏ ।

ତେବେ ମହାବିଦ୍ୟାଳୟରେ କେତେକ ଛାତ୍ର ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ବଳରେ ଆଡମିଶନ ନେଇଛନ୍ତି । ଆଡମିଶନ ପରେ ସେମାନଙ୍କ ଦିବ୍ୟାଙ୍ଗ ସଂରକ୍ଷଣର ତାଲିକା ଦେଖିବା ପରେ ଜଣେ ପୁରାତନ ଛାତ୍ର ସୂଚନା ଅଧିକାର ଆଇନ୍ ବଳରେ ମହାବିଦ୍ୟାଳୟକୁ ସେମାନଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ମଗିଥିଲେ । ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସେଗୁଡିକ ଯାଞ୍ଚ ପାଇଁ ଦିଆଯାଇଥିଲା କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଥିଲା ସାଂଘାତିକ । କାରଣ ସେହି ବିଦ୍ୟାଙ୍ଗ ପ୍ରମାଣପତ୍ର ମେଡିକାଲ ପକ୍ଷରୁ ଯୋଗାଇ ଦିଆଯାଇନଥିବା କଥା କୁହାଯାଇଥିଲା । ସେଗୁଡିକ ନକଲି ହୋଇଥିବା ସ୍ପଷ୍ଟ ହୋଇଛି । ସୂଚନାଧିକାର ଆଇନ ବଳରେ ଏହି ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ର ଏନେଇ ହସ୍ତଗତ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.