ETV Bharat / city

ଉତ୍ସବମୁଖର ରେଶମ ସହର, ଜାକଜକମରେ ମକର ପାଳିଲେ ତେଲୁଗୁ ସମ୍ପ୍ରଦାୟ

author img

By

Published : Jan 15, 2020, 7:52 PM IST

Silk City Berhampur Celebrate Makar Sankranti
ଉତ୍ସବମୁଖର ରେଶମ ସହର

ବାଜା, ବାଇଦ, ତୂରୀ ତାଳରେ କମ୍ପୁଛି ଖଣ୍ଡମଣ୍ଡଳ । ନୂଆ ବସ୍ତ୍ର, ଗହଣା, ଗଜରାରେ ସଜେଇ ହୋଇ ମହିଳାମାନେ ନାଚି ଗାଇ କରୁଛନ୍ତି ମଉଜ । ଏଭଳି ଭାବେ ବେଶ ଧୁମଧାମରେ ସିଲକ ସିଟିରେ ତେଲୁଗୁ ସମ୍ପ୍ରଦାୟ ପାଳୁଛନ୍ତି ସେମାନଙ୍କ ପ୍ରମୁଖ ପର୍ବ ଭୋଗୀ ଓ ମକର ସଂକ୍ରାନ୍ତି ।

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ଧୁମଧାମରେ ପାଳିତ ହୋଇଛି ଚଳିତବର୍ଷର ଭୋଗୀ ଓ ମକର ପର୍ବ । କାରଣ ସହରରେ ୬୫ ପ୍ରତିଶତ ପରିବାର ତେଲୁଗୁ ସମ୍ପ୍ରଦାୟର । ଆଉ ତେଲୁଗୁ ସମ୍ପ୍ରଦାୟର ଏହା ମୁଖ୍ୟ ପର୍ବ । ଏଣୁ ଏହାକୁ ପାଳନ ପାଇଁ ବର୍ଷ ତମାମ ସମସ୍ତେ ଚାତକ ଭଳି ଅନାଇ ରହିଥାନ୍ତି । ଏହି ଅବସରରେ ଆବାଳ-ବୃଦ୍ଧ-ବନିତା ସମସ୍ତେ ମିଶି ନାଚିଗାଇ ଉଲ୍ଲାସର ସହ ମଉଜ କରନ୍ତି ।

ରେଶମ ସହର ପାଳୁଛି ମକର ପର୍ବ

ସେପଟେ ଏହି ପବିତ୍ର ଅବସରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ପୀଠ ଚଳଚଞ୍ଚଳ ହୋଇପଡିଛି । ମାଙ୍କ ଆର୍ଶୀବାଦ ଲୋଡିବାକୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି ।

Silk City Berhampur Celebrate Makar Sankranti
ମକରରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ

ଗତବର୍ଷ ଭଳି ଏଥର ବି ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଭୋଗୀ ନିଆଁକୁ ଲଗାଇଥିଲେ । ବିଶ୍ବାସ ରହିଛି ଭୋଗୀ ନିଆଁରେ ସବୁ ରାଗ ରୋଷ, ଭେଦଭାବକୁ ଦାହ କରି ଭାଇଚାରାର ଓ ସଦଭାବର ସମ୍ପର୍କ ଗଢିଉଠେ । ସେପଟେ ଏହା ଉପଲକ୍ଷେ ବିଭିନ୍ନ ସ୍ଥାନରେ କିଛି ସଂଙ୍ଗଠନ ପକ୍ଷରୁ ସାମୁହିକ ଭାବେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Silk City Berhampur Celebrate Makar Sankranti
ରଙ୍ଗୋଲିରେ ଝଟକୁଛି ମକର

ଏହି ପର୍ବର ପରମ୍ପରା ବେଶ ନିଆରା । ନୂଆ ଚାଉଳରେ ଖୀରି ତିଆରି କରି ପୂଜାର୍ଚ୍ଚନା ସହ 4 ଦିନ ଧରି ସମସ୍ତ ବିଧି, ନିୟମ ଅନୁଯାୟୀ ଆନନ୍ଦ ଉଲ୍ଲାସରେ ଏହି ଉତ୍ସବକୁ ମନାଯାଇଥାଏ । ଖାସ ଏଥିପାଇଁ ନବବିବାହିତ ଝିଅମାନେ ସେମାନଙ୍କ ବାପା ଘରକୁ ଆସିବା ସହ ଦୂରରେ ରହିଥିବା ପରିବାର ପରିଜନ ଘରକୁ ଆସନ୍ତି । ସମସ୍ତେ ପିଠା, ପଣା ସାଙ୍ଗକୁ ମକର ଚାଉଳ ଖାଇଥାନ୍ତି । ପ୍ରତି ବର୍ଷ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ଦିବସରେ ଭୋଗୀ ,ଦ୍ବିତୀୟ ଦିବସରେ ପୋଙ୍ଗଲ ପର୍ବ ଏବଂ କାନୁମୁ ଓ ମକାନୁମୁଙ୍କୁ ପାଳନ ହୁଏ ।

Silk City Berhampur Celebrate Makar Sankranti
ଭୋଗୀ ନିଆଁ ଦହନ ସମୟରେ

ଭୋଗୀ ସମୟରେ କାଠ ନିଆଁ ସହ ପୂଜା କରୁଥିବା କୁଆଁରୀ ଝିଅ ପୂର୍ବରୁ ରଖିଥିବା ଶୁଖିଲା ଗୋବର ପିଣ୍ଡୁଳା ମାଳ କରିପକାଇଥାନ୍ତି । ଏପରିକି ମକର ସଂକ୍ରାନ୍ତିରେ ପିଠାପଣା କରାଯାଉଥିବା ବେଳେ ମକର ଚାଉଳ ଖିଆଯାଇଥାଏ । ସେପେଟେ ବଡ଼ବଜାର, ସାନବଜାର, ପ୍ରେମନଗର, ଖଲାସି ସାହି, ବଗୁଲା ସାହି ଏବଂ ବାଚୁଆରୀ ସାହି ପ୍ରମୁଖ ଅଞ୍ଚଳରେ ଭୋଗୀ ଦେଖିବାକୁ ମିଳିଥିବା ବେଳେ ନୂତନ ବସ୍ତ୍ର ପରିଧାନ କରି ପରିବାରର ସମସ୍ତେ ସପିଙ୍ଗରେ ଲାଗିପଡିଥାନ୍ତି ।

କୁହାଯାଏ ଏହି ଭଳି ପର୍ବ ବିବିଧତା ଭିତରେ ଏକତାର ପର୍ବ । ବର୍ଷକର ଏହି 4 ଦିନ ଘରର ସମସ୍ତ ସଦସ୍ୟଙ୍କୁ ଏକାଠି କରିଥାଏ ।


ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

Intro:
(ଆଙ୍କର)- ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ଧୁମଧାମ ସହକାରେ ପାଳିତ ହୋଇଛି ଚଳିତବର୍ଷର ଭୋଗୀ ଓ ମକର ପର୍ବ । ମୁଖତଃ ସହରରେ ୬୫ ପ୍ରତିଶତ ପରିବାର ତେଲୁଗୁ ଭାଷାଭାଷି ର ହୋଇଥିବା ଯୋଗୁଁ ବର୍ଷକର ସବୁଠାରୁ ବଡ ପର୍ବ ଭାବରେ ଏହାକୁ ପାଳନ କରିବାକୁ ସତେ ଯେପରି ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଚଳିତବର୍ଷ ଏହାକୁ ସାମୁହିକ ଭାବେ ନାଚ ଗୀତ ର ତାଳେତାଳେ ଅତ୍ୟନ୍ତ ମଜ୍ଜା ନେଇ ଏହାକୁ ପାଳନ କରାଯାଇଛି ।


Body:
(ଭି.ଓ-୧):ତେଲୁଗୁ ଜନସାଧାରଣ ଙ୍କ ପାରମ୍ପାରିକ ପ୍ରସିଦ୍ଧ ପର୍ବ ହେଉଛି ଭୋଗୀ ପର୍ବ । ଯାହାକୁ ରେଶମ ସହର ବ୍ରହ୍ମପୁରରେ ଭୋଗୀ ଓ ମକର ପର୍ବକୁ ଅତ୍ୟନ୍ତ ଖୁସିର ସହ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ କିଛି ସଂଙ୍ଗଠନ ପକ୍ଷରୁ ତେଲୁଗୁ ସଂପ୍ରଦାୟର ଏହି ପର୍ବକୁ ଚଳିତବର୍ଷ ସାମୁହିକ ଭାବେ ପାଳନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଗତ ଏକ ବର୍ଷ ଧରି ଅପେକ୍ଷା କରି ରହିଥିବା ଜନସାଧାରଣ ମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଭୋଗୀ ନିଆଁ କୁ ଲଗାଇବା ପରେ ଉକ୍ତ ସ୍ଥାନରେ ଭଗବାନ ପୁଜାର୍ଚ୍ଚନ୍ନା କରିବା ସହ ନୃତ୍ୟ ସଙ୍ଗୀତର ତାଳେ ତାଳେ ଅତ୍ୟନ୍ତ ମଜ୍ଜାର ସହକାରେ ଏହାକୁ ପାଳନ କରିଛନ୍ତି ।
ବାଇଟ୍- ପି.ଭି.ସନ୍ଧ୍ୟାରାଣୀ (ବ୍ରହ୍ମପୁର ବାସିନ୍ଦା)
ବାଇଟ୍- କେ.ରାଧିକା(ବ୍ରହ୍ମପୁର ବାସିନ୍ଦା)

(ଭି.ଓ-୨): ଭୋଗୀ ଏବଂ ପଙ୍ଗଲ ଉତ୍ସବରେ ପ୍ରଥମ ଦିବସରେ ନୂତନ ବିବାହ କରିଥିବା କନ୍ୟା ମାନେ ଏହି ପର୍ବ ପାଳନ କରିବା ପାଇଁ ନିଜ ବାପା ଘରକୁ ଆସିବା ସହ ନୂତନ ବସ୍ତ୍ର ପରିଧାନ କରିଥିବାର ବିଧିୀ ବ୍ୟବସ୍ଥା ରହିଥିବା ଯୋଗୁଁ ବ୍ରହ୍ମପୁର ସହରରେ ରହୁଥିବା ତେଲୁଗୁ ପରିବାରର ଘରକୁ ସେମାନଙ୍କ ବହୁ ବନ୍ଧୁ ବାନ୍ଧବ ଆସି ପହଞ୍ଚିବା ସହ ଏପରି ଉତ୍ସବରେ ସାମିଲ ହୋଇଥିବା ଦେଖାଯାଇଛି । ଏହି ଅବସରରେ ମହିଳା ମାନେ ନୂତନ ବସ୍ତ୍ର ସହ ସୁନ୍ନା ଅଳଙ୍କାର ପରିଧାନ କରିଥିଲେ । ଏପରିକି କେତେକ ନୃତ୍ୟ ଗୀତ କରି ଏହାର ମଜ୍ଜା ଉଠାଇଥିବା ସହ ପାରମ୍ପାରିକ ରୀତିନୀତି ଅନୁଯାଇ କରାଯାଇଥିଲା ପୁଜାର୍ଚ୍ଚନ୍ନା । ଗତ ଏକ ବର୍ଷ ଧରି ଅପେକ୍ଷା କରି ରହିଥିବା ଜନସାଧାରଣ ମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଏହାର ମଜ୍ଜା ନେବାକୁ ଭୁଲିନଥିଲେ । ପ୍ରତେକବର୍ଷ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ଦିବସରେ ଭୋଗୀ ,ଦ୍ୱିତୀୟ ଦିବସରେ ପୋଙ୍ଗଲ ପର୍ବ ଏବଂ ଅନ୍ତିମ ଦିବସରେ କାହ୍ନୁ ମାଁ କୁ ପାଳନ କରାଯାଇଥାଏ ।
ବାଇଟ୍: ଚନ୍ଦ୍ରକଳା(ବ୍ରହ୍ମପୁର ବାସିନ୍ଦା)
ବାଇଟ୍: ସ୍ନେହା(ବ୍ରହ୍ମପୁର ବାସିନ୍ଦା)
(ଭି.ଓ-୩) –ମୁଖ୍ୟତଃ ମକର ସଂକ୍ରାନ୍ତି ଅବସରରେ ନୂଆ ଚାଉଳରେ ଖିରି ପ୍ରସ୍ତୁତ କରି ପୂଜା କରାଯିବା ସହ ଚାରିଦିନ ଧରି ତେଲଗୁ ସଂପ୍ରଦାୟର ଏହି ଉତ୍ସବକୁ ବେଶ ଅନେକ ମଜ୍ଜା ନେଇଥାନ୍ତି । ଭୋଗୀ ସମୟରେ କାଠ ନିଆଁ ସହ ପୁଜା କରୁଥିବା କୁଆଁରୀ ଝିଅ ମାନେ ପୂର୍ବରୁ ରଖିଥିବା ଶୁଖିଲା ଗୋବର ପିଣ୍ଡୁଳା ମାଳ କରି ପକାଇଥାନ୍ତି । ଏପରିକି ମକର ସଂକ୍ରାନ୍ତିରେ ପିଠାପଣା କରାଯାଉଥିବା ବେଳେ ମକର ଚାଉଳ କରାଯାଇ ଏହି ସମୟରେ ମହିଳା ମାନେ ବେଶ ଖୁସି ମନାଇଥାନ୍ତି ।ଏପରିକି ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ବଡ଼ବଜାର, ସାନବଜାର, ପ୍ରେମନଗର, ଖଲାସି ସାହି, ବଗୁଲା ସାହି ଏବଂ ବାଚୁଆରୀ ସାହି ପ୍ରମୁଖ ଅଞ୍ଚଳରେ ଭୋଗୀ ଦେଖିବାକୁ ମିଳିଥିବା ବେଳେ ନୂତନ ବସ୍ତ୍ର ପରିଧାନ କରି ପରିବାର ର ସମସ୍ତେ ଏହାର ବେଶ ମଜ୍ଜା ନେଇଥାନ୍ତି ।
ବାଇଟ୍: କାମେଶ୍ୱରୀ(ବ୍ରହ୍ମପୁର ବାସିନ୍ଦା)
Conclusion:ରିପୋର୍ଟର ପି.ଟୁ.ସି(ସମୀର ଆଚାର୍ଯ୍ୟ,ବ୍ରହ୍ମପୁର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.