ETV Bharat / city

IPL ବେଟିଂ ଆଡ୍ଡାରେ ଚଢାଉ, କିଙ୍ଗପିନ ସହ 8 ଗିରଫ

author img

By

Published : Oct 11, 2021, 9:09 PM IST

IPL ବେଟିଂ ଆଡ୍ଡାରେ ପୋଲିସ ଚଢାଉ, କିଙ୍ଗପିନ ସହ 8 ଗିରଫ
IPL ବେଟିଂ ଆଡ୍ଡାରେ ପୋଲିସ ଚଢାଉ, କିଙ୍ଗପିନ ସହ 8 ଗିରଫ

ବ୍ରହ୍ମପୁର ସହରରେ ଚାଲିଥିଲା IPL ବେଟିଙ୍ଗ ଆଡ୍ଡା । ଡଢାଉ କରି 8 ଜଣଙ୍କୁ ଗିରଫ କରିବା ସହ ଏକାଧିକ ଆପତ୍ତିଜନକ ସାମଗ୍ରୀ ଜବତ କଲା ପୋଲିସ। ଅଧିକ ପଢନ୍ତୁ...

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଚାଲିଥିବା ଏକ IPL ବେଟିଙ୍ଗ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଏଥିରେ ବେଟିଂ ରାକେଟର କିଙ୍ଗପିନ୍ କୁହାଯାଉଥିବା ଜଗନ୍ନାଥ ଚୌଧୁରୀ ଓରଫ ବାପା ସମେତ ସମେତ 8 ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ମୋଟ ନଗଦ 8 ଲକ୍ଷ 63 ହଜାର 2ଶହ ଟଙ୍କା ସମେତ ମୋଟ 11 ଗୋଟି ମୋବାଇଲ୍ ଜବତ କରାଯାଇଛି । ଏନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

IPL ବେଟିଂ ଆଡ୍ଡାରେ ପୋଲିସ ଚଢାଉ, କିଙ୍ଗପିନ ସହ 8 ଗିରଫ

ଗିରଫ ଅଭିଯୁକ୍ତମାନେ ହେଲେ ଲାଞ୍ଜିପଲ୍ଲୀ ପାଢୀ କଲେନୀର ଜଗନ୍ନାଥ ଚୌଧୁରୀ ,ହଳଦିଆପଦର ଅଞ୍ଚଳର ସନ୍ତୋଷ କୁମାର ନାୟକ ,ଗୋଷାଣିନୂଆଗାଁର ଅଜିତ କୁମାର ସାହୁ, ବ୍ରହ୍ମପୁର ଅମ୍ୱିକା ନଗର ପ୍ରଥମ ଲାଇନର ସବ୍ୟସାଚୀ ପାଢୀ ଓ କୀର୍ତ୍ତିରଞ୍ଜନ ଶତପଥୀ ଓରଫ ଶ୍ରୀନୁ, ବିଜିପୁରର ନିଳାଦ୍ରୀ ପାଢୀ, ଗୋଷାଣିନୂଆଗାଁ ରାମ ପ୍ରସାଦ ଚୌଧୁରୀ ଓ ଶାଳିଆବନ୍ଧ ସାହିର ବିନୋଦ ପଣ୍ଡା ବୋଲି ସୂଚନା ଦେଇଛି ପୋଲିସ ।

ଏହି ଅଭିଯୁକ୍ତମାନେ ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳରେ ବେଟିଂ ଚଳାଇଥଲେ। ଅଭିଯୁକ୍ତମାନେ www.sky.exchange ଏବଂ www.nice5555.net ପ୍ରମୁଖ ସାଇଟରେ ମୋବାଇଲ୍ ଫୋନ୍ ମାଧ୍ୟମରେ ଏହି ବେଟିଂ କରି ଆସୁଥିବାବେଳେ ସୂଚନା ପାଇ ଚଢାଉ କରିଥିଲା ପୋଲିସ। ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.