ETV Bharat / city

ନାଇଟ କର୍ଫ୍ୟୁର 2ୟ ଦିନ, ଖାଁ ଖାଁ ରେଶମ ସହର

author img

By

Published : Apr 19, 2021, 6:51 AM IST

ନାଇଟ କର୍ଫ୍ୟୁର 2ୟ ଦିନରେ ଖାଁ ଖାଁ ରେଶମ ସହର
ନାଇଟ କର୍ଫ୍ୟୁର 2ୟ ଦିନରେ ଖାଁ ଖାଁ ରେଶମ ସହର

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ନାଇଟ କର୍ଫ୍ୟୁକୁ କଡାକଡି ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ବ୍ରହ୍ମପୁର: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସହରାଞ୍ଚଳଗୁଡିକରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ଗଞ୍ଜାମ ଜିଲ୍ଲାର ରେଶମ ସହର ବ୍ରହ୍ମପୁର ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କର୍ଫ୍ୟୁର 2ୟ ଦିନରେ ସହରର ବିଭିନ୍ନ ସ୍ଥାନ ଖାଁ ଖାଁ ହୋଇଥିବା ଦେଖିବାକୁ ମିଳିଛି ।

ରାତି ୯ଟା ପରେ ବ୍ରହ୍ମପୁର ସହରର ପ୍ରମୁଖ ଛକର ଦୃଶ୍ୟ ଦେଖିଲେ ସ୍ପଷ୍ଟ ହୋଇପଡୁଛି ପ୍ରଶାସନ ପକ୍ଷରୁ କୋରୋନା ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପକୁ କଡାକଡି ପାଳନ କରୁଛନ୍ତି ସହରବାସୀ । ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ସହରାଞ୍ଚଳରେ ରାତ୍ରକାଳୀନ କଫ୍ୟୁ ସମୟରେ ସହଯୋଗ କରିବାକୁ ଆହ୍ବାନ କରାଯାଇଥିଲା । କୋଭିଡ ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସହରବାସୀଙ୍କୁ ପ୍ରଶାସନ ଅନୁରୋଧ କରିବା ସହିତ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ଚେତାବନୀ ଦେଇଥିଲା ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.