ETV Bharat / city

ବଡ ଧରଣର ଡକାୟତି ଯୋଜନା ପଣ୍ଡ; ୫ ଗିରଫ, ବୋମା-ଲୁହାରଡ ଜବତ

author img

By

Published : Sep 18, 2021, 9:27 PM IST

ବଡ ଧରଣର ଡକାୟତି ଯୋଜନା ପଣ୍ଡ, ୫ ଗିରଫ ବୋମା ଓ ଲୁହାରଡ ଜବତ
ବଡ ଧରଣର ଡକାୟତି ଯୋଜନା ପଣ୍ଡ, ୫ ଗିରଫ ବୋମା ଓ ଲୁହାରଡ ଜବତ

ସହରରେ ଚାଲିଥିଲା ବଡ ଧରଣର ଡକାୟତି ଯୋଜନା । ଘଟଣାସ୍ଥଳରେ ୫ ଯୁବକ ଡକାୟତି ଉଦ୍ୟମ କରୁଥିବା ବେଳେ ଗିରଫ କରିଛି ବଡ ବଜାର ପୋଲିସ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଦିନକୁ ଦିନ ଡକାୟତଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ତେବେ ବଡ ବଜାର ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ସହରର କୌଣସି ଏକ ସ୍ଥାନରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ଗୋଟିଏ ଗ୍ୟାଙ୍ଗର ପାଞ୍ଚ ଜଣ ଅଭିଯୁକ୍ତ । ଆଉ ପୋଲିସ ସେମାନଙ୍କ ନିକଟରୁ ପାଞ୍ଚଟି ଅଫୁଟା ବୋମା ସହିତ ତିନୋଟି ଲୁହା ରଡ ଜବତ କରିଛି ।

ସେପଟେ ଶୁକ୍ରବାର ମଧ୍ୟରାତ୍ରରେ ବ୍ରହ୍ମପୁର ସହରର ବଡବଜାର ଥାନା ପୋଲିସ କୌଣସି ସୁତ୍ରରୁ ଖବରପାଇ ଉତ୍ତରାମୁଖି ନିକଟବର୍ତ୍ତୀ ତ୍ରିନାଥ ମନ୍ଦିରରେ ପହଞ୍ଚି ସେଠାରେ କୌଣସି ଏକ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ପାଞ୍ଚ ଜଣଙ୍କୁ କାବୁ କରିଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁର ସହରର ଲକ୍ଷ୍ମୀନୃସିଂହ ସାହିର ଲବ ସେଠୀ, ଜଗବନ୍ଧୁ ସାହିର ରାଜେଶ ନାୟକ, ପାଣ୍ଡରା ସାହିର କାଳିଆ ସାହୁ, ଗ୍ରାମଦେବତୀ ସାହିର ସତ୍ୟବାନ ଦାଶ ଏବଂ ଲକ୍ଷ୍ମୀନୃସିଂହ ସାହିର ଏନ୍.ତୋଫାନ୍ ରେଡ୍ଡି ।

ଆଉ ଏହି ଗ୍ୟାଙ୍ଗରେ ମୁଖ୍ୟ ଭାବେ ଲବ ସେଠୀ ବାଲ ବଚାସ୍ ଗ୍ୟାଙ୍ଗ ଭାବରେ ଥିବା ବେଳେ ଛଅଟି ମାମଲାରେ ସଂପୃକ୍ତ ରହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.