ETV Bharat / city

ବନଖଣ୍ଡସ୍ତରୀୟ ବିଶ୍ଵ ହସ୍ତୀ ଦିବସ ପାଳିତ

author img

By

Published : Aug 12, 2021, 11:05 PM IST

ବନଖଣ୍ଡ ସ୍ତରୀୟ ବିଶ୍ଵ ହସ୍ତୀ ଦିବସ ପାଳିତ
ବନଖଣ୍ଡ ସ୍ତରୀୟ ବିଶ୍ଵ ହସ୍ତୀ ଦିବସ ପାଳିତ

ବିଶ୍ଵ ହସ୍ତୀ ଦିବସ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଆସନବଣି ଗ୍ରାମରେ ବନ ବିଭାଗ ପକ୍ଷରୁ ବିଶ୍ଵ ହସ୍ତୀ ଦିବସ ପାଳନ ହୋଇଯାଇଛି । ଅଧିକ ପଢନ୍ତୁ...

ବାରିପଦା: ଆଜି ବିଶ୍ଵ ହସ୍ତୀ ଦିବସ। ଆଜିର ଦିନରେ ହାତୀଙ୍କ ସୁରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରାଯାଇଥାଏ। କାନାଡାର ଫିଲ୍ମ ନିର୍ମାତା ପାଟ୍ରିସିଆ ସିସ୍ମ ଓ ମାଇକେଲ କ୍ଲାକଙ୍କ ପରାମର୍ଶ କ୍ରମେ ଏହି ଦିବସର ଶୁଭାରମ୍ଭ ୨୦୧୨ ମସିହା ଅଗଷ୍ଟ ୧୨ ତାରିଖ ତାରିଖରୁ ଆରମ୍ଭ ହୋଇଛି। ୨୦୧୨ ମସିହାରୁ ଅଦ୍ୟାବଧି ଏହି ଦିବସକୁ ବିଶ୍ଵ ହସ୍ତୀ ଦିବସ ଭାବେ ପାଳନ ହେଉଛି। ଗୁରୁବାର ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଆସନବଣି ଗ୍ରାମରେ ବନ ବିଭାଗ ପକ୍ଷରୁ ବିଶ୍ଵ ହସ୍ତୀ ଦିବସ ପାଳନ ହୋଇଯାଇଛି ।

ବନଖଣ୍ଡ ସ୍ତରୀୟ ବିଶ୍ଵ ହସ୍ତୀ ଦିବସ ପାଳିତ

ବିଶେଷ କରି ଆସନବଣି ଜଙ୍ଗଲରେ ବର୍ଷ ତମାମ ହାତୀଙ୍କ ଚଳପ୍ରଚଳ ହେଉଥିବାରୁ ଏହି ଦିବସରେ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ବିବେକାନନ୍ଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଧନ ଜୀବନକୁ ବଞ୍ଚାଇ କିପରି ହାତୀଙ୍କୁ ସୁରକ୍ଷା ଦେଇହେବ ସେଥିପାଇଁ ସଚେତନ କରାଇଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.