ETV Bharat / city

ମୟୂରଭଞ୍ଜରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

author img

By

Published : Aug 31, 2021, 5:28 PM IST

ମୟୂରଭଞ୍ଜରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସରେନଙ୍କ କୁଶ ପୁତ୍ତଳିକା ଦାହ
ମୟୂରଭଞ୍ଜରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସରେନଙ୍କ କୁଶ ପୁତ୍ତଳିକା ଦାହ

୭ ଦଫା ଦାବିରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କୁଶ ପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନର କର୍ମକର୍ତ୍ତା। ଅଧିକ ପଢନ୍ତୁ...

ବାରିପଦା: ୭ ଦଫା ଦାବିରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କୁଶପୁତ୍ତଳିକା ଦାହ କଲେ ଆଦିବାସୀ ସେଙ୍ଗଲ ଅଭିଯାନର କର୍ମକର୍ତ୍ତା । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଡାଙ୍ଗରବିଲା ଛକରେ ଆଜି ମଧ୍ୟାହ୍ନରେ ଆଦିବାସୀ ସେଙ୍ଗଲ ଅଭିଯାନର ମୋରଡ଼ା ବ୍ଲକ ସଭାପତି ବିକ୍ରମ କେଶରୀ ହାଁସଦାଙ୍କ ନେତୃତ୍ବରେ ହେମନ୍ତ ସୋରେନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ମୟୂରଭଞ୍ଜରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସରେନଙ୍କ କୁଶ ପୁତ୍ତଳିକା ଦାହ

7 ଦଫା ଦାବି ମଧ୍ୟରୁ, ମୁଖ୍ୟତଃ ପ୍ରକୃତି ପୂଜକ ଆଦିବାସୀଙ୍କୁ ୨୦୨୧ ଜନଗଣନାରେ ‘ସାରନା ଧର୍ମ କୋଡ଼’ ମାନ୍ୟତା ଦେଇ ସାମିଲ କରାଯିବା, ସାନ୍ତାଳୀ ଭାଷାକୁ ଝାଡଖଣ୍ଡ ରାଜ୍ୟରେ ପ୍ରଥମ ରାଜଭାଷାର ମାନ୍ୟତା ଦେବା ଏବଂ ହୋ, ମୁଣ୍ଡା,ଖୁଡୁକ, ଖଡ଼ିଆ ଭାଷାଗୁଡିକୁ ସମ୍ବିଧାନର 8ମ ଅନୁସୂଚୀରେ ଅର୍ନ୍ତଭୁକ୍ତ କରାଯିବା ପ୍ରମୁଖ ଦାବି ରଖିଛି ଆଦିବାସୀ ସେଙ୍ଗଲ ଅଭିଯାନ । ତେବେ ଦୀର୍ଘ ଦିନ ହେବ ସେଙ୍ଗଲ ଅଭିଯାନ ଏହି ଦାବିଗୁଡିକୁ ପୂରଣ କରିବା ନେଇ ଆନ୍ଦୋଳନ କରିଆସୁଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.