ETV Bharat / city

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବାକୁ ଦାବି

author img

By

Published : Dec 18, 2020, 7:09 AM IST

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ
ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟକୁ ମୟୂରଭଞ୍ଜର ଯଶ୍ବସୀ ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବ ଜିଲ୍ଲା ବିଜେଡି। ଅଧିକ ପଢନ୍ତୁ...

ବାରିପଦା: ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ନାମକୁ ପରିବର୍ତ୍ତନ କରି ମୟୂରଭଞ୍ଜର ଯଶ୍ବସୀ ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବା ପାଇଁ ମୟୂରଭଞ୍ଜ ବିଜେଡିର ଦାବି । ଏନେଇ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ

ଏହି ଅବସରରେ ଓଡିଶା ପ୍ରଦେଶ ଓ ଓଡିଆ ଭାଷାକୁ ସ୍ବୀକୃତି ଲାଗି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ମୟୂରଭଞ୍ଜ ସମେତ ଓଡିଶା ଗଠନରେ ତାଙ୍କର ଭୂମିକାକୁ କେହି ଭୁଲି ପାରିବେ ନାହିଁ ବୋଲି ଏଥିରେ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବିଜେଡିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ 2ଟି ପ୍ରସ୍ତାବ ଗୃହୀତ କରାଯାଇ ମହାରାଜାଙ୍କ ସମ୍ମାନ ରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁରୋଧ ପତ୍ର ପଠାଯିବାକୁ ସ୍ଥିର ହୋଇଛି । ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବା ଓ ଶ୍ରୀରାମଚନ୍ଦ୍ର ପାଠାଗାରକୁ ମହାରାଜାଙ୍କ ସ୍ମତିରେ ପୁନରୁଦ୍ଧାର କରି ପାଣ୍ଠି ଯୋଗାଣ ସହ ରକ୍ଷଣାବେକ୍ଷଣ କରିବାକୁ ଅନୁରୋଧ କରାଯାଇଛି ।

ଅନ୍ୟପକ୍ଷରେ ଓଡିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର (ହରିବଳଦେବ ଜୀଉ)ର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ 5 କୋଟି ଟଙ୍କା ମଞ୍ଜୁର କରିଥିବାରୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହାସହ ଜଗନ୍ନାଥ ମନ୍ଦିର ପାଇଁ ଅଧିକ ଅର୍ଥ ପ୍ରଦାନ କରାବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବ ଜିଲ୍ଲା ବିଜେଡି।

ମହାରାଜାଙ୍କ 150 ତମ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ହୋଇଛି । କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କୃଷି ନିଗମ ଅଧକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି ଓ ବିଜେଡିର ନେତା ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.