ETV Bharat / city

ସଇତାନ ସାଜିଲା ମାଆ, ଜନ୍ମକଲା ଝିଅକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ

author img

By

Published : Jun 29, 2022, 8:34 AM IST

mother killed her daughter in balasore
ସଇତାନ ସାଜିଲା ମାଆ, ଜନ୍ମକଲା ଝିଅକୁ ହତ୍ୟା କରି ଥାନାରେ ମାଆର ଆତ୍ମ ସମର୍ପଣ

ମରିଗଲା ମାଆର ମମତା । ଜନ୍ମକଲା ଝିଅକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ପୌରାଞ୍ଚଳଳ ୪ନଂ ୱାର୍ଡର ଫୁଲ ବଜାର ଅଞ୍ଚଳରେ । ଅଧିକ ପଢ଼ନ୍ତୁ

ବାଲେଶ୍ବର: ମରିଗଲା ମାଆର ମମତା । ଜନ୍ମକଲା ଝିଅକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ପୌରାଞ୍ଚଳଳ ୪ନଂ ୱାର୍ଡର ଫୁଲ ବଜାର ଅଞ୍ଚଳରେ ।

ସଇତାନ ସାଜିଲା ମାଆ

ସୂଚନା ଅନୁସାରେ, ଫୁଲ ବଜାର ଅଞ୍ଚଳର ବେବି ବିବି ନାମକ ଜଣେ ମହିଳା ପ୍ରଥମ ସ୍ବାମୀ ଏସକେ କୁତୁବୁଦ୍ଧିନଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ ତାଙ୍କର ବିବାହ ବିଚ୍ଛେଦ ପରେ ସେ ସେହି ଅଞ୍ଚଳର ଅବଦୁଲ ରହିମଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବେବିଙ୍କ ତିନୋଟି ସନ୍ତାନ ଥିବାବେଳେ ସେମାନେ ମଧ୍ୟ ଦ୍ବିତୀୟ ସ୍ବାମୀ ଅବଦୁଲଙ୍କ ଘରେ ରହୁଥିଲେ । ତେବେ ଗତ ୨୫ତାରିଖ ରବିବାର ଦ୍ବିପହର ୨ଟା ସମୟରେ ୧୫ ବର୍ଷୀୟ ନାବାଳିକା ଝିଅଙ୍କୁ ମା ଏବଂ ଅବଦୁଲ ମିଶି ହତ୍ୟା କରିଥିଲେ । ଏହାପରେ ଥାନାରେ ଆସି ମାଆ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.