ETV Bharat / city

ଘରେ ପଶି ଡକାୟତି: ଲୁଟିନେଲେ ଟଙ୍କା ଓ ସୁନା ଗହଣା

author img

By

Published : Mar 20, 2020, 10:23 AM IST

money and gold looted
ଘରେ ପଶି ଡକାୟତି: ଲୁଟିନେଲେ ଟଙ୍କା ଓ ସୁନା ଗହଣା

ଖଇରା ଥାନା ଅଞ୍ଚଳରେ ବଡ ଧରଣର ଡକାୟତି। ଘରେ ପଶି ଲୁଟିନେଲେ ଟଙ୍କା ଓ ସୁନାଗହଣା। ଅଧିକ ପଢନ୍ତୁ...

ବାଲେଶ୍ଵର: ଖଇରା ଥାନା ଅଞ୍ଚଳରେ ବଡ ଧରଣର ଡକାୟତି। ଘରେ ପଶି ଲୁଟିନେଲେ ଟଙ୍କା ଓ ସୁନାଗହଣା। ଖଇରା ଥାନା ବାଙ୍କୀତିରାର ମଧୁସୂଦନ ନାୟକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଡକାୟତି।

ଘରେ ପଶି ଡକାୟତି: ଲୁଟିନେଲେ ଟଙ୍କା ଓ ସୁନା ଗହଣା

ରାତି ପ୍ରାୟ 2ଟା ବେଳେ 5ରୁ 6ଜଣ ଦୁର୍ବୃତ୍ତ ଘର କବାଟ ଶାବଳରେ ତାଡି ଘର ଭିତରକୁ ପଶିଥିଲେ। ପ୍ରଥମେ ଡକାୟତମାନେ ମଧୁସୂଦନଙ୍କୁ ଆକ୍ରମଣ କରିବା ସହ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏକ ଘରେ ପୂରାଇ କବାଟ କିଳିଦେଇଥିଲେ।

ଡକାୟତମାନେ ଲକରରେ ଥିବା ନଗଦ 50 ହଜାର ଟଙ୍କା, 10 ଭରିରୁ ଉର୍ଦ୍ଧ୍ବ ସୁନାଗହଣା ଲୁଟି ନେଇଥିବାବେଳେ ଏକ ସ୍କୁଟି ମଧ୍ୟ ନେଇ ପଳାଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖଇରା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.