ETV Bharat / city

BSKY Smart Cardରେ ସାମିଲ ହେଲା ବାଲେଶ୍ବର; 1500 କୋଟିର ପ୍ରକଳ୍ପ ବି ଉପହାର

author img

By

Published : Nov 26, 2021, 5:47 PM IST

ବାଲେଶ୍ଵରରେ ମଧ୍ୟ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା (BSKY Smart Health Card Distribution in Balasore) । ଜିଲ୍ଲାରେ ଯୋଜନାର ଶୁଭାରମ୍ଭ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ 11ଟା 02ରେ ବାଲେଶ୍ବରର ପୋଲିସ ଲାଇନ ପଡିଆରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ

BSKY Smart Card
BSKY Smart Card

ବାଲେଶ୍ବର: ବାଲେଶ୍ବରେ ମଧ୍ୟ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା । ଜିଲ୍ଲାରେ ଯୋଜନାର ଶୁଭାରମ୍ଭ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik Visit Balasore) ସକାଳ 11 ଟା 02ରେ ବାଲେଶ୍ବରର ପୋଲିସ ଲାଇନ ପଡିଆରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।

BSKY Smart Card ରେ ସାମିଲ ହେଲା ବାଲେଶ୍ବର; 15 ଶହ କୋଟିର ପ୍ରକଳ୍ପ ବି ଉପହାର

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବାଲେଶ୍ଵର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପ୍ରତିବାଦ ଓ ବିରୋଧ ଆଶଙ୍କା କରି ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ପ୍ରାୟ 40ରୁ ଊର୍ଦ୍ଧ୍ଵ ନେତା ଓ କର୍ମୀଙ୍କୁ ପୋଲିସ ରାତି ଅଧିଆ ଉଠାଇ ନେଇଥିଲା । ଜିଲ୍ଲାର 12ଟି ବ୍ଲକରେ ଦାୟିତ୍ବରେ ଥିବା ମନ୍ତ୍ରୀ, ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରିବେ । ବାଲେଶ୍ବର ଜିଲ୍ଲାର 5 ଲକ୍ଷ 13 ହଜାର 352 ପରିବାରର 19 ଲକ୍ଷରୁ ଅଧିକ ହିତାଧିକାରୀ ଏହି ସୁବିଧା ପାଇବେ । ପୁରୁଷ ହିତାଧିକାରୀଙ୍କ ପାଇଁ 5 ଲକ୍ଷ ଓ ମହିଳା ହିତାଧିକାରୀଙ୍କ ପାଇଁ 10 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବାର ସୁବିଧା ରହିଛି ।

ଏହାମଧ୍ୟ ପଢନ୍ତୁ: BSKY SMART CARD; ସୁବର୍ଣ୍ଣପୁରରେ ଆରମ୍ଭ ହେଲା ସ୍ମାର୍ଟ କାର୍ଡ ସେବା

ଏଥି ସହିତ ବାଲେଶ୍ବର ଜିଲ୍ଲାର ବିକାଶ ଦାୟିତ୍ବ ମୁଖ୍ୟମନ୍ତ୍ରୀ ନିଜ ହାତକୁ ନେଇଥିବାରୁ 356 କୋଟି ଟଙ୍କା ବ୍ୟୟରେ 77ଟି ପ୍ରକଳ୍ପର ଉଦଘାଟନ କରିବା ସହିତ 1100 କୋଟି ଟଙ୍କାରେ 109ଟି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । ବିଶେଷକରି ପିଇବା ପାଣି, ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟସେବା ସହିତ ଜନସାଧାରଣଙ୍କ ମୌଳିକ ସୁବିଧା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଥିଲା।

ପୂର୍ବାଞ୍ଚଳ ଆଇଜି (Eastern Range IG Odisha) ହିମାଂଶୁ ଲାଲ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ 3 ଜଣ ଅତିରିକ୍ତ ଏସପି, 13 ଜଣ ଡିଏସପି, 22 ଜଣ ଇନ୍ସପେକ୍ଟର, 94 ଜଣ ଏସଆଇ, ଏଏସଆଇଙ୍କ ସମେତ 25 ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିଲା । ଏଥିସହିତ ଭିଡକୁ ଏଡାଇବା ପାଇଁ ତାମୁଳିଆ ବ୍ରିଜ, ଫୁଲାଡି ଛକ, ସମଲପୁର ଛକ, ଟେକ୍ନିକାଲ ଫିଲଡ, ମଠସାହି ଛକ ପ୍ରଭୃତି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା । ଏଥିସହ ପୋଲିସ ଲାଇନ ଛକ, ଆଇଟିଆଇ ଛକ, ସେଣ୍ଟ୍ରାଲ ସ୍କୁଲ ଛକ, ଟେକ୍ନିକାଲ ଛକ, ଷ୍ଟେସନ ଛକରେ ଗାଡି ଚଳାଚଳକୁ ବାରଣ କରାଯିବା ସହିତ ବ୍ଲକିଂ କରିଥିଲା ପୋଲିସ ।

ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (Odisha Tourism Minister Jyoti Prakash Panigrahi) ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି (Odisha Revenue Minister Sudham Marandi) ସଦର ବିଧାୟକ ସ୍ବରୂପ ଦାସଙ୍କ ସମେତ ବହୁ ନେତା ଓ ବିଧାୟକ ସାମିଲ ହୋଇଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.