ETV Bharat / city

ବାଲେଶ୍ବର ବିଜେପି ସଭାପତିଙ୍କ ବିବାଦୀୟ ଫଟୋ ଭାଇରାଲ, ଦେଲେ ସ୍ପଷ୍ଟୀକରଣ

author img

By

Published : Dec 16, 2021, 9:29 PM IST

ବାଲେଶ୍ଵର ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଜଣେ ମହିଳାଙ୍କ ଫଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅଧିକ ପଢ଼ନ୍ତୁ

ବାଲେଶ୍ବର ବିଜେପି ସଭାପତିଙ୍କ ବିବାଦୀୟ ଫଟୋ ଭାଇରାଲ, ଦେଲେ ସ୍ପଷ୍ଟୀକରଣ
ବାଲେଶ୍ବର ବିଜେପି ସଭାପତିଙ୍କ ବିବାଦୀୟ ଫଟୋ ଭାଇରାଲ, ଦେଲେ ସ୍ପଷ୍ଟୀକରଣ

ବାଲେଶ୍ଵର: ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଜଣେ ମହିଳାଙ୍କ ଫଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ଘଟଣାକୁ ନିନ୍ଦା କରାଯିବା ସହ ବିଜେଡିକୁ ଏଥିପାଇଁ ଦାୟୀ କରିଛି ବିଜେପି । ଗତ କିଛିଦିନ ହେଲା କିଛି ସୋସିଆଲ ମିଡିଆ ଗ୍ରୁପ୍‌ରେ ବାଲେଶ୍ଵର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହ ଜଣେ ମହିଳାଙ୍କ ଫଟୋ ଭାଇରାଲ ହେଉଥିଲା ।

ବାଲେଶ୍ବର ବିଜେପି ସଭାପତିଙ୍କ ବିବାଦୀୟ ଫଟୋ ଭାଇରାଲ, ଦେଲେ ସ୍ପଷ୍ଟୀକରଣ

ବିବାଦୀୟ ଫଟୋ ଭାଇରାଲ କରି ବିଜେଡି ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । କାରଣ ଶାସକ ଦଳ ବିଜେଡି ନାମରେ ନାମିତ କିଛି ଫେସ୍‌ବୁକ୍‌ ଗ୍ରୁପରେ ଏହି ସବୁ ଫଟୋ ଭାଇରାଲ ହେଉଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶାସକ ଦଳର କର୍ମୀମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।

ସେପଟେ ଏହାକୁ ନେଇ ବାଲେଶ୍ବର ଟାଉନ ଥାନାରେ ଏକ ଅଭିଯୋଗ କରିଛନ୍ତି ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର । ଜିଲ୍ଲା ଆରକ୍ଷୀ ଆଧିକ୍ଷକଙ୍କ ସହିତ ଆଲୋଚନା କରି ଏ ବାବଦରେ ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଉମାକାନ୍ତ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.