ଫିକ୍ସ ଡିପୋଜିଟରେ ନିବେଶ କରୁଛନ୍ତି କି ? ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ

author img

By

Published : Nov 18, 2022, 12:21 PM IST

ଫିକ୍ସ ଡିପୋଜିଟରେ ନିବେଶ କରୁଛନ୍ତି କି ? ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ

ସୁଧହାର ବଢୁଥିବାରୁ ଫିକ୍ସ ଡିପୋଜିଟ(FD) ପ୍ରତି ପୁଣିଥରେ ଚାହିଦା ବୃଦ୍ଧି ପାଉଛି । ଜମାକାରୀ ନିଜର ପ୍ରଚଳିତ ଡିପୋଜିଟକୁ ବନ୍ଦ କରି ଏହି ରାଶି ଅଧିକ ସୁଧହାର ଯୁକ୍ତ FDରେ ନିବେଶ କରୁଛନ୍ତି । କିନ୍ତୁ ଏହା କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ନଚେତ୍ ଆଶାନୁରୂପ ଲାଭ ମିଳିବା ବଦଳରେ ଆପଣ କ୍ଷତି ସହିପାରନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଗତ ଦିନରେ ଫିକ୍ସ ଡିପୋଜିଟ(FD) ପ୍ରତି ଲୋକମାନଙ୍କ ଆଗ୍ରହ କମିଥିଲା । ଏହାର ପ୍ରମୁଖ କାରଣ ଥିଲା ସୁଧହାରରେ ହ୍ରାସ । ହେଲେ ପୁଣିଥରେ ଫିକ୍ସ ଡିପୋଜିଟ୍‌ରେ(Fixed deposits) ନିବେଶ ପାଇଁ ଲୋକଙ୍କ ରୁଚି ବଢୁଛି । ବର୍ତ୍ତମାନ ସମୟରେ ଲୋନ୍‌ ଚାହିଦା ବୃଦ୍ଧି ପାଉଥିବାରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ସୁଧହାର ବଢାଉଛନ୍ତି ଏବଂ ଜମାକାରୀଙ୍କୁ ସ୍ବତନ୍ତ୍ର ଅଫର ସହ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ଫଳରେ ଜମାକାରୀ ପୁଣିଥରେ FDରେ ନିବେଶ ପାଇଁ ଆଗ୍ରହୀ ହେଉଛନ୍ତି ।

ଫିକ୍ସ ଡିପୋଜିଟରେ ନିବେଶ କରୁଛନ୍ତି କି ? ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ
ଫିକ୍ସ ଡିପୋଜିଟରେ ନିବେଶ କରୁଛନ୍ତି କି ? ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ

ସୁଧହାର ବଢିବା ଯୋଗୁଁ ଏଫଡି ପୁଣିଥରେ ପାରମ୍ପରିକ ନିବେଶକଙ୍କ(Traditional investors) ଭରସା ଜିତିବାରେ ସକ୍ଷମ ହୋଇଛି । କିନ୍ତୁ ଏଫଡି ନିବେଶ କ୍ଷେତ୍ରରେ ମଧ୍ୟ କେତେକ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏକ୍ସପର୍ଟଙ୍କ ଅନୁସାରେ, ବ୍ୟାଙ୍କ ସୁଧହାର ବଢିଲେ ନିବେଶ କରିବା ପୂର୍ବରୁ ଆମକୁ କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଆମେ ନିଜର ସମସ୍ତ ଫଣ୍ଡକୁ ସିଙ୍ଗଲ ଏଫଡି(ଏingle FD)ରେ ଜମା କରିବା ବଦଳରେ ଏହାକୁ ଛୋଟ ଛୋଟ ରାଶିରେ ବିଭାଜିତ କରିବା ଉଚିତ୍ ଏବଂ ଭିନ୍ନ ଭିନ୍ନ ଟର୍ମର ଡିପୋଜିଟରେ ନିବେଶ କରିବା ଆବଶ୍ୟକ । ଅତିକମରେ ତିନୋଟି ଅଲଗା ଏଫଡି ଖୋଲିବା ଉଚିତ୍ ଯେପରିକି, ଗୋଟିଏ ୬ ମାସ ପାଇଁ, ଦ୍ବିତୀୟଟି ଗୋଟିଏ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ଓ ତୃତୀୟଟି ୧୮ରୁ ୨୪ ମାସ ପାଇଁ ।

ସ୍ବଳ୍ପମିଆଦି ଫିକ୍ସ ଡିପୋଜିଟକୁ ଆପଣ ଅଟୋ ରିନ୍ୟୁଆଲ କରିପାରିବେ । ଏହାର ଅର୍ଥ, ଥରେ ସୁଧହାର ବଢିଲେ ଆପଣ ଏହି ଡିପୋଜିଟକୁ ମ୍ୟାଚୁରିଟି ପରେ ଉଠାଣ କରି ଅଧିକ ସୁଧହାରରେ ପୁଣିଥରେ ଏଫଡିରେ ନିବେଶ କରିପାରିବେ । ବୈଶ୍ବିକ ମୁଦ୍ରାସ୍ପୀତି ଯୋଗୁଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସୁଧହାର ବୃଦ୍ଧିର ଏହି ଧାରା ଅବ୍ୟାହତ ରହିବ ବୋଲି ଆଶା କରାଯାଉଛି । ତେବେ ଏହି ବୃଦ୍ଧି କେତେ ଦିନ ଜାରି ରହିବ ସେନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ । ଏହି ଦୃଷ୍ଟିରୁ ସ୍ବଳ୍ପମିଆଦି ବା ସର୍ଟ ଟର୍ମ ଏଫଡିରେ ନିବେଶ କରିବା ଏକ ଉଚିତ୍ ପଦକ୍ଷେପ ହେବ ।

ଏହାମଧ୍ୟ ପଢନ୍ତୁ: ମାରାତ୍ମକ ରୋଗ ପାଇଁ ଭୟଭୀତ କି ? ଆପଣାନ୍ତୁ ଏହି ସ୍ବାସ୍ଥ୍ୟବୀମା

ଅନେକ ଜମାକାରୀ ନିଜର ପ୍ରଚଳିତ ଫିକ୍ସ ଡିପୋଜିଟକୁ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି । ଯଦ୍ବାରା ସେମାନେ ଉଚ୍ଚ ସୁଧ ପ୍ରଦାନକାରୀ ଡିପୋଜିଟରେ ଏହି ରାଶି ନିବେଶ କରିପାରିବେ । ଏପରି କରି ସେମାନେ ଅଧିକ ଆୟ ହାସଲ କରିବାକୁ ଆଶା ରଖିଛନ୍ତି । କିନ୍ତୁ ଏହା କରିବା ପୂର୍ବରୁ କେତେକ ବିଷୟ ଭଲ ଭାବେ ଯାଞ୍ଚ କରିବା ଉଚିତ୍ । ଯେମିତିକି, ମ୍ୟାଚୁରିଟି ପୂର୍ବରୁ ଏଫଡି ବନ୍ଦ କରିବା(pre-closure of FDs) ଯୋଗୁଁ କେତେ ଜରିମାନା ଓ ଆୟକର ଦେବାକୁ ପଡିବ !

ପ୍ରି-କ୍ଲୋଜର ଏଫଡିରେ ବ୍ୟାଙ୍କ TDS(Tax deducted at source) ଲାଗୁ କରିଥାଏ । କିଛି ବ୍ୟାଙ୍କ ଜରିମାନା ମଧ୍ୟ ଆଦାୟ କରିଥାନ୍ତି । ତେଣୁ ଯଦି ଏହି TDS ଓ ଜରିମାନା ରାଶି ଅଧିକ ରହିଥାଏ ତେବେ ଆମକୁ ଅଧିକ ସୁଧହାର ସମ୍ପନ୍ନ ଏଫଡିରେ ପୁନଃନିବେଶରୁ ବିଶେଷ ଲାଭ ମିଳିନଥାଏ । ତେଣୁ ଏଫଡିର ପ୍ରି-କ୍ଲୋଜର ପୂର୍ବରୁ ନୂଆ ଓ ପୁରୁଣା ସୁଧହାର ଭିତରେ ପାର୍ଥକ୍ୟ ବିଚାର କରିବା ଉଚିତ୍ । ଉଚ୍ଚ ସୁଧହାରକୁ ସ୍ଥାନନ୍ତାର ନିଷ୍ପତ୍ତି ପୂର୍ବରୁ ଲାଭ ଓ କ୍ଷତିର ହିସାବ କରିବା ଆବଶ୍ୟକ । ଯଦି ଜରିମାନା ଓ ଟିଡିଏସ ପରେ ମଧ୍ୟ ନୂଆ ସୁଧହାରରେ ଅଧିକ ଲାଭ ମିଳୁଥାଏ ତେବେ ହିଁ ମ୍ୟାଚୁରିଟି ପୂର୍ବରୁ ଏଫଡି ଉଠାଣ କରି ପୁନଃନିବେଶ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.