ETV Bharat / business

ସେୟାର ମାର୍କେଟ ହାଲଚାଲ: 555.75 ପଏଣ୍ଟ ବଢ଼ିଲା ସେନସେକ୍ସ

author img

By ETV Bharat Odisha Team

Published : Sep 1, 2023, 6:59 PM IST

ସେନସେକ୍ସ ଓ ନିଫ୍ଟର କାରବାର ବୃଦ୍ଧି
ସେନସେକ୍ସ ଓ ନିଫ୍ଟର କାରବାର ବୃଦ୍ଧି

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 108.50 ପଏଣ୍ଟ ବୃଦ୍ଧି। ଏହାସହ ବିଏସଇ ସୂଚକାଙ୍କ ସେନସେକ୍ସ ବଡ଼ ଧରଣର ଅଭିବୃଦ୍ଧି ହୋଇଛି। 555.75 ପଏଣ୍ଟ ଅର୍ଥାତ 0.86 ପ୍ରତିଶତ ବୃଦ୍ଧି ଘଟି 65387.16 ପୋଏଣ୍ଟରେ ପହଞ୍ଚିଛି। ଅଧିକ ପଢ଼ନ୍ତୁ

ମୁମ୍ବାଇ: ଭାରତୀୟ ସେୟାର ବଜାରରେ ଅହେତୁକ ବୃଦ୍ଧି । ଶୁକ୍ରବାର ସେୟାର ବଜାର କାରବାରରେ ବଡ଼ ଅଭିବୃଦ୍ଧି ଘଟିଥିବା ଦେଖାଯାଇଛି । ତେବେ 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏରକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 108.50 ପଏଣ୍ଟ ଅର୍ଥାତ 0.94 ପ୍ରତିଶତ ବୃଦ୍ଧି ଘଟି 19435.30 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିପରି 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସ ବଡ଼ ଧରଣର ଅଭିବୃଦ୍ଧି ହୋଇଛି। ତେବେ 555.75 ପଏଣ୍ଟ ଅର୍ଥାତ 0.86 ପ୍ରତିଶତ ବୃଦ୍ଧି ଘଟି 65387.16 ପଏଣ୍ଟରେ ପହଞ୍ଚିଛି।

ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟର ଅଧିକାଂଶ ସେୟାର ଲାଭରେ କାରବାର କରିଛି । ସେନସେକ୍ସରେ ଟାଟା ଷ୍ଟିଲ୍‌ର ସେୟାରରେ 3 ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ଏସିଆ ବଜାର କାରବାରେ ମଧ୍ୟ ସକରାତ୍ମକ ପ୍ରଭାବ ଦେଖାଯାଇଛି, ଯେତେବେଳେ କି ଗୁରୁବାର ୟୁରୋପୀୟ ତଥା ଆମେରିକୀୟ ବଜାର କ୍ଷତିରେ ବନ୍ଦ ହୋଇଥିଲା । ତେବେ ବୈଶ୍ବିକ ତୈଳ ମାନକ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟି ପ୍ରତି ବ୍ୟାରେଲ ପିଛା 87.02 ଆମେରିକା ଡଲାର ରହିଥିଲା।

ଏହା ମଧ୍ୟ ପଢନ୍ତୁ....Commercial LPG Price Cut: ଘରୋଇ ପରେ ୧୫୮ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍‌

ଘରୋଇ ସେୟାର ବଜାରରେ ସକରାତ୍ମକ ପ୍ରଭାବ ମଧ୍ୟରେ ଶୁକ୍ରବାରର ପ୍ରାରମ୍ଭିକ କାରବାରରେ ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ 9 ପଇସା ବୃଦ୍ଧି ପାଇଁ 82.61ରେ ପହଞ୍ଚିଥିଲା । ତେବେ ବିଦେଶ ମୁଦ୍ରା ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଦେଶୀ ଫଣ୍ଡ୍‌ର ପ୍ରଭାବ ଏବଂ ଅଶୋଧିତ ତୈଳ ପ୍ରତି ବ୍ୟାରେଲ ପିଛା 87 ଆମେରିକା ଡଲାର ପାଖାପାଖି ରହିବାର ପ୍ରଭାବ ଘରୋଇ ମୁଦ୍ରା ଉପରେ ପଡ଼ିଛି । ତେବେ ଗୁରୁବାର କେନ୍ଦ୍ରୀୟ ପରିସଂଖ୍ଯାନ କାର୍ଯ୍ୟାଳୟ ଦେଇଥିବା ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ 2023-24ରେ ପ୍ରଥମ ତିନିମାସ (ଏପ୍ରିଲ-ଜୁନ୍‌) କୃଷି ଏବଂ ସେବା କ୍ଷେତ୍ରରେ ଭଲ ପ୍ରଦର୍ଶନ କାରଣରୁ ଦେଶର GDP 7.8 ପ୍ରତିଶତ ରହିଛି ।

ଶୁକ୍ରବାର ଇଣ୍ଟରବ୍ୟାଙ୍କ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଟଙ୍କାର ମୂଲ୍ୟ 82.58ରେ ଆରମ୍ଭ ହୋଇ 82.63ରେ ପହଞ୍ଚି ଥିଲା । ପରେ ଏହା ପ୍ରତି ଡଲାର ପିଛା 82.61ରେ କାରବାର କରିଥିଲା । ଏହା ପୂର୍ବ କାରବାର ତୁଳନାରେ 9 ପଇସା ବଢ଼ିଥିଲା । ତେବେ ଗୁରୁବାର ଭାରତୀୟ ଟଙ୍କା ପ୍ରତି ଡଲାର ପିଛା 82.70ରେ ବନ୍ଦ ହୋଇଥିଲା । ଏହାରି ମଧ୍ୟରେ 6 ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାରର ସୂଚକାଙ୍କ 0.03 ପ୍ରତିଶତ ବଢିବା ସହ 103.65ରେ କାରବାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.