ETV Bharat / business

ଚଳିତ ବର୍ଷ ଅଧିକ ବିକ୍ରି ହୋଇଛି Samsung Foldable Model

author img

By

Published : Aug 12, 2022, 5:05 PM IST

ଚଳିତ ବର୍ଷ ଅଧିକ ବିକ୍ରି ହୋଇଛି Samsung Foldable Model
ଚଳିତ ବର୍ଷ ଅଧିକ ବିକ୍ରି ହୋଇଛି Samsung Foldable Model

ସର୍ବାଧିକ ଜନାଦୃତ ସ୍ମାର୍ଟଫୋନ ମଧ୍ୟରେ ସାମସଙ୍ଗ ଫୋଲ୍ଡେବୁଲ୍ ମଡେଲ । ଅଧିକ ଲୋକେ ବ୍ୟବହାର କୁଛନ୍ତି ଏହି ମୋଡେଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସର୍ବାଧିକ ଜନାଦୃତ ହୋଇଛି ସାମସଙ୍ଗ ଫୋଲ୍ଡେବୁଲ୍ ମଡେଲ ବା ସାମସଙ୍ଗ 9 mn Galaxy Fold 4 । ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ସାମସଙ୍ଗ ଫୋଲଡେବୁଲ ମାର୍କେଟରେ ଅଧିକ ବିକ୍ରି ହୋଇଥିଲା । ଯାହା ବଜାରର 62 ପ୍ରତିଶତ ଅଟେ । ସାମସଙ୍ଗ ପରେ Huawei ଏବଂ OPPO ଦ୍ବିତୀୟରେ ରହିଥିଲା । ତେବେ ଚଳିତ ବର୍ଷ ସାମସଙ୍ଗ ଫୋଲଡେବଲ୍ ଅଧିକ ବୃଦ୍ଧି ପାଉଥିବା ସ୍ମାର୍ଟଫୋନ ପ୍ରଡକ୍ଟ ଏବଂ ସାମସଙ୍ଗ ପ୍ରଥମ ଗାଲାକ୍ସି ଫୋଲ୍ଡ ଡିଭାଇସ୍ ଶୀର୍ଷରେ ଥିବା କାଉଣ୍ଟରପଏଣ୍ଟ ରିସର୍ଚ୍ଚରୁ ଜଣାପଡିଛି ।

2023ରେ ଫୋଲଡେବଲ୍ 26 ନିୟୁତ ୟୁନିଟ୍ କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବରିଷ୍ଠ ବିଶ୍ଳେଷକ ଜେନ ପାର୍କ କହିଛନ୍ତି, "ସାମସଙ୍ଗର ଏହି ଶକ୍ତିଶାଳୀ ଅଭିବୃଦ୍ଧି ବର୍ତ୍ତମାନର ଅର୍ଥନୈତିକ ସମସ୍ଯାକୁ ଦୂର କରିବା ଏବଂ ଏହା ଆସନ୍ତା ବର୍ଷ ମଧ୍ୟ ଦୃଢ ଅଭିବୃଦ୍ଧି କରିବ ବୋଲି ପୂର୍ବାନୁମାନ କରିଛି କାଉଣ୍ଟରପଏଣ୍ଟ । ଗ୍ଲୋବାଲ ଫୋଲ୍‌ଡେବଲ ସ୍ମାର୍ଟଫୋନ ଚଳିତ ବର୍ଷ 73 ପ୍ରତିଶତ ଅଭିବୃଦ୍ଧି ନେଇ ଆଶା ରଖିଛି ।

ପାର୍କ କହିଛନ୍ତି, "ସାମସଙ୍ଗ ଆରମ୍ଭରୁ ବଜାରକୁ ଆଗେଇ ନେଇଛି ଏବଂ ଆମେ ଭାବୁଛୁ ଏହାର ପ୍ରାଧାନ୍ୟ ଆଗାମୀ କିଛି ଦିନ ପାଇଁ ଜାରିରହିବ । Huawei, OPPO, Xiaomi and vivo ସମସ୍ତେ ନୂତନ ଫୋଲଡେବଲ୍ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ସେଗୁଡ଼ିକ ଚାଇନାର ବଜାରରେ ସୀମିତ ରହିବ ।" ପାର୍କ କହିଛନ୍ତି, ଫୋଲଡେବଲ୍ କେବଳ ସ୍ମାର୍ଟଫୋନରେ ତାଜା ଡିଜାଇନ୍ ଆଣିନାହିଁ ତା' ସହ ଅଧିକ ସ୍କ୍ରିନ ରିଅଲ୍ ଇଷ୍ଟେଟ୍ ମଧ୍ୟ ଆଣିଛି । ବିଶେଷକରି ମିଡିଆ, ମନୋରଞ୍ଜନ ଏବଂ କାର୍ଯ୍ୟ ମଧ୍ୟରେ ସ୍ମାର୍ଟଫୋନ୍ ବ୍ୟବହାର ବିସ୍ତାର ସହିତ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.