ETV Bharat / business

ସର୍ବକାଳୀନ ରେକର୍ଡ ହ୍ରାସ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୩

author img

By

Published : Oct 20, 2022, 7:14 AM IST

ସର୍ବକାଳୀନ ରେକର୍ଡ ହ୍ରାସ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୩
ସର୍ବକାଳୀନ ରେକର୍ଡ ହ୍ରାସ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୩

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ସର୍ବକାଳୀନ ରେକର୍ଡ ହ୍ରାସ । ଗୋଟିଏ ଡଲାର ମୂଲ୍ୟ ୮୩.୦୧ ଟଙ୍କା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଡଲାର ଆଗରେ ଦୁର୍ବଳ ହେଉଛି ଟଙ୍କା । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ଜାରି ରହିଛି । ବୁଧବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ରେକର୍ଡ ହ୍ରାସ ଆସିଛି(Rupee plunges to new all time low) । ଗୋଟିଏ ଡଲାର ମୂଲ୍ୟ ପ୍ରଥମ ଥର ପାଇଁ ୮୩ ଟଙ୍କା ଅତିକ୍ରମ କରିଛି । ବୁଧବାର ମୁଦ୍ରା ବିନିମୟ ବଜାର ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୨ ଟଙ୍କା ୮୩ ପଇସା ଥିଲା । କିନ୍ତୁ କିଛି ସମୟ ମଧ୍ୟରେ ଟଙ୍କାରେ ଦ୍ରୁତ ହ୍ରାସ ଆସିଥିଲା । ଟଙ୍କା ମୂଲ୍ୟରେ ୬୧ ପଇସା ଅବନତି ଘଟିଥିଲା । ଏହାସହିତ ଡଲାର ମୂଲ୍ୟ ୮୩ ଟଙ୍କା ୧ ପଇସା ହୋଇଥିଲା । ବୁଧବାର ଟଙ୍କା ୮୩.୦୧ରେ କାରବାର ଶେଷ କରିଛି ।

ଗୁରୁବାର ବଜାର କାରବାର ସମୟରେ ଟଙ୍କା ମୂଲ୍ୟରେ ୧୦ ପଇସା ଅବନତି ଆସିଥିଲା ଏବଂ ଏହା ଡଲାର ତୁଳନାରେ ୮୨.୪୦ରେ କାରବାର ବନ୍ଦ କରିଥିଲା । କିନ୍ତୁ ବୁଧବାର ଟଙ୍କା ପୂର୍ବ ବନ୍ଦ ଠାରୁ ୬୧ ପଇସା ଅଧିକ ହ୍ରାସ ରେକର୍ଡ କରିଛି । ତେବେ କେବଳ ଟଙ୍କା ନୁହେଁ, ଡଲାର ଆଗରେ ଅନ୍ୟ ପ୍ରମୁଖ ମୁଦ୍ରା ଗୁଡିକର ଅବମୂଲ୍ୟାୟନ ଜାରି ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ବୃଦ୍ଧି ବ୍ୟତୀତ ଡଲାରର ଅଧିକ ଚାହିଦା ଓ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର ଯୋଗୁଁ ଟଙ୍କା ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା କୁହାଯାଉଛି ।

ଦୁର୍ବଳ ଟଙ୍କାର ପ୍ରଭାବ:

ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବା ଦ୍ବାରା ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଥାଏ । ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଅଶୋଧିତ ତୈଳ, ସୁନା, ଗାଡି, ଯନ୍ତ୍ରାଂଶ ଆମଦାନୀ ବ୍ୟୟବହୁଳ ହେବ । ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ପକେଟ ଉପରେ ପଡିବ । ଯାହାକି ଦେଶରେ ମୁଦ୍ରାସ୍ଫୀତିକୁ ଆହୁରି ଉଦ୍‌ବେଗ ଜନକ କରିବ । ବିଦେଶରେ ପିଲାଙ୍କ ପାଠପଢା ମଧ୍ୟ ମହଙ୍ଗା ହୋଇଯିବ । ବିଦେଶ ଭ୍ରମଣ ପାଇଁ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ଅଧିକ ଟଙ୍କା ଗଣିବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.