ETV Bharat / business

ଡଲାର ତୁଳନାରେ ଟଙ୍କା ଦୁର୍ବଳ, ସର୍ବକାଳୀନ ନିମ୍ନ ରେକର୍ଡ ୮୦ ଛୁଇଁଲା

author img

By

Published : Jul 19, 2022, 11:03 AM IST

ସର୍ବନିମ୍ନ ରେକର୍ଡ ସ୍ତରରେ ଟଙ୍କା, ୮୦ ଛୁଇଁଲା ଡଲାର ମୂଲ୍ୟ
ସର୍ବନିମ୍ନ ରେକର୍ଡ ସ୍ତରରେ ଟଙ୍କା, ୮୦ ଛୁଇଁଲା ଡଲାର ମୂଲ୍ୟ

ଆମେରିକୀୟ ଡଲାର ତୁଳନାରେ ସର୍ବନିମ୍ନ ରେକର୍ଡ ସ୍ତରରେ ପହଞ୍ଚିଲା ଭାରତୀୟ ମୁଦ୍ରା ଟଙ୍କା । ଆଜି ୮୦ ଟଙ୍କା ଛୁଇଁଲା ଡଲାର ମୂଲ୍ୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଲଗାତାର ଦୁର୍ବଳ ହେଉଥିବା ଭାରତୀୟ ଟଙ୍କା ଏବେ ସର୍ବନିମ୍ନ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି(ମଙ୍ଗଳବାର) ୮୦ ଟଙ୍କା ଛୁଇଁଛି ଡଲାର ମୂଲ୍ୟ । ମଙ୍ଗଳବାର ପ୍ରଥମ ଥର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବାଧିକ ୮୦ ଟଙ୍କା ଅତିକ୍ରମ କରିଛି । ବର୍ତ୍ତମାନ ଟଙ୍କା ୮୦.୦୧୭୫ରେ ପହଞ୍ଚିଛି । ବିଦେଶୀ ମୁଦ୍ରା ବିନିମୟ ବଜାରରେ ମଙ୍ଗଳବାର କାରବାର ଆରମ୍ଭରେ ଭାରତୀୟ ମୁଦ୍ରା ଟଙ୍କା ୭୯.୯୮ ଟଙ୍କା ଆରମ୍ଭ କରିବା ପରେ ଏହା ତୁରନ୍ତ ୮୦ ଟଙ୍କା ଛୁଇଁଥିଲା ।

ସୋମବାର କାରବାର ଶେଷ ସୁଦ୍ଧା ଡଲାର ଟଙ୍କା ବିନିମୟ ମୂଲ୍ୟ ୭୯.୯୭ ରହିଥିଲା । ଅନ୍ୟପଟେ ଆଜି ସକାଳ ୯ଟା ୪୦ ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ୫୪,୩୮୯.୭୯ ପଏଣ୍ଟ ଥିବାବେଳେ ଏଥିରେ ୦.୨୪ ପ୍ରତିଶତ ବା ୧୩୧.୩୬ ପଏଣ୍ଟ ହ୍ରାସ ଆସିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ୧୬,୨୫୨.୯୫ ପଏଣ୍ଟରେ କାରବାର ଆରମ୍ଭ କରିଥିବାବେଳେ, ଏହା ୨୫.୫୫ ପଏଣ୍ଟ ବା ୦.୧୬ ପ୍ରତିଶତ ହ୍ରାସ ରେକର୍ଡ କରିଛି ।

ନିଫ୍ଟି ପ୍ୟାକରେ ୫୦ ଷ୍ଟକ ମଧ୍ୟରୁ ୨୯ଟି ଷ୍ଟକ ସବୁଜ ଏବଂ ବାକି ନାଲି ସଙ୍କେତରେ କାରବାର କରୁଛନ୍ତି । ଲଗାତାର ଟଙ୍କାର ଅବମୂଲ୍ୟାୟନ ଷ୍ଟକ ବଜାର ଉପରେ ପଡୁଛି । ଟଙ୍କା ବିନିମୟ ମୂଲ୍ୟ ହ୍ରାସ ବିଦେଶୀ ନିବେଶକଙ୍କୁ ବିଶେଷ ପ୍ରଭାବିତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.