ETV Bharat / business

Digital lending frauds: ଋଣ ଠକେଇରୁ ବର୍ତ୍ତିବାକୁ ଚାହୁଁଥିଲେ ନିଶ୍ଚୟ ଜାଣନ୍ତୁ ଏହି ନୂଆ ନିୟମ

author img

By

Published : Sep 24, 2022, 3:57 PM IST

Digital lending frauds: ଋଣ ଠକେଇରୁ ବଞ୍ଚିବାକୁ ଚାହୁଁଥିଲେ ନିଶ୍ଚୟ ଜାଣନ୍ତୁ ଏହି ନୂଆ ନିୟମ
Digital lending frauds: ଋଣ ଠକେଇରୁ ବଞ୍ଚିବାକୁ ଚାହୁଁଥିଲେ ନିଶ୍ଚୟ ଜାଣନ୍ତୁ ଏହି ନୂଆ ନିୟମ

ଆଜିର ଡିଜିଟାଲ ଯୁଗରେ ଋଣ ନେବା ଖୁବ୍ ସହଜ ହୋଇଯାଇଛି । କ୍ଷଣିକ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟକୁ ଆସୁଛି ଋଣ ଟଙ୍କା । କିନ୍ତୁ ଏସବୁ ଭିତରେ ଡିଜିଟାଲ ଗ୍ରାହକ ଅନେକ ସମୟରେ ଠକେଇ ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଋଣ ସହ ଜଡିତ ଡିଜିଟାଲ ଗ୍ରାହକଙ୍କ ସୁବିଧା ପାଇଁ ନୂଆ ଗାଇଡଲାଇନ ଜାରି କରିଛି ରିଜର୍ଭ ବ୍ୟାଙ୍କ । ଏହି ନୂଆ ନିୟମ କ'ଣ ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଋଣ ଆଦାୟରେ ତୃତୀୟ ପକ୍ଷର(third-party agents) ହସ୍ତକ୍ଷେପ ଅନେକ ସମସ୍ୟା ସୃଷ୍ଟି କରୁଛି । ଏହାବ୍ୟତୀତ ଦିନକୁ ଦିନ ଦେଶରେ ଡିଜିଟାଲ ଋଣ ଠକେଇ ମଧ୍ୟ ବୃଦ୍ଧି ପାଉଛି । ଏହିସବୁ ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank of India) ଡିଜିଟାଲ ଲେଣ୍ଡିଂ/ ଡିଜିଟାଲ ଋଣ ଉପରେ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ, ଡିଜିଟାଲ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକୁ ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଋଣ ଟଙ୍କା ପଠାଇବେ । ଏଥିପାଇଁ ସେମାନେ ତୃତୀୟ ପକ୍ଷର ବ୍ୟବହାର କରିବେ ନାହିଁ । ଋଣଦାତା ସଂସ୍ଥା ଏବଂ ଗ୍ରାହକଙ୍କ ମଧ୍ୟରେ ହେଉଥିବା ପ୍ରତିଟି ଆର୍ଥିକ ନେଣଦେଣ ଆରବିଆଇ ପରିସରରେ ଆସିଥାଏ । ତେଣୁ କେନ୍ଦ୍ରୀୟ ବ୍ୟାଙ୍କ ଋଣ ସହ ଜଡିତ ଡିଜିଟାଲ ଗ୍ରାହକଙ୍କ ସୁବିଧା ପାଇଁ ନୂଆ ଗାଇଡଲାଇନ ଆଣିଛନ୍ତି ।

ଆରବିଆର ନୂଆ ନିୟମ ଅନୁସାରେ, ଇ-କେୱାଇସି(e-KYC) ଦାଖଲ କରିବା ପରେ ହିଁ ଋଣ ପ୍ରଦାନକାରୀ ସଂସ୍ଥା( creditor firm) ଗ୍ରାହକଙ୍କ ଆକାଉଣ୍ଟକୁ ସିଧାସଳଖ ଋଣ ରାଶି ଜମା କରିପାରିବେ । କିଛି ଫାର୍ମ, ବିଶେଷକରି ଲୋନ ଆପ୍‌ଗୁଡିକ ଏ ସମ୍ବନ୍ଧୀୟ ନିୟମାବଳୀକୁ ଉଲ୍ଲଙ୍ଘନ କରୁଥିବା ଦେଖାଯାଉଛି । ତେଣୁ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ଋଣଦାତା ଠାରୁ ଗ୍ରାହକଙ୍କ ମଧ୍ୟରେ ହେଉଥିବା ଆର୍ଥିକ ନେଣଦେଣରେ ଅନ୍ୟ କୌଣସି ଫାର୍ମ ହସ୍ତକ୍ଷେପ କରିପାରିବ ନାହିଁ । ଅର୍ଥାତ୍ ଏଥିପାଇଁ ସେମାନେ ତୃତୀୟ ପକ୍ଷର ବ୍ୟବହାର କରିବେ ନାହିଁ । ବିଶେଷକରି ଫାଇନାନସିଆଲ ଟେକ୍ନୋଲୋଜି କମ୍ପାନୀ ବା ଲୋନ ଆପ୍‌ଗୁଡିକ ଋଣ ନାଁରେ କରୁଥିବା ଶୋଷଣ ଉପରେ ରୋକ ଲଗାଇବାକୁ ଏହି ନିୟମ ଜାରି କରିଛି କେନ୍ଦ୍ରୀୟ ବ୍ୟାଙ୍କ ।

ଋଣ ନିଆଯିବା ସମୟରେ କ୍ରେଡିଟ ବ୍ୟୁରୋ(credit bureau) ସମସ୍ତ ପ୍ରାସଙ୍ଗିକ ଡାଟା ସଂଗ୍ରହ କରିଥାଏ । ବ୍ୟୁରୋ ଋଣ ରାଶି ଏବଂ ଟର୍ମ ସମେତ ଏହା ସମ୍ବନ୍ଧୀୟ ସବୁ ପ୍ରକାର ବିବରଣୀ ରେକର୍ଡ କରିଥାଏ । ହେଲେ କିଛି ଡିଜିଟାଲ ଲୋନ ଫାର୍ମ କ୍ରେଡିଟ ବ୍ୟୁରୋକୁ ଏହି ତଥ୍ୟ ପ୍ରଦାନ କରିନଥାନ୍ତି । ଏପରିକି ଗ୍ରାହକ ନିୟମିତ ଭାବେ ପେମେଣ୍ଟ କରୁଥିଲେ ମଧ୍ୟ ଏହି ସୂଚନା ବ୍ୟୁରୋ ପାଖରେ ନଥାଏ । ଯାହାକି ସମ୍ପୃକ୍ତ ଗ୍ରାହକଙ୍କ କ୍ରେଡିଟ ସ୍କୋରକୁ ପ୍ରଭାବିତ କରିଥାଏ । କିନ୍ତୁ ଏବେଠାରୁ buy now pay later (BNPL) ସେବା ପ୍ରଦାନକରୀ ଫାର୍ମଗୁଡିକ ପାଇଁ ମଧ୍ୟ CIBIL ଏବଂ ଏକ୍ସପେରିଆନ ଭଳି କ୍ରେଡିଟ ଏଜେନ୍ସିକୁ ସମସ୍ତ ବିବରଣୀ ଦେବା ବାଧ୍ୟତାମୂଳକ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Investments In SIP: ଛୋଟ ନିବେଶରୁ ଏମିତି କରନ୍ତୁ ବଡ ସଞ୍ଚୟ

ଋଣ ସମ୍ପ୍ରକିତ ସମସ୍ତ ପେମେଣ୍ଟରେ ସ୍ବଚ୍ଛତା ଆଣିବା ପାଇଁ ଆରବିଆଇ ନିର୍ଦ୍ଦେଶ ଦେଇଛି । ଋଣ ସେବା ପ୍ରଦାନ କରୁଥିବା ମିଡିଲମ୍ୟାନ କୌଣସି ପ୍ରକାର ଚାର୍ଜ ନେଇପାରିବେ ନାହିଁ । ଋଣ ମଞ୍ଜୁର ପାଇଁ ହେଉଥିବା ସମସ୍ତ ବ୍ୟୟର ହିସାବ ସେ ଗୋଟିଏ ପୃଷ୍ଠାରେ ଲେଖି ଅବଗତ କରାଇବେ । ଯେଉଁଥିରେ ସୁଧହାର ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ଏହାଦ୍ବାରା ଋଣକର୍ତ୍ତା କେତେ ସୁଧ ଏବଂ ଫି ଦେଉଛନ୍ତି ତାହା ଜାଣିପାରିବେ । ଥରେ ଋଣ ନେବା ପରେ ଋଣକର୍ତ୍ତାଙ୍କୁ ନିୟମିତ ଭାବେ କିସ୍ତି ଦେବାକୁ ପଡିବ । ଏହାବ୍ୟତୀତ କିଛି ଫି ଦେଇ ସମୟ ପୂର୍ବରୁ ମଧ୍ୟ ସେ ନିଜର ସମସ୍ତ ଋଣ ପରିଶୋଧ କରିପାରିବେ ।

ଏହିସବୁ ସୁରକ୍ଷା ସୁବିଧା ବ୍ୟତୀତ ରିଜର୍ଭ ବ୍ୟାଙ୍କ ଏକ ନୂଆ ନିୟମ ମଧ୍ୟ ଆଣିଛି । ଏଥିରେ ଫାର୍ମଗୁଡିକୁ କେବଳ ଋଣ ପାଇଁ ଆବଶ୍ୟକୀୟ ତଥ୍ୟ ହିଁ ଗ୍ରାହକଙ୍କ ଠାରୁ ଗ୍ରହଣ କରିବେ । ଋଣ ନେଉଥିବା ବ୍ୟକ୍ତିଙ୍କ ଫୋନର କଲ୍ ଲିଷ୍ଟରେ ଥିବା ସମସ୍ତ ନମ୍ବର ନେଇପାରିବେ ନାହିଁ । ଆବଶ୍ୟକ ପଡିଲେ ଏଥିପାଇଁ ତାଙ୍କୁ ପୂର୍ବରୁ ଅନୁମତି ନେବାକୁ ପଡିବ ଏବଂ ପରେ ଗ୍ରାହକଙ୍କ ଅନୁରୋଧ ଆଧାରରେ ଫାର୍ମକୁ ଏହାକୁ ହଟାଇବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.