ETV Bharat / business

Repo Rate Hike: ଆହୁରି ମହଙ୍ଗା ହେବ ଋଣ, ୨୫ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍

author img

By

Published : Feb 8, 2023, 11:15 AM IST

ପୁଣି ୨୫ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍ । ଘୋଷଣା କଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ

ରେପୋ ରେଟ୍ ବଢାଇଲା ରିଜର୍ଭ ବ୍ୟାଙ୍କ
ରେପୋ ରେଟ୍ ବଢାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଆହୁରି ମହଙ୍ଗା ହେବ ବ୍ୟାଙ୍କ ଲୋନ । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ସୁଧହାର ବୃଦ୍ଧି କରିଛି । ଆରବିଆଇ ରେପୋ ରେଟ୍‌ରେ ପୁଣି ୨୫ ବେସିସ୍ ପଏଣ୍ଟ ବଢାଇଛି । ଏହାସହିତ ଏବେ ରେପୋ ରେଟ୍ ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି । ମୁଦ୍ରାନୀତି ସମୀକ୍ଷା ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଡିସେମ୍ବରରେ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା । ଗତବର୍ଷ ମେ' ମାସ ଠାରୁ ଏହାକୁ ମିଶାଇ ଷଷ୍ଠ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇଛି ।

ଲୋକମାନେ ଉଚ୍ଚ ଦରଦାମ ମଧ୍ୟରେ ଘାଣ୍ଟି ହେଉଛନ୍ତି । ଏହି ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ପୁନର୍ବାର ସୁଧହାର ବୃଦ୍ଧି କରାଯାଇଛି । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ପରେ ମଧ୍ୟ ସୁଧହାର ଏବେ ବି ପ୍ରାକ୍ ମହାମାରୀ ସ୍ତର ଠାରୁ କମ୍ ରହିଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇଲେ ଋଣ ଓ ଇଏମଆଇ ମହଙ୍ଗା ହୋଇଥାଏ ।

କୋଭିଡ ସଂକ୍ରମଣ ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ୨ ବର୍ଷ ଧରି ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲା । ହେଲେ ୟୁକ୍ରେନ-ଋଷିଆ ଯୁଦ୍ଧ ଓ ବିଭିନ୍ନ କାରଣ ଯୋଗୁଁ ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଇବାରୁ ଦୀର୍ଘ ଦିନର ବ୍ୟବଧାନ ପରେ ଗତ ମେ'ରେ ରେପୋ ରେଟ୍‌ରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା । ଏହାପରେ ଜୁନ, ଅଗଷ୍ଟ ଓ ସେପ୍ଟେମ୍ବରରେ ଏଥିରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଥିଲା । ଅର୍ଥାତ୍ ଚଳିତ ବର୍ଷ ମେ' ମାସରୁ ଅଦ୍ୟାବିଧି ଆରବିଆଇ ଏହି ସୁଧହାରରେ ୨.୫୦ ପ୍ରତିଶତ ବୃଦ୍ଧି କରିସାରିଲାଣି ।

ଏହାମଧ୍ୟ ପଢନ୍ତୁ: Byju's Layoffs: ଦ୍ବିତୀୟ ପର୍ଯ୍ୟାୟରେ ୨୫୦୦ କର୍ମଚାରୀଙ୍କୁ ଛଟେଇ, ସାମିଲ ଅଛନ୍ତି IIT ଛାତ୍ର

ସେହିପରି ୨୦୨୩-୨୪ ବର୍ଷ ପାଇଁ ବାସ୍ତବ ଜିଡିପି ଅଭିବୃଦ୍ଧି ପ୍ରଥମ ତ୍ରୟ ମାସରେ ୬.୪ ପ୍ରତିଶତ, ଦ୍ବିତୀୟରେ ୬.୨ ପ୍ରତିଶତ, ତୃତୀୟରେ ୬ ପ୍ରତିଶତ ଓ ଶେଷ ତ୍ରୟ ମାସରେ ୫.୮ ପ୍ରତିଶତ ଆକଳନ କରାଯାଇଛି । ଏହାସହିତ ମୁଦ୍ରାସ୍ଫୀତି ୫.୬ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଥିବା ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.