ETV Bharat / business

୨୦୪୭ ସୁଦ୍ଧା ଭାରତ ହେବ ନିମ୍ନ ମଧ୍ୟମ ଅର୍ଥନୀତି ବିଶିଷ୍ଟ ଦେଶ: ରଘୁରାମ ରାଜନ

author img

By ETV Bharat Odisha Team

Published : Dec 17, 2023, 8:31 PM IST

Raghuram Rajan on Growth of India: ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଦେଶର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ । ବିକାଶ ଦର ବାର୍ଷିକ ୬ ପ୍ରତିଶତ ରହିଲେ ଭାରତ ହେବ ନିମ୍ନ ମଧ୍ୟମ ଅର୍ଥନୀତି ବିଶିଷ୍ଟ ଦେଶ । ଅଧିକ ପଢନ୍ତୁ

୨୦୪୭ ସୁଦ୍ଧା ଭାରତ ହେବ ନିମ୍ନ ମଧ୍ୟମ ଅର୍ଥନୀତି ବିଶିଷ୍ଟ ଦେଶ : ରଘୁରାମ ରାଜନ
୨୦୪୭ ସୁଦ୍ଧା ଭାରତ ହେବ ନିମ୍ନ ମଧ୍ୟମ ଅର୍ଥନୀତି ବିଶିଷ୍ଟ ଦେଶ : ରଘୁରାମ ରାଜନ

ହାଇଦ୍ରାବାଦ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବର୍ତ୍ତମାନର ଦେଶର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ରଘୁରାମ ରାଜନ କହିଛନ୍ତି ଯେ ଯଦି ୨୦୪୭ ପର୍ଯ୍ୟନ୍ତ ଜନସଂଖ୍ୟାରେ କୌଣସି ବୃଦ୍ଧି ବିନା ସମ୍ଭାବିତ ବିକାଶ ଦର ବା ଜିଡିପି ବାର୍ଷିକ ୬ ପ୍ରତିଶତ ରହେ ତେବେ ମଧ୍ୟ ଭାରତ ନିମ୍ନ ମଧ୍ୟମ ଅର୍ଥନୀତି ବିଶିଷ୍ଟ ଦେଶ ହୋଇ ରହିବ । ମନ୍ଥନ ଅନୁଷ୍ଠାନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଅର୍ଥନୀତିଜ୍ଞ କହିଥିଲେ ଯେ ଯଦି ଦେଶର ଶୀଘ୍ର ବିକାଶ ଦର ନ ବଢେ ତେବେ ଧନୀ ହେବା ପୂର୍ବରୁ ଜନସଂଖ୍ୟା ଦୃଷ୍ଟିରୁ ବହୁଳାଂଶ ବୃଦ୍ଧ ପାଲଟିଯିବ ଯାହାର ଅର୍ଥ ଦେଶକୁ ସେହି ସମୟରେ ବୟସ୍କମାନଙ୍କ ଜନସଂଖ୍ୟା ରୂପକ ବୋଝକୁ ସାମନା କରିବାକୁ ହେବ ।

ରାଜନ କହିଥିଲେ ଯେ ଗତ ଦୁଇଟି ତ୍ରିମାସିକକୁ ଦେଖିଲେ ଭାରତରେ ଜିଡିପି ଦର ୭.୫ ପ୍ରତିଶତ ପାଖାପାଖି ଥିଲା ଏବଂ ଶ୍ରମବଳରେ ଭାଗିଦାରୀକୁ ଆକଳନ କଲେ ଏହା ବହୁତ କମ ଅଟେ ଏହାସହ ମହିଳାଙ୍କ ଭାଗିଦାରୀ ଜି ୨୦ ଦେଶ ମାନଙ୍କ ମଧ୍ୟରେ ସବୁଠାରୁ କମ ଅଟେ । ଆଜି ଭାରତର ବିକାଶ କ୍ଷମତାରେ ଜିଡିପିର ବିକାଶ ୬ ପ୍ରତିଶତ ଅଟେ । ଯଦି ଗାଣିତିକ ସୂତ୍ରରେ ଦେଖାଯାଏ ତେବେ ଜିଡିପି ବାର୍ଷିକ ୬ ପ୍ରତିଶତ ଦରରେ ଆପଣ ପ୍ରତି ୧୨ ବର୍ଷରେ ଆୟ ଦୁଇ ଗୁଣା ହେବ । ତେଣୁ ୨୪ ବର୍ଷ ମଧ୍ୟରେ ଆମେ ପ୍ରତି ବ୍ୟକ୍ତିଙ୍କ ଆୟ ଠାରୁ ୪ ଗୁଣା ହୋଇଯିବ ।

ଏହା ମଧ୍ୟ ପଢନ୍ତୁ... ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ଭାରତରେ ପ୍ରତି ବ୍ୟକ୍ତିଙ୍କ ଆୟ ୨୫୦୦ ଡଲାର ଠାରୁ କମ । ଏହାକୁ ୪ ଦ୍ବାରା ଗୁଣନ କଲେ ଆମେ ପ୍ରତି ବ୍ୟକ୍ତି ହିସାବ ରେ ୧୦୦୦୦ ଡଲାର ପାଇବା । ଏହା ଜି ୨୦ ମଧ୍ୟରେ ସବୁଠାରୁ ବଡ କିନ୍ତୁ ଏପରି ହାର ରହିଲେ ୨୦୪୭ ସୁଦ୍ଧା ଭାରତ ନିମ୍ନ ମଧ୍ୟମ ଆୟ ବର୍ଗରେ ଆସିଯିବ । ଆରବିଆଇର ପୂର୍ବତନ ମୁଖ୍ୟ କହିଥିଲେ ଯେ କିଛି ଦକ୍ଷିଣୀ ରାଜ୍ୟରେ ଜନସଂଖ୍ୟା ମାମଲାରେ ପ୍ରଜନନ ଦର ଧୀରେ ଧୀରେ କମୁଛି, ଯାହାଦ୍ବାରା ବିକାଶ ଦର ହ୍ରାସ ପାଉଛି ।

ତାଙ୍କ ମତରେ ବିକାଶର ବର୍ତ୍ତମାନର ହାର ଦେଶରେ ରହୁଥିବା ସମସ୍ତ ଲୋକଙ୍କୁ ରୋଜଗାର ଦେବାକୁ ସକ୍ଷମ ନୁହେଁ ଖାସକରି ଯେଉଁ ମାନେ ଶ୍ରମ ବଳରେ ଯୋଗ ଦେଉଛନ୍ତି ଓ ଦେଶର ଅଧିକାଂଶ ଲୋକ ବୃଦ୍ଧ ହେବା ଆଗରୁ ଦେଶ ଧନୀ ହେବା ପାଇଁ ଅପର୍ଯ୍ୟାପ୍ତ ଅଟେ । ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁସାରେ ୨୦୪୭ ବେଳକୁ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମସାମୟିକ ସମୟକୁ ଅମୃତକାଳ ବୋଲି କହୁଛନ୍ତି ଯାହା ଭବିଷ୍ୟରେ ବାହାସ୍ଫୋଟ ହେବାର ଆଶଙ୍କା ଦେଖା ଦେଇଛି ବୋଲି ରାଜନ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.