ETV Bharat / business

ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ ବଦଳ ଅବଧି

author img

By ETV Bharat Odisha Team

Published : Sep 30, 2023, 6:51 PM IST

Updated : Sep 30, 2023, 7:08 PM IST

ଆସିଲା ବଡ଼ ଖୁସି ଖବର। ବଢିଲା ଗୋଲାପି ନୋଟ ବଦଳାଇବାର ଅବଧି। ମିଳିଲା ଏକ ସପ୍ତାହ ସମୟ । 2000 ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ ସେପ୍ଟେମ୍ବର 30 ନିର୍ଦ୍ଧାରିତ ହୋଇଥିବା ଏଥିରେ ପରିବର୍ତ୍ତନ କରିଛି ଆରବିଆଇ। ଅଧିକ ପଢ଼ନ୍ତୁ

2000 ଟଙ୍କିଆ ନୋଟ
2000 ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଆସିଲା ବଡ଼ ଖୁସି ଖବର। ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ବଢିଲା ଗୋଲାପି ନୋଟ ବଦଳାଇବାର ଅବଧି। ମିଳିଲା ଏକ ସପ୍ତାହ ସମୟ । 2000 ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ ସେପ୍ଟେମ୍ବର 30 ନିର୍ଦ୍ଧାରିତ ହୋଇଥିବା ଏଥିରେ ପରିବର୍ତ୍ତନ କରିଛି ଆରବିଆଇ। ତେବେ ଏହି ଅବଧିକୁ ବୃଦ୍ଧି କରି ବ୍ୟାଙ୍କରେ ଟଙ୍କା ଜମା କରିବାର ଶେଷ ତାରିଖ ଅକ୍ଟୋବର 7 ବୋଲି ଶନିବାର ଘୋଷଣା କରିଛି ଆରବିଆଇ ( RBI)। ତେବେ ଆଜି ଟଙ୍କା ବଦଳାଇବାର ଶେଷ ତାରିଖ ହୋଇଥିବା ବେଳେ ଏହାକୁ ଆହୁରି 7 ଦିନ ବଢାଇଛି ଆରବିଆଇ। ଯାହା ଗ୍ରାହାକମାନଙ୍କ ପାଇଁ ଖୁସି ନେଇ ଆସିଛି।

  • As the period specified for the withdrawal process has come to an end, and based on a review, it has been decided to extend the current arrangement for the deposit/exchange of Rs 2000 banknotes until October 07, 2023: Reserve Bank of India pic.twitter.com/ovDz0aCjrm

    — ANI (@ANI) September 30, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...Last date of Return Rs2000: ପାଖେଇ ଆସୁଛି ସମୟସୀମା, ତୁରନ୍ତ ବଦଳାନ୍ତୁ 2000 ଟଙ୍କା ନୋଟ୍‌

ତେବେ ପୂର୍ବରୁ ଦିଆଯାଇଥିବା ଟଙ୍କା ବଦଳାଇବାର ତାରିଖ ଆଜି ଶେଷ ହୋଇଯାଉଥିବାରୁ ରିଭିୟୁ ବେସରେ 2 ହଜାର ଟଙ୍କା ନୋଟ ଜମା ଓ ବଦଳ କରିବାର ତାରିଖକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। ସୂଚନା ମୁତାବକ, ଆରବିଆଇ ମେ 19 ତାରିଖରେ 2000 ଟଙ୍କା ନୋଟ ସର୍କୁଲେସନ କରିବା ବନ୍ଦ କରିଥିଲା। ତେବେ ଏହି ନୋଟକୁ ବ୍ୟାଙ୍କରେ ଜମା କରିବାର ଶେଷ ତାରିଖ ସେପ୍ଟେମ୍ବର 30କୁ ନିର୍ଦ୍ଧାରିତ କରାଯାଇଥିଲା। ସେପଟେ ତଥ୍ୟ ଅନୁସାରେ, 2023 ଅଗଷ୍ଟ 31 ସୁଦ୍ଧା ପ୍ରାୟ 93 ପ୍ରତିଶତ 2 ହଜାର ଟଙ୍କା ନୋଟ ଆରବିଆଇ ପାଖକୁ ଫେରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସମସ୍ତ 2 ହଜାର ଟଙ୍କିଆ ନୋଟ ଜମା ହୋଇ ନଥିବାରୁ ବ୍ୟାଙ୍କରେ ଟଙ୍କା ଜମା କରିବାର ଅବଧିକୁ ସେପ୍ଟେମ୍ବର 30 ପରିବର୍ତ୍ତେ ଅକ୍ଟୋବର 7କୁ ପରିବର୍ତ୍ତନ କରିଛି ଆରବିଆଇ।

ଏହା ମଧ୍ୟ ପଢ଼ନ୍ତୁ...୨୦୦୦ ଟଙ୍କିଆ ନୋଟ ବଦଳର ଆଜି ଶେଷ ଦିନ, ଆଉ ଚଳିବନି ଏହି ନୋଟ

ତେବେ ମେ 19ରେ 2 ହଜାର ଟଙ୍କା ବଦଳ କରିବା ଘୋଷଣା ହେବା ପରର 20 ଦିନ ମଧ୍ୟରେ 50 ପ୍ରତିଶତ ନୋଟ ବ୍ୟାଙ୍କରେ ଜମା କରାଯାଇଥିଲା। ପାଖାପାଖି 6 ବର୍ଷ ପୂର୍ବରୁ ହୋଇଥିବା ବିମୁଦ୍ରୀକରଣ ପରେ ସରକାର 2000 ଟଙ୍କା ନୋଟର ପ୍ରଚଳନ ଆରମ୍ଭ କରିଥିଲେ। ଏହା ସହ ପୂର୍ବରୁ ପ୍ରଚଳିତ ହେଉଥିବା 1000 ଟଙ୍କା ନୋଟକୁ ବନ୍ଦ କରିବା ସହ ପୁରୁଣା 500 ଟଙ୍କିଆ ନୋଟ ବନ୍ଦ କରି ନୂଆ ନୋଟର ଆରମ୍ଭ କରିଥିଲେ। ସେହିପରି ଆରବିଆଇ, RBI Act 24(1) ଦ୍ବାରା 2016 ନଭେମ୍ବରରେ 2 ହଜାର ଟଙ୍କା ନୋଟ ଜାରି କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2023, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.