ETV Bharat / business

Last date of Return Rs2000: ପାଖେଇ ଆସୁଛି ସମୟସୀମା, ତୁରନ୍ତ ବଦଳାନ୍ତୁ 2000 ଟଙ୍କା ନୋଟ୍‌

author img

By ETV Bharat Odisha Team

Published : Sep 23, 2023, 5:04 PM IST

2000 ଟଙ୍କିଆ ନୋଟକୁ ବଦଳ କରିବା ପାଇଁ ବାକି ଅଛି ଆଉ ମାତ୍ର 7 ଦିନ। ଏହା ମଧ୍ୟରେ 2 ଦିନ ବନ୍ଦ ରହିବ ବ୍ୟାଙ୍କ। ତୁରନ୍ତ ବଦଳାନ୍ତୁ ନୋଟ । ଅଧିକ ପଢ଼ନ୍ତୁ

2000 ଟଙ୍କା ନୋଟ୍‌
2000 ଟଙ୍କା ନୋଟ୍‌

ନୂଆଦିଲ୍ଲୀ: ସପ୍ଟେମ୍ବର ମାସ ଶେଷ ହେବାକୁ ଆଉ ମାତ୍ର 7 ଦିନ ସମୟ ବାକି ରହିଛି। ତେବେ ଏହି ମାସ ଶେଷ ହେବା ପୂର୍ବରୁ ନିଜର କିଛି ଜରୁରୀ କାମକୁ ଶେଷ କରିଦେବା ଉଚିତ। ତେବେ ସବୁଠାରୁ ଜରୁରୀ କାମ ହେଉଛି 2000 ଟଙ୍କିଆ ନୋଟକୁ ବଦଳ କରିବା। ଯଦି ଆପଣଙ୍କ ପାଖରେ ଏବେ ସୁଦ୍ଧା 2 ହଜାର ଟଙ୍କିଆ ନୋଟ ଅଛି ତେବେ ତୁରନ୍ତ ଏହାକୁ ସେପ୍ଟେମ୍ବର 30 ପୂର୍ବରୁ ବ୍ୟାଙ୍କରେ ଜମା କରି ଦିଅନ୍ତୁ। କାରଣ ସେପ୍ଟେମ୍ବର 30 ତାରିଖ ହେଉଛି 2 ହଜାର ଟଙ୍କା ବଦଳ କରିବାର ଶେଷ ତାରିଖ। ସେପଟେ ଟଙ୍କା ବଦଳାଇବା ପାଇଁ ଆରବିଆଇ ନିର୍ଦ୍ଧାରିତ କରିଥିବା ଶେଷ ତାରିଖ ଖୁବ ଶୀଘ୍ର ସମାପ୍ତ ହେବାକୁ ଯାଉଛି।

ସୂଚନା ମୁତାବିକ, ଦେଶର ସମସ୍ତ କମ୍ପାନୀ ଗୁଡ଼ିକ 2 ହଜାର ଟଙ୍କା ନୋଟ କାରବାରକୁ ବନ୍ଦ କରିସାରିଲେଣି। ଆରବିଆଇ ମେ 19 ତାରିଖରେ 2000 ଟଙ୍କା ନୋଟ ସର୍କୁଲେସନ କରିବା ବନ୍ଦ କରିଥିଲା। ତେବେ ଏହି ନୋଟକୁ ବ୍ୟାଙ୍କରେ ଜମା କରିବାର ଶେଷ ତାରିଖ ସେପ୍ଟେମ୍ବର 30 ନିର୍ଦ୍ଧାରିତ ହୋଇଥିଲା। ତଥ୍ୟ ଅନୁସାରେ, 2023 ଅଗଷ୍ଟ 31 ସୁଦ୍ଧା ପ୍ରାୟ 93 ପ୍ରତିଶତ 2 ହଜାର ଟଙ୍କା ନୋଟ ଆରବିଆଇ ପାଖକୁ ଫେରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା 7 ପ୍ରତିଶତ 2 ହଜାର ଟଙ୍କା ନୋଟ ମର୍କେଟରେ ଅଛି। ତେବେ ଏହି 7 ପ୍ରତିଶତ ନୋଟକୁ ଲୋକମାନେ ବ୍ୟାଙ୍କରେ ଜମା କରିବା ପରିବର୍ତ୍ତେ ଇ-କମର୍ସ ପ୍ଲାଟଫର୍ମରେ କ୍ୟାସ ଅନ୍‌ ଡେଲିଭରି ମାଧ୍ୟମରେ ଟଙ୍କା ବଦଳାଉଛନ୍ତି।

ତେବେ ମେ 19ରେ 2 ହଜାର ଟଙ୍କା ବଦଳ କରିବା ଘୋଷଣା ହେବା ପରର 20 ଦିନ ମଧ୍ୟରେ 50 ପ୍ରତିଶତ ନୋଟ ବ୍ୟାଙ୍କରେ ଜମା କରାଯାଇଥିଲା। ସେପ୍ଟେମ୍ବର ମାସରେ ଆରବିଆଇ ଜାରି କରିଥିବା ତଥ୍ୟ ଅନୁସାରେ, ଅଗଷ୍ଟ 31 ମଧ୍ୟରେ 93 ପ୍ରତିଶତ ନୋଟ ବ୍ୟାଙ୍କରେ ଜମା କରାଯାଇଛି । ତେବେ ଟଙ୍କା ବଦଳାଇବା ପାଇଁ ଆଉ ମାତ୍ର7 ଦିନ ସମୟ ବାକି ଥିବା ବେଳେ ଏହା ମଧ୍ୟରେ 2 ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ ଏହା ଟଙ୍କା ଫେରାଇବାରେ ସମସ୍ୟ ଉପୁଜାଇ ପରେ । ତେବେ 23 ଓ 24 ସେପ୍ଟେମ୍ବର ମାସର ଚତୁର୍ଥ ଶନିବାର ଓ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହୁଥିବାରୁ ଶୀଘ୍ର ଟଙ୍କା ବଦଳ କରିଦେବା ଉଚିତ।

ଏହା ମଧ୍ୟ ପଢ଼ନ୍ତୁ...ବ୍ୟାଙ୍କକୁ ଫେରିଲାଣି 50% 2000 ଟଙ୍କିଆ ନୋଟ୍

ତେବେ ପାଖାପାଖି 6 ବର୍ଷ ପୂର୍ବରୁ ହୋଇଥିବା ବିମୁଦ୍ରୀକରଣ ପରେ ସରକାର 2000 ଟଙ୍କା ନୋଟର ଆରମ୍ଭ କରିଥିଲେ। ଏହା ସହ ପୂର୍ବରୁ ପ୍ରଚଳିତ ହେଉଥିବା 1000 ଟଙ୍କା ନୋଟକୁ ବନ୍ଦ କରିବା ସହ ପୁରୁଣା 500 ଟଙ୍କିଆ ନୋଟ ବନ୍ଦ କରି ନୂଆ ନୋଟର ଆରମ୍ଭ କରିଥିଲେ। ସେହିପରି ଆରବିଆଇ, ନRBI Act 24(1) ଦ୍ବାରା 2016 ନଭେମ୍ବରରେ 2 ହଜାର ଟଙ୍କା ନୋଟ ଜାରି କରିଥିଲା।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.