ଅଧିକ EMI ଦିଅନ୍ତୁ, ସୁଧ ବୋଝରୁ ଆଶ୍ବସ୍ତି ପାଆନ୍ତୁ

author img

By

Published : Oct 2, 2022, 2:25 PM IST

ଅଧିକ EMI ଦିଅନ୍ତୁ, ସୁଧ ବୋଝରୁ ଆଶ୍ବସ୍ତି ପାଆନ୍ତୁ

ଦରଦାମ୍ ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ସୁଧହାର ବଢାଇଛି । ବର୍ତ୍ତମାନ ରେପୋ ରେଟ 5.40%ରୁ 5.90%ରେ ପହଞ୍ଚିଛି । ଆରବିଆଇ ସୁଧହାର ବୃଦ୍ଧି କରିବା ପରେ ବ୍ୟାଙ୍କ ଋଣ ମଧ୍ୟ ମହଙ୍ଗା ହୋଇଯିବ । ଏପରି ସ୍ଥିତିରେ ଆପଣ କିପରି ଏହି ସୁଧ ବୋଝ କମାଇବେ, ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

ହାଇଦ୍ରାବାଦ: ଆମ ଭିତରୁ ଅଧିକାଂଶ ଲୋକ ଭାବନ୍ତି ଯେ, ପୂର୍ବରୁ ନିଆଯାଇଥିବା ଲୋନ ଟର୍ମ ପରିବର୍ତ୍ତନ ହୋଇପାରିବ ନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ୍ ଧାରଣା । ଯଦି ଆପଣ ନିୟମିତ ଭାବେ ଲୋନ କିସ୍ତି ପୈଠ କରୁଥିବେ ତେବେ ନିଜର ବ୍ୟାଙ୍କ ଅଥବା ଆର୍ଥିକ ପ୍ରତିଷ୍ଠାଗୁଡିକୁ ଲୋନ ଟର୍ମ ହ୍ରାସ କରିବାକୁ କହିପାରିବେ । ଥରେ ଲୋନ ଟର୍ମ ହ୍ରାସ ହେଲେ, EMI ରାଶି ବୃଦ୍ଧି ପାଇଥାଏ । ଅର୍ଥାତ୍ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ EMI ଦେବାକୁ ପଡିବ । ଯାହାଦ୍ବାରା ଲୋନ ଖୁବ୍‌ଶୀଘ୍ର ପରିଶୋଧ ହୋଇଯିବ ଏବଂ ଆପଣ ଋଣମୁକ୍ତ ହୋଇଯିବେ । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବା ପରେ ବ୍ୟାଙ୍କ ଲୋନ ମଧ୍ୟ ମହଙ୍ଗା ହୋଇଯିବ । ତେଣୁ ଯଦି ଲୋନକର୍ତ୍ତା ଆର୍ଥିକ ରୂପେ ସୁଦୃଢ ତାହାହେଲେ EMI(equated monthly instalment)ରେ ଅତିରିକ୍ତ ରାଶି ବୃଦ୍ଧି ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରିବା ଉଚିତ୍ । ଯାହାଫଳରେ ଆପଣ ଅଧିକ ସୁଧ ଦେବାରୁ ବର୍ତ୍ତି ପାରିବେ ଏବଂ ଲାଭରେ ରହିବେ ।

ଆହୁରିମଧ୍ୟ, ଆମେ ଆଶିଂକ ଦେୟ ଦେଇ ନିଜର ଉପରେ ଥିବା ସୁଧ ବୋଝ କମାଇପାରିବା । ଆମେ ପ୍ରତିବର୍ଷ ଅତିରିକ୍ତ ଭାବେ ଗୋଟିଏ କିମ୍ବା ଦୁଇଟି EMI ମଧ୍ୟ ଦେଇପାରିବା । ଏଥିପାଇଁ ଅପ୍ରତ୍ୟାଶିତ ପାଣ୍ଠି, ବୋନସ୍ ଓ ବଳକା ଆୟକୁ ବ୍ୟବହୃତ କରାଯାଇପାରିବ । ଆଶିଂକ ଦେୟ ପ୍ରଦାନ କରିବା ଦ୍ବାରା କିଛି ଫାର୍ମ ନିର୍ଦ୍ଧିଷ୍ଟ ପରିମାଣର ଫି' ସଂଗ୍ରହ କରିଥାନ୍ତି । କିନ୍ତୁ ବ୍ୟାଙ୍କଗୁଡିକୁ ହୋମ ଲୋନ ଉପରେ କୌଣସି ପ୍ରକାର ଫି' ଆଦାୟ କରିନଥାନ୍ତି ।

ସେହିପରି ନିଜର ଲୋନକୁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ଦ୍ବାରା ସୁଧହାର କମ୍ ହୋଇଥାଏ । ତେଣୁ ଯଦି ଏପରି ସୁଯୋଗ ମିଳେ, ତେବେ ନିଜର ଲୋନ ସ୍ଥାନାନ୍ତର କରିବା ଉଚିତ୍ । କହିରଖୁଛୁ କି, ଦୁଇ ବ୍ୟାଙ୍କ ମଧ୍ୟରେ ସୁଧହାରରେ ମାତ୍ର ୦.୭୫ ପ୍ରତିଶତରୁ ୧ ପ୍ରତିଶତର ପାର୍ଥକ୍ୟ ରହିଥାଏ । ଏହା ହୋମ ଲୋନ କ୍ଷେତ୍ରରେ ବିଶେଷ ଲାଭଦାୟକ ହୋଇଥାଏ । କାରଣ ହୋମ ଲୋନ ଦୀର୍ଘମିଆଦି ଅଟେ । ଦୁଇ ପ୍ରତିଷ୍ଠାନର ସୁଧହାର ମଧ୍ୟରେ ସାମାନ୍ୟତମ ପାର୍ଥକ୍ୟ ମଧ୍ୟ ଆପଣଙ୍କୁ ଲାଭାନ୍ବିତ କରିଥାଏ । ଯଦି ନୂଆ କ୍ରେଡିଟର ପ୍ରସୋସିଂ ଏବଂ ଅନ୍ୟାନ୍ୟ ଫି' ବ୍ୟତୀତ ଆକର୍ଷଣୀୟ ସୁଧ ପ୍ରଦାନ କରୁଥାନ୍ତି ତେବେ ଏହାକୁ ଚୟନ କରିବା ଉଚିତ୍ । ତେବେ ଲୋନକୁ ଗୋଟିଏ ପ୍ରତିଷ୍ଠାନରୁ ଅନ୍ୟ ପ୍ରତିଷ୍ଠାନକୁ ସ୍ଥାନାନ୍ତର କରିବା ପୂର୍ବରୁ ଏହା ଜନିତ ବ୍ୟୟ ଏବଂ ଲାଭକୁ ଧ୍ୟାନରେ ରଖିବାକୁ ଭୁଲିବେ ନାହିଁ ।

ଏହାମଧ୍ୟ ପଢନ୍ତୁ: Insurance rider: ପରିବାରକୁ ସୁରକ୍ଷା ଦିଏ ଇନସ୍ୟୁରାନ୍ସ ରାଇଡର

ଏହାବ୍ୟତୀତ ଯେଉଁ ଋଣକର୍ତ୍ତାଙ୍କ ଅଧିକ କ୍ରେଡିଟ ସ୍କୋର ଅଛି, ସେମାନେ ସୁଧରେ ରିହାତି ପାଇପାଇବେ । ଏଥିପାଇଁ ନିଜର କ୍ରେଡିଟ ସ୍କୋର ବାବାଦରେ ବ୍ୟାଙ୍କକୁ ଜଣାଇବା ଉଚିତ୍ । ଆପଣ କୌଣସି ରିହାତି ପାଇଁ ଯୋଗ୍ୟ ନା ନୁହେଁ ତାହା ପ୍ରଥମେ ଜାଣନ୍ତୁ । ଅଧିକ ସୁଧହାର ବିଶିଷ୍ଟ ଲୋନରୁ ଦୂରେଇ ରୁହନ୍ତୁ । ଯଦି ପୂର୍ବରୁ ଆପଣ ଏହିଭଳି କିଛି ଲୋନ ନେଇଥାନ୍ତି, ତେବେ ଯଥାଶୀଘ୍ର ଏହାକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ । କାରଣ ଅଧିକ ସୁଧହାର ଯୁକ୍ତ ଲୋନ ଛୋଟ ହୋଇଥିଲେ ମଧ୍ୟ ଏହାକୁ ପୈଠ କରିବା ମୁସ୍କିଲ ହୋଇଥାଏ । ସର୍ବାଦା ନୂଆ ଲୋନ ନେବା ପୂର୍ବରୁ ଭବିଷ୍ୟତରେ ସୁଧହାର ବୃଦ୍ଧି ହେଲେ ଆପଣଙ୍କ ଆର୍ଥିକ ସ୍ଥିତି କିପରି ରହିବ ସେ ସମ୍ପର୍କରେ ଚିନ୍ତା କରିବା ଉଚିତ୍ । ଏହାପରେ ହିଁ ଆମେ କେତେ ଲୋନ ନେବାକୁ ସକ୍ଷମ ତାହା ସ୍ଥିର କରିବା ଆବଶ୍ୟକ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.