Insurance rider: ପରିବାରକୁ ସୁରକ୍ଷା ଦିଏ ଇନସ୍ୟୁରାନ୍ସ ରାଇଡର

author img

By

Published : Oct 1, 2022, 2:33 PM IST

Insurance rider: ପରିବାରକୁ ସୁରକ୍ଷା ଦିଏ ଇନସ୍ୟୁରାନ୍ସ ରାଇଡର

ଇନସ୍ୟୁରାନ୍ସ ପଲିସି ନେବା ସମୟରେ ରାଇଡର ନେବାକୁ ଭୁଲନ୍ତୁ ନାହିଁ । ନଚେତ୍ ଭବିଷ୍ୟତରେ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଇନସ୍ୟୁରାନ୍ସ ରାଇଡରର ଫାଇଦା କ'ଣ ? ଜାଣିବାକୁ ପଢନ୍ତୁ ବିସ୍ତୃତରେ

ହାଇଦ୍ରାବାଦ: ପଲିସିଧାରୀ କୌଣସି ଅଘଟଣର ସମ୍ମୁଖୀନ ହେଲେ ଟର୍ମ ପଲିସିର ଲାଭ ପାଇଥାନ୍ତି । କିନ୍ତୁ ଯଦି ପରିବାରର କେହି ରୋଜଗାରକ୍ଷମ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୁଅନ୍ତି ଏବଂ ସବୁଦିନ ପାଇଁ ରୋଜଗାର କ୍ଷମତା ହରାଇ ଦିଅନ୍ତି ତେବେ କ'ଣ ହେବ ? ଅଥବା ଯଦି ସେ କୌଣସି ବଡ ବ୍ୟାଧିଗ୍ରସ୍ତ ହୋଇ ଆଉ କାର୍ଯ୍ୟ କରିବାକୁ ଅକ୍ଷମ ହେଲେ ଆପଣଙ୍କ ପରିବାରର ଆର୍ଥିକ ଅବସ୍ଥା କ'ଣ ହେବ କେବେ ଭାବିଛନ୍ତି ? ଅନେକ ଲୋକ ଏ ସମ୍ପର୍କରେ ଚିନ୍ତା କରନ୍ତି ନାହିଁ । ହେଲେ ଏସବୁ କେବେ ହାଲୁକା ଭାବେ ନେବା ଅନୁଚିତ୍ । ସେଥିପାଇଁ ଏପରି ପଲିସି ବାଛିବା ଉଚିତ୍, ଯାହା ସାମୟିକ କିମ୍ବା ସ୍ଥାୟୀଭାବେ ରୋଜଗାର ବନ୍ଦ ହୋଇଗଲେ ମଧ୍ୟ ଆମର ଆର୍ଥିକ ସଙ୍କଟ ସମୟରେ ସହାୟକ ହୋଇପାରୁଥିବ ।

ଏଭଳି ପରିସ୍ଥିତିରେ ପ୍ରାଥମିକ ଟର୍ମ ପଲିସିଧାରୀଙ୍କ ସୁରକ୍ଷା ପାଇଁ ସପ୍ଲିମେଣ୍ଟାରୀ ରାଇଡର ପଲିସିଗୁଡିକ(supplementary rider policies) କାର୍ଯ୍ୟ କରିଥାଏ । ବୀମା କମ୍ପାନୀଗୁଡିକ ମୁଖ୍ୟ ଟର୍ମ ପଲିସିଗୁଡିକ ବ୍ୟତୀତ ଏହିସବୁ ସପ୍ଲିମେଣ୍ଟାରୀ ପ୍ଲାନ ପ୍ରଦାନ କରିଥାନ୍ତି । ନିଜର କିମ୍ବା ନିଜ ପରିବାରର ସୁରକ୍ଷା ପାଇଁ ଏହିପରି ଏକ କିମ୍ବା ଏକାଧିକ ରାଇଡର ପଲିସି ଚୟନ କରିବା ଉଚିତ୍ । କିନ୍ତୁ ଏହାପୂର୍ବରୁ ପଲିସି ସମ୍ପର୍କରେ ଭଲ ଭାବେ ଦୁଇଥର ଚିନ୍ତା କରିବା ଆବଶ୍ୟକ ।

ପଲିସିଧାରକଙ୍କ ମୃତ୍ୟୁ ଘଟିଲେ ପ୍ରାଥମିକ ଟର୍ମ ପ୍ଲାନ(primary term plan)ରେ କ୍ଷତିପୂରଣ ମିଳିଥାଏ । ରାଇଡର ପ୍ଲାନ କ୍ଷେତ୍ରରେ ପରିବାର ବର୍ଗଙ୍କୁ ଅତିରିକ୍ତ କ୍ଷତିପୂରଣ ଦିଆଯାଇଥାଏ । ଉଦାହରଣସୂରପ, ଯଦି ପଲିସି ଟର୍ମରେ ୧୫ ଲକ୍ଷ ରାଇଡର ପ୍ଲାନ ସହ ୨୫ ଲକ୍ଷ ଟଙ୍କାର କଭର ଥାଏ, ତେବେ ପଲିସିଧାରୀଙ୍କ ଦୁର୍ଘଟଣାରେ ଦେହାନ୍ତ ହେଲେ ନୋମିନିଙ୍କୁ ୪୦ ଲକ୍ଷ ଟଙ୍କା ମିଳିବ । ସମ୍ପ୍ରାତିକ ସମୟରେ ଅନେକ ଲୋକ ଦୁର୍ଘଟଣାରେ ଜୀବନ ହରାଉଛନ୍ତି । ଏପରିସ୍ଥଳେ ପୂର୍ବରୁ ନିଜ ପରିବାରର ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଭଲ ।

ବୀମା କମ୍ପାନୀଗୁଡିକ ଏକ 'Accidental disability benefit rider' ଅପ୍ସନ ପ୍ରଦାନ କରନ୍ତି । ଯାହାକି ଦୁର୍ଘଟଣା ଜନିତ ସ୍ଥାୟୀ କିମ୍ବା ଅସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଲାଭଦାୟକ ହୋଇଥାଏ । ବେଳେବେଳେ ଜଣେ ବ୍ୟକ୍ତି ଦୁର୍ଘଟଣା ପରେ କିଛି ଦିନ କାମ କରିବାକୁ ଅସମର୍ଥ ହୋଇଥାନ୍ତି । ନଚେତ୍ ଗୋଡ, ହାତ କିମ୍ବା ଦୃଷ୍ଟିଶକ୍ତି ହରାଇ ଦିବ୍ୟାଙ୍ଗ ହୋଇପାରନ୍ତି । କେତେକ କମ୍ପାନୀ ଏହିପରି ସମସ୍ତ ଅକ୍ଷମତା ପାଇଁ କଭର ଦେଉଥିବାବେଳେ, ଅନ୍ୟ କେତେକ କେବଳ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ କ୍ଷତିପୂରଣ ପ୍ରଦାନ କରିଥାନ୍ତି । 'income benefit rider' ପଲିସିଧାରୀଙ୍କୁ କେତେ ମାସ ଯାଏଁ ସେ ଆୟ ଚାହୁଁଛନ୍ତି ତାହାର ନିର୍ଦ୍ଧାରଣ କରିବାକୁ ଅନୁମତି ଦେଇଥାଏ ।

ଏହାମଧ୍ୟ ପଢନ୍ତୁ: RBI କାର୍ଡ ଟୋକନ ବ୍ୟବସ୍ଥା କ'ଣ, କିପରି ଏହା ଲାଭଦାୟକ ?

ଏହି ରାଇଡର କ୍ଷତିପୂରଣ ଠାରୁ ଅଧିକ ଅତିରିକ୍ତ ଆୟ ପ୍ରଦାନ କରିଥାଏ । ଯାହାକି କୌଣସି ଅପ୍ରତ୍ୟାଶିତ ପରିସ୍ଥିତିରେ ଗୋଟିଏ ପରିବାରକୁ ଆର୍ଥିକ ରୂପେ ସୁଦୃଢ କରିଥାଏ । ପଲିସିଧାରୀ କ୍ୟାନ୍ସର, କିଡ୍‌ନୀ, ହୃଦରୋଗରେ ପୀଡିତ ହେଲେ ବୀମା କମ୍ପାନୀଗୁଡିକ 'Critical illness benefit rider' ଅଧିନରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିଥାନ୍ତି । ତେଣୁ ଇନସ୍ୟୁରାନ୍ସ ପଲିସି ନେବା ସମୟରେ ରାଇଡର ନେବାକୁ ଭୁଲନ୍ତୁ ନାହିଁ । ସର୍ବଦା ସଚେତନତା ସହ ସର୍ବୋକୃଷ୍ଟ ବୀମା ଯୋଜନା ଚୟନ କରିବା ଉଚିତ୍ । ଯାହାଦ୍ବାରା ଆମେ ପୂର୍ଣ୍ଣ ଆର୍ଥିକ ସୁରକ୍ଷା ଲାଭ କରିପାରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.