ETV Bharat / business

GST Collection: ଜିଏସଟି ଆଦାୟ ୧୮ ଲକ୍ଷ କୋଟି ପାର, ଗତ ବର୍ଷ ତୁଳନାରେ ୨୨% ବୃଦ୍ଧି

author img

By

Published : Apr 2, 2023, 1:19 PM IST

GST collection
GST collection

ଚଳିତ ବର୍ଷ ଜିଏସଟି ଆଦାୟ ୧୮ ଲକ୍ଷ କୋଟି ପାର । ଗତ ଆର୍ଥିକ ବର୍ଷ ତୁଳନାରେ ୨୨ ପ୍ରତିଶତ ବୃଦ୍ଧି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ଆରମ୍ଭରୁ ଖୁସି ଖବର । GST ସଂଗ୍ରହରେ ପୁଣି ଥରେ ରେକର୍ଡ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ଜିଏସି ସଂଗ୍ରହ ୨୨ ପ୍ରତିଶତ ଅଭିବୃଦ୍ଧି ହୋଇ ୧୮ ଲକ୍ଷ କୋଟି ଚଙ୍କା ଆଦାୟ କରାଯାଇଛି । ଏନେଇ ଗତକାଲି(ଶନିବାର) କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ମାର୍ଚ୍ଚ ମାସରେ ହିଁ ୧.୬୦ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆଦାୟ କରାଯାଇଛି । କୁହାଯାଉଛି ବର୍ତ୍ତମାନ ସୁଦ୍ଧା ଦ୍ବିତୀୟ ସର୍ବୋଚ୍ଚ ଜିଏସଟି ଆଦାୟ ।

ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ: ଜିଏସଟି ଇତିହାସରେ ଏହା ହେଉଛି ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ । ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ଚତୁର୍ଥ ଥର ପାଇଁ ୧.୫ କୋଟି ଟଙ୍କା ଉପରେ ରହିଛି । ଆର୍ଥିକ ବର୍ଷର ଅନ୍ତିମ ତ୍ରୟମାସରେ ହାରାହାରି ମାସିକ ଜିଏସଟି ଆଦାୟ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି । ସେହିପରି ଦ୍ବିତୀୟ ଏବଂ ତୃତୀୟ ତ୍ରୟମାସରେ ଏହି ପରିମାଣ ଯଥାକ୍ରମେ ୧.୪୬ ଏବଂ ୧.୪୯ ଲକ୍ଷ କୋଟି ଟଙ୍କା ରହିଥିଲା । ୨୦୨୩ ବର୍ଷର ମାର୍ଚ୍ଚ ମାସରେ ମୋଟ ୧,୬୦,୧୨୨ କେଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ସେଥି ମଧ୍ୟରୁ କେନ୍ଦ୍ରିୟ ଜିଏସଟି ୨୯ ହଜାର ୫୪୬ କୋଟି, ରାଜ୍ୟ ଜିଏସଟି ୩୭ ହଜାର ୩୧୪ କୋଟି ଏବଂ ସମ୍ବନ୍ବିତ ଜିଏସଟି ୮୨ ହଜାର ୯୦୭ କୋଟି ରହିଥିଲା । ଏଥିମଧ୍ୟରୁ ୪୨ ହଜାର ୫୦୩ କୋଟି ଟଙ୍କାର ଆମଦାନୀ ଶୁଳ୍କ ଏବଂ ୧୦ ହଜାର ୩୫୫ କୋଟି ସେସ ଅନ୍ତର୍ଭୁକ୍ତ ରହିଛି ।

ଆଇଜିଏସଟି ଆଦାୟରେ ମଧ୍ୟ ରେକର୍ଡ: ଏହା ମାସରେ ଆଇଜିଏସଟି ଆଦାୟର ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି । କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସଟି ବାବଦରେ ମୋଟ ୩୩ ହଜାର ୪୦୮ କୋଟି ଟଙ୍କା ଏବଂ ରାଜ୍ୟ ଜିଏସଟି ବାବଦରେ ୨୮ ହଜାର ୧୮୭ କୋଟି ଟଙ୍କା ଦେଇଛନ୍ତି ।

ଅନ୍ୟପଟେ ରପ୍ତାନୀ ଏବଂ ଆମଦାନୀ କ୍ଷେତ୍ରରୁ ମଧ୍ୟ ସର୍ବାଧିକ ଆଦାୟ ହୋଇଛି । ଆମଦାନୀରୁ ସଂଗୃହିତ ରାଜ୍ୟସ୍ବରରେ ୮ ପ୍ରତିଶତ ବୃଦ୍ଧି ହୋଇଛି । ଘରୋଇ କାରବାରରୁ ରାଜସ୍ବ ଆଦାୟରେ ୧୪ ପ୍ରତିଶତ ବୃଦ୍ଧି ଘଟିଛି । ମାର୍ଚ୍ଚ ୨୦୨୩ରେ ରିଟର୍ଣ୍ଣ ଫାଇଲିଂରେ ମଧ୍ୟ ବୃହତ ବୃଦ୍ଧି ହୋଇଛି । ୯୩.୨ ପ୍ରତିଶତ ଇନଭଏସ ଷ୍ଟେଟମେଣ୍ଟ ଏବଂ ୯୧.୪ ରିଟର୍ଣ୍ଣ ଦାଖଲ ହୋଇଛି । ପୂର୍ବ ବର୍ଷ ମାର୍ଚ୍ଚ ମାସରେ ୯୩.୧ ଏବଂ ୮୪.୭ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.