ETV Bharat / business

ନୂଆବର୍ଷ ସେଲିବ୍ରେସନ; ଜୋମାଟୋଠୁ ଓୟୋ ରେକର୍ଡ ବୁକିଂ

author img

By ETV Bharat Odisha Team

Published : Jan 1, 2024, 10:38 PM IST

ନିଉ ଇୟର ସେଲିବ୍ରେସନ ଧୁମ ; ଜୋମାଟୋ ଠୁ ଓୟୋ ଯାଏଁ ବଢିଲା ବୁକିଂର ସଂଖ୍ୟା
ନିଉ ଇୟର ସେଲିବ୍ରେସନ ଧୁମ ; ଜୋମାଟୋ ଠୁ ଓୟୋ ଯାଏଁ ବଢିଲା ବୁକିଂର ସଂଖ୍ୟା

Bookings on New Year's Eve : ନୂଆବର୍ଷ ୨୦୨୪ ସେଲିବ୍ରେସନ ପାଇଁ ବଢିଲା ଅର୍ଡର ଓ ବୁକିଂର ସଂଖ୍ୟା । ଜୋମାଟେୋ ,ସ୍ବିଗି, ବ୍ଲିଙ୍କିଟ ଓ ଓୟୋ ଭଳି ପ୍ଲାଟଫର୍ମ ରେ ଲୋକଙ୍କ ବଢିଛି ଚାହିଦା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ : ଆସି ଯାଇଛି ନୂଆବର୍ଷ ୨୦୨୪ । ଗତ କାଲି ରାତି ଠାରୁ ଆରମ୍ଭ ହୋଇ ଯାଇଛି ସେଲିବ୍ରେସନର ମାହୋଲ । ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣକାରୀ ପ୍ଲାଟଫର୍ମ ଯଥା ଜୋମାଟେୋ ଓ ସ୍ବିଗି , କ୍ବିକ କମର୍ସ ପ୍ଲାଟଫର୍ମ ଯଥା ବ୍ଲିଙ୍କିଟ ଓ ଜେପଟୋ ସହିତ ହୋଟେଲ ରହଣି ପ୍ରଦାନକାରୀ ସଂସ୍ଥା ଓୟୋରେ ହୋଇଛି ନୂଆ ବର୍ଷ ପାଇଁ ସର୍ବାଧିକ ଅର୍ଡର ଏବଂ ବୁକିଂ । ଯାହା ପୂର୍ବ ବର୍ଷ ର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ବିଭିନ୍ନ ଖାଦ୍ୟ ଡେଲିଭରୀ ସଂସ୍ଥା ଗୁଡିକରେ ଏତେ ମାତ୍ରାର ଅର୍ଡର ମିଳିବା ଲୋକମାନଙ୍କର ଘରେ ରହି ନୂଆ ବର୍ଷ ପାଳନ କରିବା ପସନ୍ଦକୁ ସୂଚାଉଛି । ଜୋମାଟୋର ସଂସ୍ଥାପକ ତଥା ସିଇଓ ଦୀପିନ୍ଦର ଗୋଏଲ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି ଯେ ଆମକୁ ୨୦୨୪ ନୂଆବର୍ଷ ପାଇଁ ଯେତେ ମାତ୍ରା ରେ ଅର୍ଡର ମିଳିଥିଲା ତାହା ୨୦୧୫ ଠାରୁ ଆରମ୍ଭ କରି ୨୦୨୦ ର ନୂଆବର୍ଷର ଅର୍ଡରକୁ ମିଶାଇଲେ ଏକୁଟିଆ ସେତକ ହେବ ।

ସେହିପରି ବ୍ଲିଙ୍କିଟର ସିଇଓ ଆଲବିନ୍ଦର ଧିନ୍ଦସା କହିଛନ୍ତି ଯେ ୨୦୨୨ ର ନୂଆ ବର୍ଷ ଠାରୁ ଗତ କାଲି ସନ୍ଧ୍ୟା ଜିରୋ ନାଇଟ ସେଲିବ୍ରେସନରେ ସର୍ବୋଚ୍ଚ ସଂଖ୍ୟକ ଅର୍ଡର ହୋଇଛି । ଆମେ ଗୋଟିଏ ଦିନରେ ଅର୍ଡର ପର ମିନିଟର ରେକର୍ଡ ଭାଙ୍ଗିବା ସହ ସଫ୍ଟ ଡ୍ରିଙ୍କ, ଚିପସ ଓ ଟନିକ ୱାଟରର ବିପୁଳ ବିକ୍ରି ହୋଇଛି । ଗୋଏଲ କହିଛନ୍ତି ଯେ ନୂଆବର୍ଷ ପାଳନ ଉପଲକ୍ଷେ ଜୋମାଟୋ ଏବଂ ବ୍ଲିଙ୍କିଟ ତରଫରୁ ସମଗ୍ର ଦେଶ ରେ ୩.୨ ଲକ୍ଷରୁ ଅଧିକ ଡେଲିଭରି ପାର୍ଟନର ଦେଶରେ ସେବା ଯୋଗାଉଥିଲେ ।ଲକ୍ଷ୍ନୌର ଜଣେ ଗ୍ରାହକ ବ୍ଲିଙ୍କିଟରେ ୩୩,୬୮୩ ଟଙ୍କାର ଅର୍ଡର କରିଥିବା ବେଳେ କୋଲକାତାର ଜଣେ ଗ୍ରାହକ ସ୍ବିଗି ଇନଷ୍ଟାମାର୍ଟ ରେ ୪୮,୯୫୦ ଟଙ୍କାର ଅର୍ଡର କରିଛନ୍ତି । ଏହାକୁ ଲକ୍ଷ୍ୟ କରି ସ୍ବିଗିର ସିଇଓ ରୋହିତ କପୁର କହିଛନ୍ତି ଯେ ସାରା ଦେଶ ଏପରି ଭାବେ ନୂଆ ବର୍ଷ ପାର୍ଟି କରୁଛି ଯାହା ୨୦୨୪ ପୂର୍ବରୁ କେବେ ଦେଖାଯାଇନଥିଲା ।

ଏହା ମଧ୍ୟ ପଢନ୍ତୁ ... ବର୍ଷ ଆରମ୍ଭରୁ ବଦଳିଲା ନିୟମ, ଆଧାର କାର୍ଡରୁ ୟୁପିଆଇ ଆଇଡି

ସେହିପରି ଡାଇନ ଆଉଟ ରେ ବର୍ଷ ଶେଷର ବୁକିଂରେ ବ୍ୟାପକ ବୃଦ୍ଧି ଘଟିଛି । ଏ ବର୍ଷ ଡାଇନ ଆଉଟ ମଧ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲରେ ଟେବୁଲ ରିଜର୍ଭେସନର ବ୍ୟବସ୍ଥା କରିଥିଲା ବୋଲି କମ୍ପାନୀର ମୁଖପାତ୍ର କହିଛନ୍ତି । ଗତବର୍ଷ ଭାରତର ପ୍ରଥମ ୟୁନିକର୍ଣ୍ଣ ହୋଇଥିବା ଜେପ୍ଟୋରେ ମଧ୍ୟ ଅର୍ଡର ବିପୁଳ ମାତ୍ରାରେ ଆସିଛି । ସେହିପରି ଗତବର୍ଷର ଶେଷରାତି ରେ ପ୍ରାୟ ୨.୧ ମିଲିୟନ ଗ୍ରାହକ ନିଜର ଅର୍ଡର କରିଥିଲେ । ନୂଆ ବର୍ଷ ପାଳନ ଅବସରରେ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ବୁକିଂର ମାତ୍ରାରେ ଅହେତୁକ ବୃଦ୍ଧି ଘଟିଛି ବୋଲି ଓୟୋର ସଂସ୍ଥାପକ ଓ ସିଇଓ ରିତେଶ ଅଗ୍ରୱାଲ କହିଛନ୍ତି । ଗତ ଡିସେମ୍ବର ୩୦ ଏବଂ ୩୧ ରେ ଆମେ ଆନ୍ତର୍ଜାତୀୟ ସ୍ତରରେ ୨ ଲକ୍ଷ ୩୦ ହଜାରରୁ ଉର୍ଧ୍ବ ବୁକିଂ ପାଇଥିଲୁ । ସେହିପରି ନବ ବର୍ଷ ପାଳନ ଅବସରରେ ଓୟୋ ରେ ୬ ଲକ୍ଷରୁ ଅଧିକ ବୁକିଂ ହୋଇଛି । ସେହିପରି ଲାଷ୍ଟ ମିନିଟ ବୁକିଂରେ ୩୭ % ବୃଦ୍ଧି ଘଟିଛି । ସେହିପରି ଓୟୋ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଅଯୋଧ୍ୟାରେ ୭୦ % , ଗୋଆରେ ୫୦ % ଓ ନୈନିତାଲରେ ୬୦% ବୃଦ୍ଧି ଘଟିଛି ବୋଲି ରିତେଶ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.