ETV Bharat / business

LPG Price Hike: ୨୫୦ ଟଙ୍କା ବଢିଲା ବ୍ୟବସାୟିକ LPG ସିଲିଣ୍ଡର

author img

By

Published : Apr 1, 2022, 9:35 AM IST

Updated : Apr 1, 2022, 10:18 AM IST

LPG Price Hike
LPG Price Hike: ବଢିଲା ଗ୍ୟାସ୍ ଦର, ସିଲିଣ୍ଡର ପିଛା ଦେବାକୁ ହେବ ୨୫୦ ଟଙ୍କା

ବଢିଲା ଗ୍ୟାସ ଦର । ୨୫୦ ଟଙ୍କା ମହଙ୍ଗା ହେଲା ବ୍ୟବସାୟିକ ଏଲପିଜି(LPG ) ସିଲିଣ୍ଡର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବଢିଲା ଗ୍ୟାସ ଦର । ମହଙ୍ଗା ହେଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର(Commercial LPG price hike) । ଆଜି(ଶୁକ୍ରବାର) ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(Commercial LPG Cylinder) ଦାମ୍‌ ୨୦୫ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ୨,୨୫୩ ଟଙ୍କା ହୋଇଯାଇଛି । ସେହିପରି କୋଲକାତାରେ ଏହି ଗ୍ୟାସ ଦର ୨,୩୫୧ ଟଙ୍କାକୁ ବୃଦ୍ଧି ପାଇଛି । ଦେଶବ୍ୟାପୀ ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି ।

ବାଣିଜ୍ୟ ନଗରୀ ମୁମ୍ବାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ୨୨୦୫ ଟଙ୍କା ହୋଇଥିବାବେଳେ ଚେନ୍ନାଇରେ ଦାମ୍ ୨୪୦୬ ଟଙ୍କାକୁ ବୃଦ୍ଧି ପାଇଛି । ରେସ୍ତୋରାଁ, ଚା ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ତେଣୁ ଗ୍ୟାସ ଦାମ୍ ବଢିବା ସହ ଖାଦ୍ୟପଦର୍ଥ ମଧ୍ୟ ମହଙ୍ଗା କରିପାରନ୍ତି ଭୋଜନାଳୟ ମାଲିକ ।

ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ବଢିଥିଲେ ହେଁ ୧୪.୨ କିଲୋଗ୍ରାମ୍ ଅଣ-ସବସିଡି ଯୁକ୍ତ ଘରୋଇ LPG ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି । ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡର ଦାମ ୯୪୯.୫୦ ଟଙ୍କା ଥିବାବେଳେ ଅନ୍ୟ କିଛି ସ୍ଥାନରେ ୧୦୦୦ ଟଙ୍କା ରହିଛି । ମାର୍ଚ୍ଚ ୨୨ ତାରିଖରେ ଘରୋଇ ରନ୍ଧନ ଗ୍ୟାସ ଦର ୫୦ ଟଙ୍କା ବଢିଥିଲା । କହିରଖୁଛୁ କି, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରତିମାସରେ LPG ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଥାଏ ।

Last Updated :Apr 1, 2022, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.