ETV Bharat / business

ବଜେଟ ପରେ ହସିଲା ବଜାର, ସେନସେକ୍ସ 2,315 ପଏଣ୍ଟ ବୃଦ୍ଧି

author img

By

Published : Feb 1, 2021, 6:59 PM IST

ବଜେଟ ପରେ ହସିଲା ବଜାର , ସେନସେକ୍ସ  2,315 ପଏଣ୍ଟ ବୃଦ୍ଧି
ବଜେଟ ପରେ ହସିଲା ବଜାର , ସେନସେକ୍ସ 2,315 ପଏଣ୍ଟ ବୃଦ୍ଧି

ପୁଞ୍ଜି ବଜାରକୁ ପ୍ରୋତ୍ସାହନ ଦେବା ପରେ କେନ୍ଦ୍ର ବଜେଟକୁ ଉତ୍ସାହର ସହ ସ୍ବାଗତ କରିଛନ୍ତି ନିବେଶକ । ସେନସେକ୍ସ 2,315 ପଏଣ୍ଟ ଉଛୁଳିଥିବା ବେଳେ ନିଫ୍ଟି 14,281.20ରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ମୁମ୍ବାଇ: ପୁଞ୍ଜି ବଜାରକୁ ପ୍ରୋତ୍ସାହନ ଦେବା ପରେ କେନ୍ଦ୍ର ବଜେଟକୁ ଉତ୍ସାହର ସହ ସ୍ବାଗତ କରିଛନ୍ତି ନିବେଶକ । ଫାଇନାନ୍ସ କମ୍ପାନୀ ସେୟାରରେ ଜବରଦସ୍ତ ବୃଦ୍ଧି ଯୋଗୁଁ ସୋମବାର ସେନସେକ୍ସ 2,315 ପଏଣ୍ଟ ଚଢିଛି ।

କାରବାର ସମସ୍ୟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ ଏକ ସମୟରେ 48,764.40 ପଏଣ୍ଟର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥିଲା । ଶେଷରେ ଏହା 2,314.84 ପଏଣ୍ଟ ବଢିବା ସହ 48,600.61 ପଏଣ୍ଟରେ ବନ୍ଦ ହୋଇଛି ।

ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 646.60 ପଏଣ୍ଟ ବଢି 14,281.20ରେ ବନ୍ଦ ହୋଇଛି । ସେନସେକ୍ସର କମ୍ପାନୀରେ ଇଣ୍ଡସଇଣ୍ଡ ବ୍ୟାଙ୍କ ସର୍ବାଧିକ 14 ପ୍ରତିଶତରୁ ଅଧିକ ଫାଇଦାରେ ରହିଛି । ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫିନସର୍ଭ , ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏଲଆଣ୍ଡଟି ଓ ଏଚଡିଏଫସି ସେୟାର ବଢିଛି । ସେପଟେ କିନ୍ତୁ ଡ.ରେଡ୍ଡୀଜ, ଟେକ ମହିନ୍ଦ୍ରା ଓ ହିନ୍ଦୁସ୍ତାନ ୟୁନିଲିଭର ସେୟାର ହ୍ରାସରେ ରହିଛି ।

କାରବାରକାରୀଙ୍କ କହିବା ଅନୁସାରେ ବୈଶ୍ବିକ ବଜାରରେ ଅଭିବୃଦ୍ଧି ଦମରେ ଭାରତୀୟ ଷ୍ଟକ ମାର୍କେଟ ଅଭିବୃଦ୍ଧିରେ ଖୋଲିଥିଲା । ପରେ ବଜେଟ ସମୟରେ ସକାରତ୍ମକ ପ୍ରତିକ୍ରିୟା ଭିତରେ ବଜାରେର ପ୍ରଫିଟ ଦେଖାଦେଇଛି । ବଜେଟରେ ଭିତ୍ତିଭୂମି ସଂରଚନା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଉପରେ ଅଧିକ ଖର୍ଚ୍ଚ ବ୍ୟବସ୍ଥା ଓ ବୀମା କ୍ଷେତ୍ରରେ ଏଫଡିଆଇ ସୀମା 49 ପ୍ରତିଶତରୁ ବଢାଇ 74 ପ୍ରତିଶତକୁ ନିବେଶକ ସ୍ବାଗତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.