ETV Bharat / business

55 ହଜାର ଟପିଲା ସୁନା

author img

By

Published : Aug 6, 2020, 2:49 PM IST

Silver at new high of Rs 74,350/kg; gold above Rs 55,000/10 gm
Silver at new high of Rs 74,350/kg; gold above Rs 55,000/10 gm

ଏ ବର୍ଷ ସୁନା ଦାମରେ ପ୍ରାୟ 40 ପ୍ରତିଶତ ବୃଦ୍ଧି ହୋଇଥିବା ବିଶେଷଜ୍ଞ କହିଛନ୍ତି । କୋରୋନା ମହାମାରୀ ଯୋଗୁଣ ପୁଞ୍ଜି ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ସୁନା ନିବେଶର ସୁରକ୍ଷିତର ମାଧ୍ୟମ ପାଲଟିଛି । ଏଥିପାଇଁ ଦର କ୍ରମାଗତ ବଢିଚାଲିଛି । ଅଧିକ ପଢନ୍ତୁ..

ମୁମ୍ବାଇ: ଡଲାର ମୁଲ୍ୟ ଦୁର୍ବଳ ଦ୍ବାରା ସୁନା ଓ ରୂପାରେ ଚମକ ବଢୁଛି । ଫଳରେ ସୁନା ଦରରେ ବୃଦ୍ଧି ଜାରି ରହିଛି । ଭାରତୀୟ ଫ୍ୟୁଚର ବଜାରରେ ଗୁରୁବାର ରୂପା ଦାମ କିଲୋ ପିଛା 74,000ଟଙ୍କା ଟପିଛି । ସେହିପରିୁ ସୁନା ଦାମ 10 ଗ୍ରାମ ପ୍ରତି 55 ହଜାର ପାର କରିଛି ।

ରୂପା ଦାମ ବୃଦ୍ଧି କ୍ରମଶଃ 2011 ରେକର୍ଡ ଭାଙ୍ଗିବା ନିକଟତର ରହିଛି । ଚଳିତ ସପ୍ତାହରେ ରୂପା ଦାମ କିଲୋ ପ୍ରତି ପାଖାପାଖି 1000 ଟଙ୍କା ମହଙ୍ଗା ହୋଇଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ଦାମ 2,750 ଟଙ୍କା ବୃଦ୍ଧି ପାଇଁ 74,643 ଟଙ୍କାରେ ପହଞ୍ଚିଛି । ଯାହାକି 9 ବର୍ଷର ସର୍ବୋଚ୍ଚ ସ୍ତର । 2011 ଏପ୍ରିଲ 25 ରେ ରୂପା ଦାମ କିଲୋ ପ୍ରତି 76000 ଟଙ୍କା ଛୁଇଁଥିଲା ।

ସେହିପରି ଏମସିଏକ୍ସରେ ସୁନା ଅକ୍ଚୋବରରେ ଡଲିଭରି ହେବାକୁ ଥିବା ସୁନା ଦର 442 ଟଙ୍କା ବଢି ଗୁରୁବାର 55540 ଟଙ୍କାରେ କାରବାର କରୁଛି । ଅନ୍ତରାଷ୍ଟ୍ରୀୟ ଫ୍ୟୁଚର ବଜାରରେ ସୁନା ଦାମ ଆଉନ୍ସ ପ୍ରତି 2052.50 ଡଲାରକୁ ବୃଦ୍ଧି ପାଇଛି ।

ଏ ବର୍ଷ ସୁନା ଦାମରେ ପ୍ରାୟ 40 ପ୍ରତିଶତ ବୃଦ୍ଧି ହୋଇଥିବା ବିଶେଷଜ୍ଞ କହିଛନ୍ତି । କୋରୋନା ମହାମାରୀ ଯୋଗୁଣ ପୁଞ୍ଜି ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ସୁନା ନିବେଶର ସୁରକ୍ଷିତର ମାଧ୍ୟମ ପାଲଟିଛି । ଏଥିପାଇଁ ଦର କ୍ରମାଗତ ବଢିଚାଲିଛି । ତେବେ ଉତ୍ପାଦ ଶୁଳ୍କ, ରାଜ୍ୟ ଟିକସ, ଓ ଗଢା ମୁଲ୍ୟ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ସୁନା ଦାମ ଅଲଗା ଅଲଗା ଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.