ETV Bharat / business

1,400 ପଏଣ୍ଟ ଖସିଲା ସେନସେକ୍ସ, ମୁଣ୍ଡରେ ହାତ ଦେଲେ ନିବେଶକ

author img

By

Published : Apr 12, 2021, 11:32 AM IST

1,400  ପଏଣ୍ଟ ଖସିଲା ସେନସେକ୍ସ, ମୁଣ୍ଡରେ ହାତ ଦେଲେ ନିବେଶକ
1,400 ପଏଣ୍ଟ ଖସିଲା ସେନସେକ୍ସ, ମୁଣ୍ଡରେ ହାତ ଦେଲେ ନିବେଶକ

ଆରମ୍ଭରୁ ଲାଲ ସଙ୍କେତରେ କାରବାର ସହ ବ୍ୟବସାୟ ମାନ୍ଦା। ବିଏସଇ ସେନସେକ୍ସ 1427 ପଏଣ୍ଟ ହ୍ରାସ ପାଇ 48,164.32ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 431 ପଏଣ୍ଟ ହ୍ରାସ ପାଇ 14,402.25ରେ ପହଁଞ୍ଚିଛି। ଅଧିକ ପଢନ୍ତୁ...

ମୁମ୍ବାଇ: ଘାଟାରେ ସେୟାର ବଜାର। ମୁଣ୍ଡରେ ହାତ ଦେଲେ ନିବେଶକ। ଆରମ୍ଭରୁ ଲାଲ ସଙ୍କେତରେ କାରବାର ହେବା ସହ ବ୍ୟବସାୟ ମାନ୍ଦା। ଇଣ୍ଡେକ୍ସ ହେଭିୱେଟରେ ଟ୍ବିନ ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିରେ କ୍ଷତି ହୋଇଛି। କୋରୋନା ମାମଲା ବୃଦ୍ଧି ବଜାରରେ କାରବାରକୁ ହ୍ରାସ କରିଛି।

ବିଏସଇ ସେନସେକ୍ସ 1427 ପଏଣ୍ଟ ହ୍ରାସ ପାଇ 48,164.32ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 431 ପଏଣ୍ଟ ହ୍ରାସ ପାଇ 14,402.25ରେ ପହଁଞ୍ଚିଛି। ସେନସେକ୍ସ ପ୍ୟାକରେ ସର୍ବାଧିକ କ୍ଷତି ସହିଥିବା କମ୍ପାନୀ ଗୁଡିକ ହେଲା ଏସବିଆଇ, ବଜାଜ ଫାଇନାସ୍ସ , ଆଇସିଆଇସିଆଇ ବ୍ୟାଙ୍କ୍, ବଜାଜ ଫିନ୍ସର୍ଭ ଏବଂ ମାରୁତୀ। ଅନ୍ୟ ପଟେ, ଇନଫୋସିସ୍ ଏକମାତ୍ର ଲାଭକାରୀ ଥିଲା ।

ପୂର୍ବ ଅଧିବେଶନରେ, ସେନ୍ସେକ୍ସ 49,591.32 ପଏଣ୍ଟ କାରବାର କରି ସ୍ଥିର ହୋଇଥିଲା ଏବଂ ନିଫ୍ଟି 38.95 ପଏଣ୍ଟ ହ୍ରାସ ପାଇ 14,834.85 ରେ ପହଞ୍ଚିଛି। ଅସ୍ଥାୟୀ ବିନିମୟ ତଥ୍ୟ ଅନୁଯାୟୀ ଶୁକ୍ରବାର ଦିନ 653.51 କୋଟି ଟଙ୍କା ମୂଲ୍ୟର ସେୟାର ଅଫଲୋଡ୍ କରିଥିବାରୁ ବିଦେଶୀ ସଂସ୍ଥା ନିବେଶକମାନେ ପୁଞ୍ଜି ବଜାରରେ ନିଟ୍ ବିକ୍ରେତା ଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.