ETV Bharat / business

ପ୍ରବଳ କ୍ଷତି ପରେ ବଜାର ସାମାନ୍ୟ ଉପରମୁହାଁ

author img

By

Published : May 3, 2021, 9:34 PM IST

ଆରମ୍ଭରୁ ସେନସେକ୍ସ ତଳମୁହାଁ ଥିଲାବେଳେ କାରବାର ଶେଷରେ ସାମାନ୍ୟ ବୃଦ୍ଧିରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ପ୍ରବଳ କ୍ଷତି ପରେ  ବଜାର ସାମାନ୍ୟ ଉପରମୁହାଁ
ପ୍ରବଳ କ୍ଷତି ପରେ ବଜାର ସାମାନ୍ୟ ଉପରମୁହାଁ

ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ସୋମବାର କାରବାର ସୁସ୍ଥ ରହିଛି । ଆରମ୍ଭରୁ ସେନସେକ୍ସ ତଳମୁହାଁ ଥିଲାବେଳେ ଶେଷରେ ସାମାନ୍ୟ ବୃଦ୍ଧିରେ ବନ୍ଦ ହୋଇଛି ।

କାରବାର ଆରମ୍ଭରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ବ୍ୟାଙ୍କିଙ୍ଗ ସେୟାରରେ ବହୁତ ହ୍ରାସ ହୋଇଛି । କିନ୍ତୁ ପରେ ଟଙ୍କାରେ ସୁଧାର ପରେ ବଜାରକୁ ସମର୍ଥନ ମିଳିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 63.84 ପଏଣ୍ଟ ହ୍ରାସ ହୋଇ 48,718.52 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 3.05 ପଏଣ୍ଟ ବଢି 14,634.15 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ ସେୟାରରେ ଟାଇଟନ ସର୍ବାଧିକ 4.58 ପ୍ରତିଶତ କ୍ଷତି ସହିଛି । ଏହା ବ୍ୟତୀତ ଇଣ୍ଡସଇଣ୍ଡ ବ୍ୟାଙ୍କ, ରିଲାଏ୍ସ ଇଣ୍ଡଷ୍ଟ୍ରିଜ , ଆକ୍ସିସ ବ୍ୟାଙ୍କ, କୋଟାକ ବ୍ୟାଙ୍କ , ଓଏନଜିସି , ଆଇଟିସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ବି ତଳମୁହାଁ ରହିଛି ।

ଅନ୍ୟପଟେ ଭାରତୀ ଏୟାରଟେଲ , ଏଚୟୁଏଲ , ମାରୁତି, ବଜାଜ ଫାଇନାନ୍ସ , ଏସିଆନ ପେଣ୍ଟସ ଓ ଏନଟିପିସି ଆଦି ସେୟାର ଲାଭରେ ରହିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ ଦାମ ହ୍ରାସ ହୋଇ ବ୍ୟାରେଲ ପ୍ରତି 66.34 ଡଲାର ରହିଛି । ସେପଟେ ଆମେରିକୀୟ ଡଲାର ତୁଳନାରେ ଟଙ୍କା 14 ପଇସା ମଜବୁତ ହୋଇ 73.95ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.