ETV Bharat / business

ଗତ ଆର୍ଥିକ ବର୍ଷରେ 90% ଖସିଲା ଟେଲିକମ୍ FDI

author img

By

Published : Aug 5, 2021, 10:29 PM IST

ଗତ ଆର୍ଥିକ ବର୍ଷରେ 90% ଖସିଲା ଟେଲିକମ୍ FDI
ଗତ ଆର୍ଥିକ ବର୍ଷରେ 90% ଖସିଲା ଟେଲିକମ୍ FDI

ଭାରତର ଟେଲିକମ୍ କ୍ଷେତ୍ରକୁ କମିଲା FDI ଝଟକା । ଗତ ଆର୍ଥିକ ବର୍ଷରେ 90 ପ୍ରତିଶତ ହ୍ରାସ ପାଇଛି ଟେଲିକମ୍ FDI । ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କ ଦ୍ବାରା ଲୋକସଭାରେ ଜାରି ତଥ୍ୟରୁ ସ୍ପଷ୍ଟ । ଅଧିକ ପଢନ୍ତ...

ନୂଆଦିଲ୍ଲୀ: ଭାରତର ଟେଲିକମ କ୍ଷେତ୍ରକୁ ଲାଗିଛି FDI ଝଟକା । ଗତ ଆର୍ଥିକ ବର୍ଷରେ ଭାରତର ଟେଲିକମ କ୍ଷେତ୍ରରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ (FDI) 90 ପ୍ରତିଶତ ହ୍ରାସ ପାଇଛି । ମହାମାରୀ ଯୋଗୁଁ ଅନ୍ୟ କ୍ଷେତ୍ରଗୁଡିକ ଭଳି ଟେଲିକମ କ୍ଷେତ୍ରରେ ମଧ୍ୟ FDI ପ୍ରବାହ ଦୁର୍ବଳ ରହିଛି । ପୂର୍ବ ଆର୍ଥିକ ବର୍ଷ ତୁଳନାରେ 2020-21 ଆର୍ଥିକ ବର୍ଷରେ FDI 4,400 ମିଲିୟନ ଡଲାରରୁ ହ୍ରାସ ପାଇ କେବଳ ଗୋଟିଏ ବର୍ଷ ମଧ୍ୟରେ 400 ମିଲିୟନରେ ପହଞ୍ଚିଛି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କ ଦ୍ବାରା ଲୋକସଭାରେ ଏହି ତଥ୍ୟ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି କି 2018-19 ଆର୍ଥିକ ବର୍ଷରେ ଭାରତ ଟେଲିକମ୍ ସେକ୍ଟରରେ ମୋଟ 2667.91 ମିଲିୟନ ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ହାସଲ କରିଥିଲା । ଏହାପରେ 2019-20 ବିତ୍ତୀୟ ବର୍ଷରେ ଟେଲିକମ୍ କ୍ଷେତ୍ରରେ ହଠାତ୍ FDI ସୁଅ ତୀବ୍ର ହୋଇଥିଲା । ଫଳରେ ଟେଲିକମ୍ FDI 1,777.25 ମିଲିୟନ ବୃଦ୍ଧି ସହ ଏହା 4,445.16 ମିଲିୟନରେ ପହଞ୍ଚିଥିଲା । ଅର୍ଥାତ୍ 2018-19 ତୁଳନାରେ ଏହା ପ୍ରାୟ 66 ପ୍ରତିଶତ ବୃଦ୍ଧି ହାସଲ କରିଥିଲା । କୋଭିଡ ସଙ୍କଟ ଆରମ୍ଭ ପରଠାରୁ ଏଯାବତ୍ ବିଶ୍ବରେ ପ୍ରାୟ 4.2 ମିଲିୟନ ଲୋକଙ୍କ ପ୍ରାଣ ଯାଇଛି । ଯାହାର ପ୍ରଭାବ ଭୋଗିଛି ଟେଲିକମ୍ ସେକ୍ଟର ।

ଭାରତ ଗତବର୍ଷ ଟେଲିକମ ସେକ୍ଟରରେ ମାତ୍ର 392.11 ମିଲିୟନ ଡଲାର FDI ହାସଲ କରିଛି । ଯାହା 2019-20 ଆର୍ଥିବ ବର୍ଷ ତୁଳାନରେ 90 ପ୍ରତିଶତ କମ୍ । ତେବେ ଚଳିତ ବର୍ଷ ଏହି କ୍ଷେତ୍ରରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଏହାର କାରଣ, ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସରେ ହିଁ ଦେଶ ଟେଲିକମ୍ କ୍ଷେତ୍ରରେ 295.92 ମିଲିୟନ ଭାରତ ହାତେଇଛି । ଯାହାକି ଗତବର୍ଷ ମୋଟ FDIର 75 ପ୍ରତିଶତ ଅଧିକ ।

ଦୁଇ ଲୋକସଭା ସଦସ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆଇଟି ମନ୍ତ୍ରୀ ଅଶ୍ବିନ ବୈଷ୍ଣବ କହିଛନ୍ତି କି NDCP 2018 ନୀତି ମାଧ୍ୟମରେ ଡିଜିଟିଲ କମ୍ୟୁନିକେସନ ସେକ୍ଟରରେ 100 ବିଲିୟନ ନିବେଶ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାତ୍ର ଏହି ନୀତିରେ FDI ମାତ୍ରାରେ ବୃଦ୍ଧି ପାଇଁ କୌଣସି ବିଶେଷ ଟାର୍ଗେଟ ରଖାଯାଇ ନାହିଁ ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.