ETV Bharat / business

3 ଦିନର ସୁନା ଦାମ ବୃଦ୍ଧିରେ ଲାଗିଲା ବ୍ରେକ

author img

By

Published : Jan 22, 2021, 7:28 PM IST

ବୈଶ୍ବିକ ବଜାରରେ କାରବାର ଦୁର୍ବଳ ହେବା ପରେ ଘରୋଇ ବଜାରରେ ସୁନା ଦାମ ହ୍ରାସ ହୋଇଛି । ଫଳରେ 3 ଦିନ ଧରି ବଢିଚାଲିଥିବା ସୁନା ଓ ରୂପା ଦାମ ଆଜି କମିଛି । ଅଧିକ ପଢନ୍ତୁ..

3 ଦିନର ସୁନା ଦାମ ବୃଦ୍ଧିରେ ଲାଗିଲା ବ୍ରେକ
3 ଦିନର ସୁନା ଦାମ ବୃଦ୍ଧିରେ ଲାଗିଲା ବ୍ରେକ

ନୂଆଦିଲ୍ଲୀ: 3 ଦିନର ସୁନା ଦାମ ବୃଦ୍ଧିରେ ଲାଗିଲା ବ୍ରେକ । ମହଙ୍ଗା ବହୁମୂଲ୍ୟ ଧାତୁରୁ ଗ୍ରାହକଙ୍କୁ ମିଳିଛି ଆଶ୍ବସ୍ତି । ଆଜି ଖସିଛି ସୁନା ଓ ରୂପା ଦାମ । ଏଚଡିଏଫସି ସିକ୍ୟୁରିଟିଜ ଏନେଇ ସୂଚନା ଦେଇଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପ୍ରତି 263 ଟଙ୍କା କମି 48,861 ଟଙ୍କା ରହିଛି । ବୈଶ୍ବିକ ବଜାରରେ କାରବାର ଦୁର୍ବଳ ହେବା ପରେ ଘରୋଇ ବଜାରରେ ସୁନା ଦାମ ହ୍ରାସ ହୋଇଛି । ପୂର୍ବ କାରବାର ଅଧିବେଶନରେ ସୁନା ଦାମ 10 ଗ୍ରାମ ପିଛା 49,124 ଟଙ୍କାରେ ବନ୍ଦ ହୋଇଥିଲା ।

ସେହିଭଳି ରୂପା ଦାମ ମଧ୍ୟ ଆଜି କିଲୋ ପ୍ରତି 806 ଟଙ୍କା କମି 66,032 ଟଙ୍କା ଅଛି । ପୂର୍ବ କାରବାର ସିଜନରେ ରୂପା ଦାମ କିଲୋ ପିଛା 66,838 ଟଙ୍କା ଥିଲା । ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ COMEXରେ ଦେଖାଦେଇଥିବା ଦିଲ୍ଲୀରେ 24 କ୍ୟାରେଟ ସୁନାର ଫ୍ୟୁଚର ଦାମରେ 10 ଗ୍ରାମ ପ୍ରତି 263 ଟଙ୍କା ହ୍ରାସ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଦୁର୍ବଳ ହୋଇ ଆଉନ୍ସ ପିଛା 1,861 ଡଲାର ଓ ରୂପା ଦାମ 25.52 ଡଲାର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.