ETV Bharat / business

ବଢିଚାଲିଛି ସୁନା ଦାମ, ରୂପା ବି ଆକଶଛୁଆଁ

author img

By

Published : Jan 20, 2021, 8:38 PM IST

ବଢିଚାଲିଛି ସୁନା ଦାମ , ରୂପା ବି ଆକଶଛୁଆଁ
ବଢିଚାଲିଛି ସୁନା ଦାମ , ରୂପା ବି ଆକଶଛୁଆଁ

ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ବୈଶ୍ବିକ ବଜାରରେ ବୃଦ୍ଧି ପ୍ରଭାବ ଘରୋଇ ବଜାରରେ ବଢୁଛି ସୁନା ଦାମ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଦିଲ୍ଲୀ ସରଫରା ବଜାରରେ ସୁନା ଲଗାତାର ତୃତୀୟ ଦିନରେ ବୃଦ୍ଧି ହୋଇଛି । କେବଳ ସୁନା ନୁହେଁ ବୁଧବାର ରୂପା ଦାମ ମଧ୍ୟ ମହଙ୍ଗା ହୋଇଛି । ଘରୋଇ ସେୟାର ବଜାରରେ ବମ୍ପର ପ୍ରଫିଟ ମଧ୍ୟରେ ବହୁମୂଲ୍ୟ ଧାତୁ ଦାମ ତୀବ୍ର ବଢିଚାଲିଛି ।

ଆଜି ସୁନା ଦାମ 10 ଗ୍ରାମ ପିଛା 347 ଟଙ୍କା ବୃଦ୍ଧି ହୋଇ 48,758 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ବୈଶ୍ବିକ ବଜାରରେ ବୃଦ୍ଧି ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ମଙ୍ଗଳବାର ସୁନା ଦାମ 10 ଗ୍ରାମ ପ୍ରତି 48,411 ଟଙ୍କାରେ କାରବାର ବନ୍ଦ କରିଥିଲା ।

ସେପଟେ ରୂପା ସେଲଅଫକୁ ସମର୍ଥନ ମିଳିଥିବାରୁ ଏହାର ଦାମ କିଲୋ ପିଛା 606 ଟଙ୍କା ଚଢି 65,814 ଟଙ୍କାରେ ପହଞ୍ଚିଛି । ଗତ କାରବାର ବନ୍ଦ ଦାମ କିଲୋ ପ୍ରତି 65,208 ଟଙ୍କା ଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପା ଉଭୟ ଦାମ ବଢି ଆଉନ୍ସ ପିଛା କ୍ରମଶଃ 1,854 ଡଲାର ଓ 25.28 ଡଲାରରେ କାରବାର କରୁଛି ।

ବିଶେଷଜ୍ଞଙ୍କ ଅନୁସାରେ ଆମେରିକାରେ ମନୋନୀତ Treasury Secretary ଜେନେଟ ଏଲେନ କୋରୋନା ମହାମାରୀ ସ୍ଥିତିରୁ ମୁକୁଳିବା ପାଇଁ ବଡ ଆର୍ଥିକ ପ୍ୟାକେଜ ଜରୁରୀ ବୋଲି କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷିତ ସଞ୍ଚୟ ସୁନାର ଚାହିଦା ବଢିବା ସହ ବୈଶ୍ବିକ ବଜାରରେ ଏହାର ଦାମ ବଢିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.