ETV Bharat / business

ଆଜି ବି ଉଛୁଳିଛି ସୁନା-ରୂପା ଦାମ

author img

By

Published : Apr 8, 2021, 9:09 PM IST

ଆଜି ବି ଉଛୁଳିଛି ସୁନା-ରୂପା ଦାମ
ଆଜି ବି ଉଛୁଳିଛି ସୁନା-ରୂପା ଦାମ

ଦିଲ୍ଲୀ ସରଫରା ବଜାରରେ ଗୁରୁବାର ସୁନା ଦାମ ବଢିଛି । ସେହିପରି ରୂପା ଦାମ ବି ଉଛୁଳିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁର ଦାମ ଉପରମୁହାଁ । ଫଳରେ ଦିଲ୍ଲୀ ସରଫରା ବଜାରରେ ଗୁରୁବାର ସୁନା ଦାମ ବଢିଛି । ସେହିପରି ରୂପା ଦାମ ବି ଉଛୁଳିଛି ।

ଆଜି ସୁନା ଦାମ 10 ଗ୍ରାମ ପ୍ରତି 182 ଟଙ୍କା ବଢି 45,975 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛନ୍ତି । ଏଭଳି ଭାବେ ରୂପା ଦାମ ବି କିଲୋ ପ୍ରତି 725 ଟଙ୍କା ବଢି 66,175 ଟଙ୍କା ରହିଛି । ପୂର୍ବ କାରବାର ସିଜିନରେ ରୂପା କିଲୋ 65,450 ଟଙ୍କାରେ ବନ୍ଦ ହୋଇଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ କହିଛନ୍ତି ଯେ, 24 କ୍ୟାରେଟ ସୁନାର ଫ୍ୟୁଚର ଦାମରେ 182 ଟଙ୍କା ବୃଦ୍ଧି ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଲାଭ ସହିତ ଆଉନ୍ସ ପ୍ରତି 1,744 ଡଲାର ହୋଇଛି, ଯେତେବେଳେ କି ରୂପା ଆଉନ୍ସ ପ୍ରତି 25.30 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.