ETV Bharat / business

ମହଙ୍ଗା ହେଲା ଗହଣା କିଣା, ବଢିଲା ସୁନା-ରୂପା ଦର

author img

By

Published : Apr 1, 2021, 7:02 PM IST

Gold rallies rs881, silver gainsrs 1,071  Slug
Gold rallies rs881, silver gainsrs 1,071 Slug

ବଡ ଝଟକା । ସୁନା ପ୍ରେମୀଙ୍କ ବଢିଲା ଚିନ୍ତା । ବିବାହ ସିଜନ ପାଖେଇ ଆସୁଥିବା ବେଳେ ମହଙ୍ଗା ହୋଇଛି ସୁନା ଦାମ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବଡ ଝଟକା । ସୁନା ପ୍ରେମୀଙ୍କ ବଢିଲା ଚିନ୍ତା । ବିବାହ ସିଜନ ପାଖେଇ ଆସୁଥିବା ବେଳେ ମହଙ୍ଗା ହୋଇଛି ସୁନା ଦାମ । ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁରେ ଭାରୀ ସୁଧାର ପରେ ଦିଲ୍ଲୀ ସରଫରା ବଜାରରେ ଗୁରୁବାର ସୁନା ଦାମ ଉଛୁଳିଛି ।

ଆଜି ସୁନା ଦାମ 10 ଗ୍ରାମ ପ୍ରତି 881 ଟଙ୍କା ବୃଦ୍ଧି ସହ 44,701 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଗତ କାରବାର ଦିବସରେ ସୁନା 10 ଗ୍ରାମ ପ୍ରତି 43,820 ଟଙ୍କାରେ ବନ୍ଦ ହୋଇଥିଲା । ଏହାର ଅନୁରୂପ ରୂପା ଦାମ ମଧ୍ୟ କିଲୋ ପ୍ରତି 1,071 ଟଙ୍କା ବଢି 63,256 ଟଙ୍କା ରହିଛି । ଗତ କାରବାର ଦିବସରେ ରୂପା ଦାମ କିଲୋ ପ୍ରତି 62,185 ଟଙ୍କାରେ ବନ୍ଦ ହୋଇଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ବୃଦ୍ଧି ସହ ଆଉନ୍ସ ପିଛା1,719 ଡଲାର ଓ ରୂପା 24.48 ଆଉନ୍ସରେ ଅପରିବର୍ତ୍ତିତ ରହିଛି । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ ସୁନା ବୃଦ୍ଧି ନେଇ ନିଶ୍ଚିତ କରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.